Get Updates
Get notified of breaking news, exclusive insights, and must-see stories!

ବର୍ଡର-ଗାଭାସ୍କର ଟ୍ରଫି: ପିଙ୍କ୍ ବଲ ଟେଷ୍ଟରେ ପରାଜୟ ଦ୍ଵାରରେ ଭାରତ, ଦ୍ବିତୀୟ ଦିନ ଶେଷସୁଦ୍ଧା ୧୨୮/୫

ବର୍ଡର-ଗାଭାସ୍କର ଟ୍ରଫିର ପିଙ୍କ୍ ବଲ ଟେଷ୍ଟରେ ଭାରତ ପରାଜୟ ଦ୍ଵାରରେ । ସଂଘର୍ଷ କରୁଛି ଟିମ୍ ଇଣ୍ଡିଆ। ଭାରତର ସ୍ଥିତି ଅତି ଦୟନୀୟ ହୋଇପଡ଼ିଛି।

ପ୍ରଥମ ଇନିଂସରେ ମାତ୍ର ୧୮୦ ରନ କରିଥିବା ଭାରତ ଏବେ ଦ୍ୱିତୀୟ ଇନିଂସରେ ୫ ୱିକେଟ ହରାଇ କେବଳ ୧୨୮ ରନ କରିପାରିଛି ଦଳ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଟ୍ରାଭିସ ହେଡଙ୍କ ୧୪୦ ରନ ବଳରେ ୩୩୭ ରନ କରିଥିଲା । ଫଳରେ ଘରୋଇ ଟିମକୁ ୧୫୭ ରନର ଲିଡ ମିଳିଥିଲା।

୧୫୭ ରନ ପଛରେ ଥିବା ଭାରତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ ହରାଇ ୧୨୮ ରନ କରିଛି । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ୨୯ ରନ ପଛରେ ରହିଛି। ମ୍ୟାଚ୍‌ ଶେଷ ହେବାକୁ ଆହୁରି ୩ ଦିନ ବାକି ଥିବାରୁ ଭାରତ ଏବେ ପରାଜୟ ଏଡ଼ାଇବାକୁ ସଂଘର୍ଷ ଆରମ୍ଭ କରିଛି । ହେଲେ ଏତେ ସହଜ ନୁହେଁ ।

border gavaskar trophy India vs Australia

ଦ୍ୱିତୀୟ ଦିନର ଖେଳ ଶେଷ ବେଳକୁ ଋଷଭ ପନ୍ତ ୨୫ ବଲରେ ୨୮ ଓ ନୀତୀଶ କୁମାର ରେଡ୍ଡୀ ୧୪ ବଲରେ ୧୫ ରନ କରି ଅପରାଜିତ ରହିଛନ୍ତି । ଏହି ଦୁଇ ଜଣଙ୍କ ଉପରେ ଏବେ ସବୁ କିଛି ନର୍ଭର କରୁଛି। କାରଣ ଏହାପରେ ଆଉ କୌଣସି ବ୍ୟାଟର ନାହାନ୍ତି।

ପର୍ଥ ଟେଷ୍ଟରେ ଯଶପ୍ରୀତ ବୁମ୍ରା ଅଧିନାୟକ ରହିଥିବା ବେଳେ ଭାରତ ବିଶାଳ ୨୯୫ ରନରେ ଅଷ୍ଟ୍ରେଲିଆକୁ ହରାଇ ଦେଇଥିଲା। ଏଥିସହ ୫ ଟିକିଆ ବର୍ଡର-ଗାଭାସ୍କର ଟ୍ରଫିରେ ୧-୦ରେ ଆଗୁଆ ହୋଇଯାଇଥିଲା।

ରୋହିତ ଦୁଇଟି ଯାକ ଇନିଂସରେ ନିଜର ୬ନଂରେ ବ୍ୟାଟିଂ କରିଥିଲେ। ହେଲେ ପ୍ରଥମ ଇନିଂସରେ ୩ ଓ ଦ୍ୱିତୀୟ ଇନିଂସରେ ସେ କେବଳ ୬ ରନ କରିପାରିଛନ୍ତି। ବିରାଟ କୋହଲି ବି ପିଙ୍କ ବଲ ଟେଷ୍ଟର ଉଭୟ ଇନିଂସରେ ଫେଲ ମାରିଛନ୍ତି।

ଅଷ୍ଟ୍ରେଲିଆ ଆଜି ୩୩୭ ରନରେ ଅଲଆଉଟ ହେବା ପରେ ଭାରତ ତା'ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା । ହେଲେ ଦଳ ୧୨ ରନରେ ଓପନର କେଏଲ ରାହୁଲ(୭)ଙ୍କୁ ହରାଇଥିଲା । ତାଙ୍କ ୱିକେଟ ଅଷ୍ଟ୍ରେଲିଆର ପାଟ କମିନ୍ସ ନେଇଥିଲେ।

ସ୍କଟ ବୋଲାଣ୍ଡ ୯ମ ଓଭରର ପ୍ରଥମ ବଲରେ ୨୪ ରନ କରିଥିବା ଯଶସ୍ୱୀଙ୍କୁ ଆଉଟ କରି ଦେଇଥିଲେ। ବିରାଟ କୋହଲି ୧୧ ପୁଣିଥରେ ସମସ୍ତଙ୍କୁ ନିରାଶ କରିଛନ୍ତି। ତାଙ୍କ ୱିକେଟ ବି ବୋଲାଣ୍ଡଙ୍କ ଖାତାକୁ ଯାଇଛି। ପ୍ରଥମ ଇନିଂସରେ ସେ କେବଳ ୭ ରନ କରିଥିଲେ।

ବିରାଟ ଆଉଟ ହେବା ବେଳେ ଦଳୀୟ ସ୍କୋର ୬୬ ରହିଥିଲା। ବେଳେ ବ୍ୟାଟିଂ କରିବାକୁ ଆସିଥିବା ଋଷଭ ପନ୍ତ ପ୍ରଥମ ବଲରେ ହିଁ ଚୌକା ମାରିଥିଲେ। ସେ କେବଳ ବାଉଣ୍ଡରୀ ମାରୁଥିବା ବେଳେ ଅନ୍ୟପଟେ ୨୮ ରନ କରିଥିବା ଶୁବମନ ଗିଲଙ୍କୁ ଷ୍ଟାର୍କ କ୍ଲିନବୋଲ୍ଡ କରି ଭାରତକୁ ୪ର୍ଥ ଝଟକା ଦେଇଥିଲେ। ଦଳୀୟ ସ୍କୋର ୮୬ ଥିବା ବେଳେ କ୍ରିଜକୁ ଆସିଥିଲେ ଅଧିନାୟକ ରୋହିତ ଶର୍ମା। ରୋହିତ କେବଳ ୬ ରନ କରି ପାଟ କମିନ୍ସଙ୍କ ବଲରେ ବୋଲ୍ଡ ହୋଇ ଯାଇଥିଲେ। ୧୦୫ ରନରେ ଭାରତର ଅଧା ଖେଳାଳି ପ୍ୟାଭିଲିୟନ ଫେରିଥିଲେ।

ତେବେ ରୋହିତଙ୍କ ପରେ ଆସିଥିବା ନୀତୀଶ କୁମାର ରେଡ୍ଡୀ ଓ ପନ୍ତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ଉଭୟ ଏକାଠି ୩ ଓଭର ବ୍ୟାଟିଂ କରିବା ସହ ଦଳୀୟ ସ୍କୋରକୁ ୧୨୮ ରନରେ ପହଞ୍ଚାଇ ଦେଇଛନ୍ତି। ଭାରତ ଏବେ ବି ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ୨୯ ରନ ପଛରେ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+