ବର୍ଡର ଗାଭାସ୍କର ଟ୍ରଫି: ପ୍ରଥମ ମ୍ୟାଚରେ ଦୃଢ଼ ସ୍ଥିତିରେ ଭାରତ, ଦ୍ୱିତୀୟ ପାରିରେ ଅଷ୍ଟ୍ରେଲିଆ ୧୨/୩
ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଦୃଢ଼ ସ୍ଥିତିରେ ଭାରତ । ୫୩୪ ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆ ୧୨ ରନରେ ହରାଇ ଦ୍ୱିତୀୟ ପାରିରେ ୩ ୱିକେଟ ହରାଇଛି ।
ଭାରତ ୬ ୱିକେଟ ହରାଇ ୪୮୭ ରନ କରିବା ପରେ ଇନିଂସ ଘୋଷଣା କରିଛି। ଫଳରେ ଅଷ୍ଟ୍ରେଲିଆକୁ ପର୍ଥ ଟେଷ୍ଟ ଜିତିବା ପାଇଁ ବିଶାଳ ୫୩୪ ରନର ଟାର୍ଗେଟ ମିଳିଛି। ଭାରତ ପ୍ରଥମ ଇନିଂସରେ ୧୫୦ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ମାତ୍ର ୧୦୪ ରନ କରିବାକୁ ସକ୍ଷମ ହୋଇଛି।

ଦ୍ୱିତୀୟ ଇନିଂସରେ ଶତକ ହାସଲ କରିବା ପରେ ଡନ ବ୍ରାଡମ୍ୟାନଙ୍କୁ ଅତିକ୍ରମ କରିଯାଇଛନ୍ତି। ୧୬ଟି ଇନିଂସ ପରେ ଆଜି ବିରାଟଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆରେ ଏହା ବିରାଟଙ୍କ ୭ମ ଶତକ। ସେହିପରି ସେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦ମ ଶତକ ହାସଲ କରିଛନ୍ତି। ଏହାବାଦ ୨୦୧୮ରେ ସମାନ ପର୍ଥରେ ବିରାଟ ସ୍ୱତନ୍ତ୍ର ଶତକ ମାରିଥିଲେ। ଆଜି ସେ ପର୍ଥ ଭଳି ପିଚ୍ରେ ଶତକ ମାରି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି।












Click it and Unblock the Notifications