ବର୍ଡର-ଗାଭାସ୍କର ଟ୍ରଫି: ଶେଷ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି ଅଷ୍ଟ୍ରେଲିଆ
ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି ଅଷ୍ଟ୍ରେଲିଆ। ଆସନ୍ତାକାଲି ସିଡନୀରେ ମ୍ୟାଚ୍ ଆରମ୍ଭ ହେବ। ବର୍ତ୍ତମାନ ସିରିଜ ଅଷ୍ଟ୍ରେଲିଆ ସପକ୍ଷରେ ୨-୧ରେ ରହିଛି। ଭାରତ କମବ୍ୟାକ ଲକ୍ଷ୍ୟରେ ରହିଥିବା ବେଳେ ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ। ଏହାର ଦିନକ ପୂର୍ବରୁ ଅଷ୍ଟ୍ରେଲିଆ ତା'ର ଚୂଡ଼ାନ୍ତ ୧୧ ଜଣ ଖେଳାଳିଙ୍କ ନାଁ ସାର୍ବଜନୀନ କରିଛି।
ଗୁରୁତ୍ୱପୂର୍ଣ୍ଣ ସିଡନୀ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଘୋଷଣା କରିଥିବା ଚୂଡ଼ାନ୍ତ ଏକାଦଶରୁ ମିଚେଲ ମାର୍ଶ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ବେଆଉ ୱେବଷ୍ଟରଙ୍କୁ ସାମିଲ କରାଯାଇଛି। ୩୧ ବର୍ଷୀୟ ୱେବଷ୍ଟର ଅଷ୍ଟ୍ରେଲିଆ ପାଇଁ ଟେଷ୍ଟରେ ଡେବ୍ୟୁ କରିବାକୁ ଯାଉଛନ୍ତି।
ୱେବଷ୍ଟର ଘରୋଇ ଟୁଣ୍ଣାମେଣ୍ଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଚାଲିଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂରେ ସେ ବେଶ ମାହିର। ତେଣୁ ମାର୍ଶଙ୍କ ବଦଳରେ ତାଙ୍କୁ ସୁଯୋଗ ମିଳିଛି।

ମାର୍ଶ ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ନିଜର ଫର୍ମକୁ ନେଇ ସଂଘର୍ଷ କରୁଥିଲେ। ସେ ୪ଟି ଟେଷ୍ଟରେ କେବଳ ୭୩ ରନ କରିପାରିଥିଲେ। ତେଣୁ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ସିଡ୍ନୀ ଟେଷ୍ଟରୁ ବାଦ ଦିଆଯାଇଛି।
ଅଷ୍ଟ୍ରେଲିଆ ଦଳ: ସାମ କୋନଷ୍ଟାସ, ଉସମାନ ଖାୱାଜା, ମାର୍ନସ ଲାବୁଶେନ, ଷ୍ଟିଭ ସ୍ମିଥ, ଟ୍ରାଭିସ ହେଡ୍, ୱେବଷ୍ଟର, ଆଲେକ୍ସ କେରୀ(ୱିକେଟ କିପର), ପାଟ କମିନ୍ସ(ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲାୟନ ଓ ସ୍କଟ ବୋଲାଣ୍ଡ।
-
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ












Click it and Unblock the Notifications