ବର୍ଡର-ଗାଭାସ୍କର ଟ୍ରଫି: ଘାଣ୍ଟିଲେ ଜାଡେଜା, ଭାରତୀୟ ସ୍ପିନ ଆଟାକରେ ଘାଇଲା ଅଷ୍ଟ୍ରେଲିଆ
ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ ଅତିଥି କଙ୍ଗାରୁ ଦଳ ମାତ୍ର ୬୩ ଓଭର ଖେଳି ୧୭୭ ରନ୍ ରେ ଅଲଆଉଟ୍ ହୋଇଛି। ଘରୋଇ ଦଳ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୫ ୱିକେଟ ହାସଲ କରିଛନ୍ତି ।

IND vs AUS, Nagpur Test: ଭାରତୀୟ ସ୍ପିନ ଆଟାକରେ ଘାଇଲା ଅଷ୍ଟ୍ରେଲିଆ । ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ ଅତିଥି କଙ୍ଗାରୁ ଦଳ ମାତ୍ର ୬୩ ଓଭର ଖେଳି ୧୭୭ ରନ୍ ରେ ଅଲଆଉଟ୍ ହୋଇଛି। ଘରୋଇ ଦଳ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୫ ୱିକେଟ ହାସଲ କରିଛନ୍ତି ।
ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା ଦଳ। ଦଳର ଦୁଇ ଓପନର ଶସ୍ତା ଭାବେ ଆଉଟ୍ ହୋଇ ପାଭିଲିୟନ ଫେରି ସାରିଥିଲେ । ଦଳୀୟ ସ୍କୋର ମାତ୍ର ଦୁଇ ରନରେ ଅଷ୍ଟ୍ରେଲିଆ ତାର ଦୁଇ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇ ଥିଲା । ପ୍ରଥମେ ଉସମାନ ଖ୍ୱାଜା(1)ଙ୍କୁ ମହମ୍ମଦ ସିରାଜ ଏଲବିଡବ୍ଲୁ କରିଥିବା ବେଳେ ପରବର୍ତ୍ତି ବଲରେ ଡେଭିଡ଼ ୱାର୍ଣ୍ଣର (1)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ ମହମଦ ଶାମି ।
ପରେ ଦଳ ପକ୍ଷରୁ ଲାବ୍ରୁସେନ ୪୯, ଷ୍ଟିଭେନ ସ୍ମିଥ ୩୭, ଆଲେକ୍ସ କ୍ୟାରି ୩୬ ଓ ହାଣ୍ଡସକୋମ୍ବ ୩୧ ରନ କରିଥିଲେ । ଫଳରେ ଦଳ ୬୩ ଓଭର ୫ଟି ବଲ ଖେଳି ୧୭୭ ରନରେ ଅଲ ଆଉଟ ହୋଇ ଯାଇଥିଲା । ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୫ ୱିକେଟ ନେଇଥିବା ବେଳେ, ଅଶ୍ୱିନୀ ୩, ସାମି ଓ ସିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।












Click it and Unblock the Notifications