Border Gavaskar Trophy: ଫଲୋଅନ ଏଡ଼ାଇବା ପରେ ପ୍ରଥମ ପାରିରେ ଭାରତ ୨୬୦ ରନରେ ଅଲଆଉଟ
ଆଡିଲେଡ ଟେଷ୍ଟର ପଞ୍ଚମ ଦିନରେ ପ୍ରଥମ ପାରିରେ ଭାରତ ୨୬୦ ରନରେ ଅଲଆଉଟ୍ ହୋଇଛି । ତେବେ ବ୍ରିସବେନର ଗାବା ମଇଦାନରେ ଦଳର ୧୦ମ ଓ ୧୧ତମ ବ୍ୟାଟର ଯଶପ୍ରୀତ ବୁମରା ଓ ଆକାଶ ଦୀପ ଏମିତି ପ୍ରଦର୍ଶନ କରିଛନ୍ତି, ଯାହାକୁ କେବଳ ଭାରତ ନୁହେଁ ଅଷ୍ଟ୍ରେଲିଆ ଅନେକ ବର୍ଷ ଧରି ମନେ ରଖିବ।ଏହି ଦୁଇ ବୋଲରଙ୍କ ଚମତ୍କାର ବ୍ୟାଟିଂ ବଳରେ ଭାରତ କେବଳ ଫଲୋଅନ ଏଡ଼ାଇ ନାହିଁ ବରଂ ମ୍ୟାଚ୍ରେ ପରାଜୟକୁ ମଧ୍ୟ ଏଡ଼ାଇବାର ସୁଯୋଗ ପାଇଛି ।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪୫ ରନରେ ଅଲଆଉଟ୍ ହେବା ପରେ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ଏହି ବର୍ଷା ବାଧାପ୍ରାପ୍ତ ତୃତୀୟ ଟେଷ୍ଟରେ ଏକଦା ଭାରତ ୯ ଓ୍ଵିକେଟ୍ ହରାଇ ୨୧୩ ରନ କରିଥିଲା। ଫଲୋଅନ ଏଡ଼ାଇବା ପାଇଁ ଭାରତକୁ କରିବାର ଥିଲା ୨୪୬ ରନ। ଏମିତିରେ ଭାରତକୁ ୩୩ ରନ ଦରକାର ଥିଲା ଏବଂ ହାତରେ ଥିଲା ମାତ୍ର ଗୋଟିଏ ଓ୍ଵିକେଟ୍। ଏଠାରୁ ହିଁ ଖେଳରେ ପ୍ରତିଟି ବଲ୍ରେ ରୋମାଞ୍ଚ ଭରି ଯାଇଥିଲା। ଚତୁର୍ଥ ଦିନ ଖେଳର ଶେଷ ଏକ ଘଣ୍ଟା ଅଷ୍ଟ୍ରେଲିଆର ଉତ୍ସାହକୁ ଶକ୍ତ ଧକ୍କା ଦେବା ସହ ଭାରତର ଶିବିରରେ ମ୍ୟାଚ୍କୁ ଡ୍ର କରିବାର ଆଶା ସଞ୍ଚାର କରିଛି ।

ବୁମରା ଓ ଆକାଶ ଠିକ୍ ଠାକ୍ ବ୍ୟାଟିଂ କରି ଧୈର୍ଯ୍ୟର ପରିଚୟ ଦେଇଥିଲେ। ଏହି ଦୁଇ ବ୍ୟାଟର ଅଷ୍ଟ୍ରେଲିଆ ବୋଲରଙ୍କୁ ଆଉଟ୍ ହେବାର କୌଣସି ସୁଯୋଗ ଦେଇ ନ ଥିଲେ। ବୁମରା ଓ ଆକାଶ କେବଳ ରକ୍ଷଣାତ୍ମକ ବ୍ୟାଟିଂ କରି ନ ଥିଲେ ସୁଯୋଗ ମିଳିଲେ ରନ ନେବାର ସୁଯୋଗ ହାତଛଡ଼ା କରୁ ନ ଥିଲେ। ଦୁଇ ବ୍ୟାଟର ଅଭିବାଜିତ ୧୦ମ ଓ୍ଵିକେଟ୍ ପାଇଁ ୩୯ ରନ ଯୋଡ଼ି ଭାରତର ଫଲୋଅନକୁ ଏଡ଼ାଇ ଦେଇଛନ୍ତି। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୯ ଓ୍ଵିକେଟ୍ ହରାଇ ୨୫୨ ରନ କରିଛି। ବିଶେଷ କରି ବୁମରା ଓ ଆକାଶଙ୍କ ଦୁଇଟି ଛକା କଙ୍ଗାରୁ ବୋଲରଙ୍କୁ ନିରୁତ୍ସାହିତ କରିଛି। କ୍ରିଜରେ ବୁମରା ୧୦ ରନ ଓ ଆକାଶ ଦୀପ ଦ୍ରୁତ ବ୍ୟାଟିଂ କରି ୩୧ ବଲରୁ ୨ ଚୌକା ଓ ୧ ଛକା ସହ ୨୭ ରନ କରି ଅପରାଜିତ ଅଛନ୍ତି।
ଭାରତ ମ୍ୟାଚ୍ରେ ୧୯୩ ରନ ପଛରେ ଥିଲେ ହେଁ ଭାରତର ପରାଜୟ ଆଶଙ୍କାକ ଏଡ଼ାଇ ଦେଇଛନ୍ତି ବୁମର ଓ ଆକାଶ। ଯେତେବେଳେ ଏହି ଦୁଇ ବ୍ୟାଟର ଭାରତର ଫଲୋଅନକୁ ଏଡ଼ାଇଲେ ସେହି ସମୟରେ ଡ୍ରେସିଂ ରୁମରେ ବିରାଟ କୋହଲି, ରୋହିତ ଶର୍ମା ଓ କୋଚ୍ ଗୌତମ ଗମ୍ଭୀର ଏମିତି ଖୁସି ହୋଇଥିଲେ ଯେ, ଲାଗୁଥିଲା ଭାରତ ମ୍ୟାଚ୍ ଜିତି ଯାଇଛି। ଏହି ନିମ୍ନ କ୍ରମ ବ୍ୟାଟରଙ୍କ ପ୍ରତିଟି ରନକୁ ଭାରତୀୟ ଡ୍ରେସିଂ ରୁମ ସହ ଦେଖଣାହାରୀ ବେଶ ଉପଭୋଗ କରୁଥିଲେ। ଏହା କହିଲେ ଅତ୍ୟୁକ୍ତି ହେବନି ଯେ, ବୁମରା ଓ ଆକାଶ ଦୀପ କଙ୍ଗାରୁଙ୍କୁ ଏମିତି ଘା ଦେଇଛନ୍ତି, ଯାହାକୁ ଅନେକ ବର୍ଷ ଧରି ମନେ ରଖିବ।












Click it and Unblock the Notifications