Border Gavaskar Trophy: ସିରିଜ ପରେ ରୋହିତ ଓ ବିରାଟଙ୍କ କ୍ୟାରିୟରକୁ ନେଇ ଆସିବ ବଡ ନିଷ୍ପତ୍ତି !

ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଆସିଛି ବଡ଼ ଖବର। ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ପରେ ଏହି ଦୁଇ ଖେଳାଳିଙ୍କ ଭବିଷ୍ୟତ ଉପରେ ନିଆଯିବ ବଡ଼ ନିଷ୍ପତ୍ତି। ଏଥିପାଇଁ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ସମୟରେ ଅଷ୍ଟ୍ରେଲିଆରେ ରହିବାକୁ କୁହାଯାଇଛି।

ସେ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ ମିଶି ଭବିଷ୍ୟତର ଧଳା ବଲ କ୍ରିକେଟ ଟିମ ସହ ଟେଷ୍ଟ କ୍ରିକେଟର ରୋଡ ମ୍ୟାପ ପ୍ରସ୍ତୁତ କରିବେ। ଏଥିସହ ଗମ୍ଭୀରଙ୍କୁ ଅଗରକର ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ମଧ୍ୟ ପରାମର୍ଶ ଦେଇପାରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ନ୍ୟୁଜିଲ୍ୟାଣ୍ଡ ଠାରୁ ଭାରତ ଘରୋଇ ମାଟିରେ ୦-୩ରେ ହାରିବା ପରେ ଟିମ ମ୍ୟାନେଜମେଣ୍ଟ ପ୍ରଶ୍ନ ଘେରରେ ରହିଛି। ଫଳସ୍ୱରୂପ ଅଗରକରଙ୍କୁ ପୂରା ଟେଷ୍ଟ ସିରିଜ ସମୟରେ ଅଷ୍ଟ୍ରେଲିଆରେ ରହି ଗମ୍ଭୀରଙ୍କ ସହ ମିଳିତ ଭାବେ କାମ କରିବାକୁ କୁହାଯାଇଛି।

ବିସିସିଆଇ ସୂତ୍ରରେ କୁହାଯାଇଛି, "ଉଭୟ ଅଗରକର ଓ ଗମ୍ଭୀର ଭଲ ଭାବେ ଜାଣିଛନ୍ତି ଯେ ଭାରତରେ ଦୁର୍ବଳ ପ୍ରଦର୍ଶନ ନିଶ୍ଚିତ ଭାବେ ସମାଲୋଚନାକୁ ନିମନ୍ତ୍ରଣ କରିବ। ଏହା ମଧ୍ୟ ସ୍ୱାଭାବିକ। ଯେହେତୁ ଅଷ୍ଟ୍ରେଲିଆରେ ଭାରତ ୫ଟି ଟେଷ୍ଟ ଖେଳିବ, ତେଣୁ ଅଗରକର ଓ ଗମ୍ଭୀର ଏକାଠି ବସି ସିରିଜ ପରେ ଦଳର ରୂପରେଖ କେମିତି ଆଗକୁ ରହିବ, ସେବିଷୟରେ ଆଲୋଚନା ପାଇଁ ସମୟ ପାଇପାରିବେ।

Border Gavaskar Trophy

ଶକ୍ତିଶାଳୀ ବ୍ୟାକଅପ ସହ ଗୋଟିଏ ଦୃଢ଼ ଟିମ ଗଠନ ପାଇଁ ଉଭୟଙ୍କୁ ସମ୍ଭବଃ ଦେଢ଼ ବର୍ଷ ସମୟ ଲାଗିପାରେ। ଏଥିପାଇଁ ଉଭୟଙ୍କୁ ଏକାଠି ରହି ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି।"

ରିପୋର୍ଟ ଅନୁସାରେ, ଦଳର ବରିଷ୍ଠ ଖେଳାଳିଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଆଲୋଚନା ହେବ। ରୋହିତ ଶର୍ମା, ବିରାଟ କୋହଲି, ରବି ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଏବେ ବୟସ୍କ ହୋଇସାରିଲେଣି। ଏମାନେ ଯେକୌଣସି ସମୟରେ ଅବସର ମଧ୍ୟ ନେଇପାରନ୍ତି। ତେଣୁ ବରିଷ୍ଠ ଖେଳାଳିଙ୍କ ପରେ ଟିମର ରୂପରେଖ କେମିତି ରହିବ, ତା'ର ଯୋଜନା ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରେ ପ୍ରସ୍ତୁତ ହେବ। ବର୍ଡର-ଗାଭାସ୍କର ଟ୍ରଫି ପରେ ରୋହିତ ଓ ବିରାଟଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଭବିଷ୍ୟତ ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+