କାଲିଠାରୁ ବର୍ଡର-ଗାଭାସ୍କର ଟ୍ରଫି: ଅଧିନାୟକ ପଦକୁ ନେଇ କ'ଣ କହିଲେ ଯଶପ୍ରୀତ ବୁମ୍ରା ?

କାଲିଠାରୁ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ । ପର୍ଥରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରେ ଭାରତର ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳିବେ ନାହିଁ । ତାଙ୍କ ବଦଳରେ ଯଶପ୍ରୀତ ବୁମ୍ରା ପ୍ରଥମ ଟେଷ୍ଟରେ ଭାରତର କ୍ୟାପ୍ଟେନ୍ସି କରିବେ ।

ଅଷ୍ଟ୍ରେଲିଆ ବିପକ୍ଷ ବହୁପ୍ରତିକ୍ଷୀତ ଟେଷ୍ଟରେ ବୁମ୍ରା କ୍ୟାପ୍ଟେନ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଦିନକ ପୂର୍ବରୁ ବୟାନ ଦେଇଛନ୍ତି । ସେ କ୍ୟାପ୍ଟେନ୍ସି ଦାୟିତ୍ୱକୁ ନିଜ ଢଙ୍ଗରେ ଚଳାଇବେ ବୋଲି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବୁମ୍ରା କହିଛନ୍ତି, "ମୁଁ କ୍ୟାପ୍ଟେନ୍ସିକୁ ଗୋଟିଏ ପଦବୀ ଭାବେ ଦେଖୁନାହିଁ । କିନ୍ତୁ ମୁଁ ସବୁବେଳେ ଦାୟିତ୍ୱ ନେବାକୁ ଭଲ ପାଏ । ମୁଁ ପିଲାଟି ବେଳୁ ଚ୍ୟାଲେଞ୍ଜିଂ ଦାୟିତ୍ୱ ନେବାକୁ ସବୁବେଳେ ଚାହିଁ ଆସିଛି । ଆପଣ କିଛି କରିବାକୁ ଚାହୁଁଛନ୍ତି ଓ ଆପଣଙ୍କୁ ଏମିତି ଏକ ସ୍ଥିତିରେ ଛାଡ଼ି ଦିଆଯିବ । ଏହା ମୋ ପାଇଁ ଗୋଟିଏ ଚ୍ୟାଲେଞ୍ଜ । ବୁମ୍ରା କହିଛନ୍ତି, "ନିଶ୍ଚିତ ଭାବେ ମୁଁ ରୋହିତଙ୍କୁ କହିପାରିବି ନାହିଁ ଯେ ମୁଁ କ୍ୟାପ୍ଟେନ୍ସି କରିଦେଉଛି ।

Border Gavaskar Trophy 2024

ସେ ଆମର ଅଧିନାୟକ । ସେ ଭଲ କାମ କରୁଛନ୍ତି । ବର୍ତ୍ତମାନ ଆମେ କେବଳ ଗୋଟିଏ ମ୍ୟାଚ୍‌ କଥା ଚିନ୍ତା କରୁଛୁ ଓ ଆସନ୍ତାକାଲି କ'ଣ ହେବ, ସେକଥା କେହି ବି ଜାଣିନାହାନ୍ତି । ପରବର୍ତ୍ତୀ ମ୍ୟାଚରେ ସବୁ କିଛି ବଦଳିବ ଓ କ୍ରିକେଟ ଏଭଳି ଢଙ୍ଗରେ ହିଁ ଚାଲିଥାଏ । ମୋତେ ଗୋଟିଏ ଦାୟିତ୍ୱ ଦିଆଯାଇଛି । ମୁଁ ପୂର୍ବରୁ ଥରେ ଦାୟିତ୍ୱ ନେଇ ସାରିଛି । ମୁଁ କେମିତି କ୍ୟାପ୍ଟେନ୍ସିରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିବି, ସେକଥା ଭାବୁଛି। ଭବିଷ୍ୟତ ମୋ ହାତରେ ନାହିଁ ।"

ବୁମ୍ରା ଦ୍ୱିତୀୟ ଥର ପାଇଁ କୌଣସି ଟେଷ୍ଟ ମ୍ୟାଚ୍‌ରେ ଭାରତର ଅଧିନାୟକ ହେବାକୁ ଯାଉଛନ୍ତି । ସେ ୨୦୨୨ରେ ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ ଟେଷ୍ଟରେ ଭାରତର ନେତୃତ୍ୱ ନେଇଥିଲେ ।

ଅଷ୍ଟ୍ରେଲିଆ ବନାମ ଭାରତ: ଟିମ ଇଣ୍ଡିଆ: ଯଶସ୍ୱୀ ଜୟସୱାଲ, କେ.ଏଲ୍ ରାହୁଲ, ଦେବଦତ୍ତ ପାଡିକ୍କାଲ, ବିରାଟ କୋହଲି, ରିଷଭ ପନ୍ତ (ୱିକେଟ୍ କିପର), ଧ୍ରୁଭ ଜୁରେଲ, ନୀତୀଶ ରେଡ୍ଡୀ, ରବିଚନ୍ଦ୍ରନ ଅଶ୍ୱିନ, ଆକାଶ ଦୀପ, ଜସପ୍ରୀତ ବୁମରା (ଅଧିନାୟକ) ମହମ୍ମଦ ସିରାଜ, ସରଫରାଜ କୃଷ୍ଣ, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, ୱାଶିଂଟନ୍ ସୁନ୍ଦର, ଅଭିମନ୍ୟୁ ଇସରୱାନ୍ ।

ଅଷ୍ଟ୍ରେଲିଆ ବନାମ ଭାରତ, ଅଷ୍ଟ୍ରେଲିଆ ଦଳ: ଉସମାନ ଖାୱାଜା, ନାଥାନ୍ ମ୍ୟାକସ୍ୱେନି, ମାର୍ନସ୍ ଲାବୁସାଗ୍ନେ, ଷ୍ଟିଭେନ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, ମିଚେଲ ମାର୍ଶ, ଆଲେକ୍ସ କେରେ (ୱିକେଟ କିପର), ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ (ଅଧିନାୟକ), ନାଥାନ୍ ଲିଅନ୍, ଜୋସ୍ ହାଜଲେଉଡ୍, ଜୋସ୍ ଇଂଲିସ୍,

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+