Border Gavaskar Trophy: ମହମ୍ମଦ ସିରାଜ- ଟ୍ରାଭିସ ହେଡ୍‌ଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ! ମ୍ୟାଚ ସମୟରେ ...

ମହମ୍ମଦ ସିରାଜ ଏବଂ ଟ୍ରାଭିସ ହେଡ୍‌ଙ୍କ ମଧ୍ୟରେ ହୋଇଥିବା ବିବାଦ ବନ୍ଦ ହେବାର କୌଣସି ନା ନେଉନାହିଁ । ବାସ୍ତବରେ, ଆଡିଲେଡରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ (ପିଙ୍କ୍ ବଲ ଟେଷ୍ଟ) ସମୟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ୍‌ଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ କ୍ରିକେଟ ଜଗତରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୧୦ ଉଇକେଟ୍‌ରେ ପରାସ୍ତ କରି ସିରିଜକୁ ୧-୧ରେ ବରାବର କରିଛି । କିନ୍ତୁ ମ୍ୟାଚ ସମୟରେ ଘଟିଥିବା ଏହି ଘଟଣା ଖେଳର ଭାବନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଡିଲେଡ ଟେଷ୍ଟରେ ଘଟିଥିଲା ଏହି ଘଟଣା। ଯେତେବେଳେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ୮୨ତମ ଓଭରରେ ମହମ୍ମଦ ସିରାଜ ଚମତ୍କାର ଇନ୍ସୱିଙ୍ଗ ୟକର୍ର୍‌ ସହିତ ଟ୍ରାଭିସ ହେଡ୍‌ଙ୍କୁ କ୍ଲିନ୍‌ ବୋଲ୍ଡ କରିଦେଇଥିଲେ । ଆଉ ୱିକେଟ ନେବା ପରେ ସିରାଜ ଦର୍ଶକଙ୍କ ଆଡକୁ ଇସାରା କରି ଆକ୍ରୋଶମୂଳକ ଭାବେ ଖୁସି ମନାଇଥିଲେ। ଟ୍ରାଭିସ ହେଡ ଏହି କାର୍ଯ୍ୟକୁ ପସନ୍ଦ କରିନଥିଲେ ଏବଂ ସିରାଜଙ୍କୁ କିଛି କହିଥିଲେ। ଯଦିଓ ଏହି ହେଡ ପ୍ୟାଭିଲିୟନକୁ ଫେରିଥିଲେ, କିନ୍ତୁ ଅଷ୍ଟ୍ରେଲୀୟ ଦର୍ଶକମାନେ ସିରାଜଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Border Gavaskar Trophy

ରିପୋର୍ଟ ଅନୁଯାୟୀ, ଏହି ଘଟଣା ପାଇଁ ଉଭୟ ମହମ୍ମଦ ସିରାଜ ଏବଂ ଟ୍ରାଭିସ ହେଡ ଆଇସିସି ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି। ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ଏହିପରି ଘଟଣା ସାଧାରଣତଃ l ଉଭୟ ଖେଳାଳିଙ୍କ ପାଇଁ ନିଲମ୍ବନ ହେବାର ସମ୍ଭାବନା କମ ଥାଏ।

ଆଡିଲେଡ୍ ଟେଷ୍ଟରେ ଭାରତୀୟ ଦଳ ୧୦୦ ୱିକେଟର ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି । ଏହି ଦିବାରାତ୍ରି ଟେଷ୍ଟରେ ବିଜୟ ପରେ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ 1-1ରେ ସମାନ କରିଛି । ତେବେ ବିଶ୍ଵ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଲରେ ଭାରତ ତିନି ନମ୍ବରକୁ ଖସିଛି । ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଥିବା ବେଳେ ସାଉଥ୍ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ପହଂଚିଛି।

ଏହି ପରାଜୟ ପରେ ଆଗାମୀ ମ୍ୟାଚରେ ଟିମ୍ ଇଣ୍ଡିଆର ସମସ୍ୟା ଆହୁରି ବୃଦ୍ଧି ପାଇବ, କାରଣ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଫର୍ମରେ ନାହାନ୍ତି ।

ଦ୍ୱିତୀୟ ଇନିଂସ ୧୭୫ ରନରେ ଅଲଆଉଟ୍

ଭାରତର ଦ୍ୱିତୀୟ ଇନିଂସ ୧୭୫ ରନରେ ଅଲଆଉଟ୍ ହୋଇଛି। ଟିମ୍ ଇଣ୍ଡିଆ ଶନିବାର ଦିନ ପାଞ୍ଚ ୱିକେଟ୍ ହରାଇ ୧୨୮ ରନ୍ କରିଥିଲା । ଆଉ ଆଜି କେବଳ ୪୭ ରନ୍ ଯୋଡି ବାକି ପାଞ୍ଚଟି ୱିକେଟ୍ ହରାଇଥିଲା। ଏହି ସମୟରେ ୨୭ ରନରେ ଖେଳୁଥିବା ରିଷଭ ପନ୍ତ ପ୍ରଥମ ଓଭରରେ ଷ୍ଟାର୍କଙ୍କ ଦ୍ବାରା ଆଉଟ୍ ହୋଇଥିଲେ । ଏହା ପରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ମଧ୍ୟ ଅଧିକ ସମୟ ରହିପାରିନଥିଲେ ଏବଂ ସାତ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ହର୍ଷିତ ରାଣା ଖାତା ଖୋଲି ପାରିନଥିଲେ ଏବଂ କମିନ୍ସଙ୍କ ଶିକାର ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+