Border Gavaskar Trophy: ଗାବାରେ ଚମକିଲେ ଜସପ୍ରିତ ବୁମ୍ରା; ଭାଙ୍ଗିଲେ ଏକାଧିକ ରେକର୍ଡ
ଗାବାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ବ୍ୟାକଫୁଟରେ ଭାରତ, ହେଲେ ଚମକିଲେ ବୁମ୍ରା । ଦ୍ୱିତୀୟ ଦିବସରେ ଶତକୀୟ ପାଳି ଖେଳି ଟ୍ରାଭିସ ହେଡ୍ ଓ ଷ୍ଟିଭେନ ସ୍ମିଥ ଅଷ୍ଟ୍ରେଲିଆକୁ ଡ୍ରାଇଭିଂ ସିଟକୁ ନେଇଛନ୍ତି । ତେବେ ୫ ୱିକେଟ ସଫଳତା ହାସଲ କରି ବୁମ୍ରା ରଚିଛନ୍ତି ଇତିହାସ। ଚିରାଚରିତ ଭାବେ ଟିମ ଇଣ୍ଡିଆ ପାଇଁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇ କ୍ରିକେଟ କିମ୍ବଦନ୍ତୀ କପିଲ ଦେବଙ୍କ ଏକ ରେକର୍ଡକୁ ପଛରେ ପକାଇଛନ୍ତି ବୁମ୍ରା।
ରବିବାର ମ୍ୟାଚ୍ର ଦ୍ୱିତୀୟ ଦିନରେ ଟ୍ରାଭିସ୍ ହେଡ୍ ଓ ଷ୍ଟିଭ୍ ସ୍ମିଥଙ୍କ ଶତକୀୟ ପାଳି ଆଗରେ ଭାରତୀୟ ବୋଲିଂ ପ୍ରଦର୍ଶନ ଫିକା ପଡ଼ିଥିଲା। ହେଲେ ଭାରତ ପକ୍ଷରୁ ୱାନ୍ ମ୍ୟାନ୍ ଶୋ ଦେଖାଇଥିଲେ ବୁମ୍ରା। ଗୋଟିଏ ପଟେ ଅନ୍ୟ ଭାରତୀୟ ବୋଲରମାନେ ରନ ରୋକିବାକୁ ସଂଘର୍ଷ କରୁଥିବାବେଳେ ବୁମ୍ରା ଏକାକୀ ୫ଟି ୱିକେଟ ଅକ୍ତିଆର କରିଥିଲେ। ସେ ଯଥାକ୍ରମେ ଖାୱାଜା, ନାଥାନ୍, ସ୍ମିଥ୍, ହେଡ୍, ଏବଂ ମାର୍ଶଙ୍କ ଭଳି ବ୍ୟାଟରଙ୍କୁ ପାଭିଲିୟନ ଫେରାଇଥିଲେ। ସେନା ଦେଶରେ ବୁମ୍ରାଙ୍କ ଅଷ୍ଟମ ୫ ୱିକେଟ ସଫଳତା।

SENA ଦେଶରେ ସର୍ବାଧିକ ୫ ୱିକେଟ ସଫଳତା ହସଲ କରିଥିବା ଭାରତୀୟ ବୋଲର (ଟେଷ୍ଟରେ)
- ଜସପ୍ରୀତ ବୁମ୍ରା- ୮ଥର
- କପିଲ ଦେବ- ୭ଥର
- ଜାହିର ଖାନ- ୬ଥର
- ବି.ଚନ୍ଦ୍ରଶେଖର- ୬ଥର
ବିଦେଶ ମାଟିରେ ସର୍ବାଧିକ ୫ ୱିକେଟ ସଫଳତା ହସଲ କରିଥିବା ଭାରତୀୟ ବୋଲର (ଟେଷ୍ଟରେ)
- କପିଲ ଦେବ- ୧୨
- ଜସପ୍ରୀତ ବୁମ୍ରା- ୧୦*
- ଅନୀଲ କୁମ୍ବଲେ- ୧୦
- ଈଶାନ୍ତ ଶର୍ମା- ୯
- ଭଗବତ ଚନ୍ଦ୍ରଶେଖର- ୮
- ରବିଚନ୍ଦ୍ରନ ଅଶ୍ୱୀନ- ୮
ଟେଷ୍ଟରେ ସର୍ବାଧିକ ୫ ୱିକେଟ ସଫଳତା ହସଲ କରିଥିବା ଭାରତୀୟ ଦ୍ରୁତ ବୋଲର
କପିଲ ଦେବ- ୨୩
ଜସପ୍ରୀତ ବୁମ୍ରା- ୧୨*
ଜାହିର ଖାନ- ୧୧
ଈଶାନ୍ତ ଶର୍ମା- ୧୧
ଜବାଗଲ ଶ୍ରୀନାଥ- ୧୦












Click it and Unblock the Notifications