Border Gavaskar Trophy: ସିଡ୍ନୀ ଟେଷ୍ଟରେ ଖେଲିବେନି ଅଧିନାୟକ ରୋହିତ ଶର୍ମା !
ସିଡ୍ନୀ ଟେଷ୍ଟରେ ଅଧିନାୟକ ରୋହିତଙ୍କ ଖେଳିବା ସମ୍ଭାବନା କ୍ଷୀଣ। । । ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ସ୍ପଷ୍ଟ କଲେନି ମୁଖ୍ୟ କୋଚ୍ ।ଦୁର୍ବଳ ଫର୍ମ ପାଇଁ ରୋହିତଙ୍କୁ ବାଦ୍ ଦିଆଯାଇଥିବା ସୂଚନା ।
୬ଟି ଇନିଂସରୁ ୩୧ ରନ୍ କରିବାକୁ ନେଇ କୋଚ୍ ଗମ୍ଭୀର ଖପ୍ପା । ରୋହିତଙ୍କ ସ୍ଥାନରେ ନେତୃତ୍ବ ନେଇପାରନ୍ତି ଯଶପ୍ରୀତ ବୁମ୍ରା । ଆକାଶଦୀପ ଖେଳିବେନି, ଖେଳିପାରନ୍ତି ପ୍ରସିଦ୍ଧ କ୍ରୀଷ୍ଣା।
ନ୍ୟୁଜିଲ୍ୟାଣ୍ଡ ଠାରୁ ଦୀର୍ଘ ବର୍ଷ ପରେ ଘରୋଇ ମାଟିରେ ଖେଳୁଥିବା ଟେଷ୍ଟ ସିରିଜରେ ମୂଳପୋଛ ହୋଇଗଲା। ଏବେ ବର୍ଡର-ଗାଭାସ୍କର ଟ୍ରଫିରେ ମଧ୍ୟ ଭାରତୀୟ ଟିମ ୧-୨ ପଛରେ ରହିଛି। ଯଦି ଭାରତୀୟ ଟିମ ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଶେଷ ଟେଷ୍ଟ ନ ଜିତିବ, ତା'ହେଲେ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ବାଦ ପଡ଼ିବ।

ଏସବୁ ଭିତରେ ପିଟିଆରେ ରିପୋର୍ଟ ପ୍ରକାଶ ପାଇଛି ଯେ ଗମ୍ଭୀରଙ୍କ ସହ ଅନେକ ଖେଳାଳିଙ୍କ ପଡ଼ୁନାହିଁ। ରାହୁଲ ଡ୍ରାଭିଡ ଓ ରବି ଶାସ୍ତ୍ରୀଙ୍କ ସମୟରେ ଯେଉଁଭଳି ଖେଳାଳିମାନେ ସବୁ କିଛି ମୁକ୍ତ ଭାବେ କରିପାରୁଥିଲେ, ଏବେ ସେମିତି କିଛି କରିପାରୁ ନାହାନ୍ତି। ପୂର୍ବଭଳି ଏବେ ବି ଚୟନ ସମ୍ପର୍କରେ ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ଖେଳାଳିଙ୍କ ସହ କଥା ହେଉଛନ୍ତି।
ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ପରାଜୟ ଭାରତୀୟ କ୍ରିକେଟ ଦଳରେ ମତଭେଦ ସୃଷ୍ଟି କରିଛି। ଏହି ପରାଜୟ ପରେ ଡ୍ରେସିଂ ରୁମରେ ମତଭେଦର ଖବର ସାମ୍ନାକୁ ଆସିଛି। ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏହି ସମୟରେ ସିଡନୀରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ପୂର୍ବରୁ ଗମ୍ଭୀର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।
ଗୌତମ ଗମ୍ଭୀର କହିଛନ୍ତି, ଡ୍ରେସିଂ ରୁମ 'ବିତର୍କ' ସାର୍ବଜନୀନ କରାଯିବା ଉଚିତ୍ ନୁହେଁ। ସେ ଟେଷ୍ଟ ମ୍ୟାଚ ଜିତିବାର ରଣନୀତି ବ୍ୟତୀତ ବରିଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସହ କଥାବାର୍ତ୍ତା କରିନାହାଁନ୍ତି। ପ୍ରତ୍ୟେକ ଖେଳାଳି ଜାଣନ୍ତି କେଉଁଠାରେ ତାଙ୍କୁ ଉନ୍ନତି କରିବାକୁ ପଡିବ। ଆମେ ତାଙ୍କୁ କେବଳ ସିଡନୀ ଟେଷ୍ଟ ମ୍ୟାଚ ଜିତିବା କଥା କହିଛୁ।












Click it and Unblock the Notifications