Yashasvi Jaiswal : ବିବାଦୀୟ DRS, ଜୈସୱାଲ ଆଉଟ ନା ନଟ ଆଉଟ?
ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ସୋମବାର ଯଶସ୍ବୀ ଜୟସ୍ବାଲଙ୍କ ଆଉଟକୁ ନେଇ ବିବାଦୀୟ ସ୍ଥିତି ଦେଖା ଦେଇଛି। ଏହା ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଜୟସ୍ବାଲ ୮୪ ରନ କରିଥିବାବେଳେ କଟ୍ ବିହାଇଣ୍ଡ ଆବେଦନ କରିଥିଲେ ଅଷ୍ଟ୍ରେଲୀୟ ବୋଲର ପ୍ୟାଟ୍ କୁମିନ୍ସ ଓ ଉଇକେଟ କିପର ଆଲେକ୍ସ କାରେ। ଫିଲ୍ଡ ଅମ୍ପାୟର ଜୋଏଲ ଓ୍ବିଲସନ ଆଉଟ ନ ଦେବାରୁ କୁମିନ୍ସ ଡିଆରଏସ ନେଇଥିଲେ। ତେବେ ବଲ୍ ବ୍ୟାଟ୍ରେ ବାଜି ନ ଥିବା ସ୍ନିକୋ ମିଟରରେ ସ୍ପଷ୍ଟ ହୋଇଥିଲେ ମଧ୍ୟ ତୃତୀୟ ଅମ୍ପାୟର ସୈକତ ଶର୍ଫୁଦୁଲା ଆଉଟ ଦେଇଥିଲେ।
ପୂରା ବିବାଦ ୭୧ତମ ଓଭରରେ ଦେଖିବାକୁ ମିଳିଥିଲା। ଜୈସୱାଲ ୮୪ ରନରେ ବ୍ୟାଟିଂ କରୁଥିଲେ। ସେ ପାଟ କମିନ୍ସଙ୍କ ବଲକୁ ପୁଲ ମାରିବାକୁ ଚେଷ୍ଟା କରିଥିଲେ ହେଁ ଏହା ଲେଗ ସାଇଡରେ ଯାଇ ୱିକେଟ କିପର ଆଲେକ୍ସ କେରୀଙ୍କ ଗ୍ଲୋବ୍ସରେ ପଡ଼ିଥିଲା। ବଲ ଯଶସ୍ୱୀଙ୍କ ଗ୍ଲୋବ୍ସରେ ବାଜିଥିବା ଭାବି କେରୀ ଓ କମିନ୍ସ ଜୋରଦାର ଅପିଲ କରିଥିଲେ।

ନ ଫିଲ୍ଡ ଅମ୍ପାୟାର ଜୁଏଲ ୱିଲସନ କିନ୍ତୁ ଆଉଟ ଦେଇ ନଥିଲେ। ତେବେ ଏହା ବିରୋଧରେ କମିନ୍ସ ଡିଆରଏସର ବ୍ୟବହାର କରିଥିଲେ। ଏହି ଠାରୁ ଆରମ୍ଭ ହୋଇଥିଲା ବିବାଦ। ଡିଆରଏସ ବଳରେ ବେଶ କିଛି ସମୟ ତୃତୀୟ ଅମ୍ପାୟାର ଚେକ କରିଥିଲେ। ଅଲ୍ଟ୍ରା ଏଡେଜରେ ଦେଖିବାକୁ ମିଳିଥିଲା ଯେ ବଲ ବ୍ୟାଟକୁ ଅତିକ୍ରମ କରିବା ବେଳେ କୌଣସି ସ୍ପାଇକ ଦେଖାଯାଇ ନଥିଲା।
ତଥାପି ତୃତୀୟ ଅମ୍ପାୟାର ଶର୍ଫୁଦୌଲା ସୈକତ ଭିଜୁଆଲ ପ୍ରମାଣ ଆଧାରରେ ଜୈସୱାଲଙ୍କୁ ଆଉଟ ଘୋଷଣା କରିଥିଲେ। ବଲ ବ୍ୟାଟ ଅତିକ୍ରମ କରିବା ବେଳେ ଡିଫ୍ଲେକ୍ଟ ବା ସାମାନ୍ୟ ଦିଗ ବଦଳାଇ ଥିବାରୁ, ସେହି ଆଧାରରେ ସୈକତ ନିଜର ନିଷ୍ପତ୍ତି ନେଇଥିଲେ।
ଏହି ନିଷ୍ପତ୍ତି ପରେ ଅଷ୍ଟ୍ରେଲିଆର ଖେଳାଳିମାନେ ଉତ୍ସାହିତ ହୋଇପଡ଼ିଥିବା ବେଳେ ଜୈସୱାଲ ପୂରା ସ୍ତବ୍ଧ ହୋଇଯାଇଥିଲେ। ଭାଷ୍ୟକାରମାନେ ମଧ୍ୟ ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଲାଇଭ ଟିଭି ଶୋ'ରେ ସମାଲୋଚନା କରିଛନ୍ତି।
ଅନ୍ୟପକ୍ଷରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ତାଙ୍କ କହିବା କଥା ଯେ ସ୍ନିକୋ ମିଟରରେ ବଲ ବ୍ୟାଟରେ ବାଜିଥିବା ଜଣାପଡ଼ୁନି। କିନ୍ତୁ ଖାଲି ଆଖିରେ ଦେଖିଲେ ବଲ ଯଶସ୍ୱୀଙ୍କ ବ୍ୟାଟରେ ମାଡ଼ ହୋଇଥିବା ଭଳି ଲାଗୁଛି। କିନ୍ତୁ ସେ ଯାହା ବି ହେଉ ନିଷ୍ପତ୍ତିର ଭୁଲ ପକ୍ଷରେ ରହିଛୁ ବୋଲି ସେ କହିଛନ୍ତି।












Click it and Unblock the Notifications