Border Gavaskar Trophy: ସିରାଜ ଓ ଟ୍ରାଭିସ ହେଡଙ୍କୁ ତାଗିଦ କଲା ଆଇସିସି, କାହାକୁ ମିଳିଲା କେଉଁ ଦଣ୍ଡ ?
ପିଙ୍କ ବଲ ଟେଷ୍ଟରେ ଭାରତର ଶୋଚନୀୟ ପରାସ୍ତ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଥିବା ପିଙ୍କ ବଲ ଟେଷ୍ଟରେ ସିରାଜ ଓ ହେଡଙ୍କ ମଧ୍ୟ ଗରମାଗରମି ଦେଖିବାକୁ ମିଳିଥିଲା। ଉଭୟ ପରସ୍ପରକୁ ଆକ୍ଷେପ କରିଥିଲେ । ଏଥିପାଇଁ ଆଇସିସି ଉଭୟଙ୍କୁ ବିଶୃଙ୍ଖଳା ଆଚରଣ ପାଇଁ ଦଣ୍ଡିତ କରିଛି । ତେବେ ହେଡଙ୍କ ଅପେକ୍ଷା ସିରାଜଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି ।
ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ମ୍ୟାଚ୍ ଫି' ୨୦% କାଟ କରିଛି ଆଇସିସି। ଆଉ ଅଷ୍ଟ୍ରେଲିଆ ବ୍ୟାଟର ଟ୍ରାଭିସ ହେଡ ମଧ୍ୟ ଆଇସିସି କଟକଣାର ସାମ୍ନାକୁ କରିଛନ୍ତି । ହେଲେ ତାଙ୍କ ମ୍ୟାଚ ଫି' କଟା ଯାଇ ନାହିଁ। ଆଇସିସି ପକ୍ଷରୁ କୁହାଯାଇଛି ଯେ ସିରାଜ ଆଚରଣ ବିଧି ୨.୫କୁ ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାଚ ଫି' ୨୦% କାଟ କରାଯାଇଛି । ହେଡ ମଧ୍ୟ ଧାରା ୨.୧୩ର ଉଲ୍ଲଙ୍ଘନ କରିଛନ୍ତି । ତେଣୁ ତାଙ୍କ ଉପରେ ମଧ୍ୟ କଟକଣା ଲଗାଯାଇଛି ।

ସିରାଜଙ୍କ ମ୍ୟାଚ୍ ଫି' ୨୦% କାଟ କରାଯାଇଥିବା ବେଳେ ତାଙ୍କ ଶୃଙ୍ଖଳାଗତ ରେକର୍ଡରେ ଗୋଟିଏ ଡିମେରିଟ ପଏଣ୍ଟ ଯୋଡ଼ି ହୋଇଯାଇଛି । ହେଡଙ୍କୁ ମଧ୍ୟ ଗୋଟିଏ ଡିମେରିଟ ପଏଣ୍ଟ ମିଳିଛି । ୨୪ ମାସ ମଧ୍ୟରେ ଏହା ଉଭୟ ଖେଳାଳିଙ୍କ ପ୍ରଥମ ବିଶୃଙ୍ଖଳା। ଉଭୟ ସେମାନଙ୍କ ଅପରାଧକୁ ସ୍ୱୀକାର କରିଛନ୍ତି ବୋଲି ଆଇସିସି କହିଛି।
ଅଷ୍ଟ୍ରେଲିଆ ଇନିଂସର ୮୨ତମ ଓଭର ବୋଲିଂ କରିବାକୁ ସିରାଜ ଆସିଥିବା ବେଳେ ତାଙ୍କୁ ହେଡ୍ ଚୌକା ମାରିଥିଲେ। ତେବେ ସେହି ଓଭରର ୪ର୍ଥ ବଲରେ ସିରାଜଙ୍କ ଫୁଲଟସକୁ ହେଡ ମିସ୍ କରି କ୍ଲିନବୋଲ୍ଡ ହୋଇଯାଇଥିଲେ।
ହେଡଙ୍କୁ ବୋଲ୍ଡ କରିବା ପରେ ସେ ଆଗ୍ରେସନ ଦେଖାଇଥିଲେ । ହେଡ୍ ମଧ୍ୟ ତାଙ୍କୁ କିଛି କହିଥିଲେ। ସିରାଜ ତାଙ୍କୁ ହାତ ହଲାଇ ପ୍ୟାଭିଲିୟନ ଫେରିଯିବାକୁ ଇଙ୍ଗିତ କରିଥିଲେ । ଆଇସିସି ଏହାକୁ ନେଇ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପିଙ୍କ ବଲ ଟେଷ୍ଟ ଶେଷ ହୋଇସାରିଛି । ଭାରତ ଏହି ମ୍ୟାଚ୍ରେ ଲଜ୍ଜାଜନକ ଭାବେ ୧୦ ୱିକେଟରେ ହାରି ଯାଇଛି। ମ୍ୟାଚ୍ ସରି ଯାଇଥିଲେ ହେଁ ଭାରତୀୟ ଖେଳାଳି ଆଡିଲେଡ ନେଟ୍ସରେ ଅଭ୍ୟାସ ଜାରି ରଖିଛନ୍ତି । ଆଡିଲେଡ ଟେଷ୍ଟ ୨ ଦିନ ଓ ଗୋଟିଏ ସେସନ୍ସରେ ଶେଷ ହୋଇଯାଇଥିଲା।












Click it and Unblock the Notifications