Get Updates
Get notified of breaking news, exclusive insights, and must-see stories!

Border Gavaskar Trophy: ତୃତୀୟ ଟେଷ୍ଟ ପାଇଁ ଚୁଡାନ୍ତ ଏକାଦଶ ଘୋଷଣା କଲା ଅଷ୍ଟ୍ରେଲିଆ

ଭାରତ-ଅଷ୍ଟ୍ରେଲିଆ ଭିତରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଆସନ୍ତାକାଲି ( ଡିସେମ୍ବର ୧୪ ତାରିଖରୁ) ଠାରୁ ଆରମ୍ଭ ହେବାକୁ ଯାଉଛି । ଆଉ ଏହା ପୂର୍ବରୁ ଗାବା ଟେଷ୍ଟ ପାଇଁ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ । ଗାବା ଟେଷ୍ଟରେ ପଡିଆକୁ ଓହ୍ଲେଇବାକୁ ଥିବା ପ୍ଲେଇଙ୍ଗ୍-୧୧ର ନାଁ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଯେଉଁଥିରେ ଦଳକୁ ହେଜେଲଉଡ୍ ପୁଣି ପ୍ରତ୍ୟାବର୍ତ୍ତନ କରିଥିବାବେଳେ ସ୍କଟ ବୋଲାଣ୍ଡ ଦଳରୁ ବାଦ୍ ପଡିଛନ୍ତି ।

ବର୍ଡର ଗାଭାସ୍କର ଟ୍ରଫି ଏବେ ୧-୧ରେ ବରାବର ଅଛି । ତେଣୁ ଗାବା ଟେଷ୍ଟରେ ବିଜୟ ହାସଲ କରି ଉଭୟ ଦଳ ସିରିଜରେ ଲିଡ୍ ନେବାକୁ ଲକ୍ଷ୍ୟ ରଖିଛନ୍ତି । ଖାସ୍ କରି ଟିମ୍ ଇଣ୍ଡିଆ ଗାବାରେ ପୁଣିଥରେ ବିଜୟ ହାସଲ କରିବାକୁ ରଣନୀତି ପ୍ରସ୍ତୁତ କରୁଛି । ଅନ୍ୟପଟେ ଅଷ୍ଟ୍ରେଲିଆ ଏଥର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରି ପଡିଆକୁ ଓହ୍ଲେଇବ, ତେଣୁ ଟିମ୍ ଇଣ୍ଡିଆ କେଉଁ କେଉଁ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ ତାକୁ ନେଇ ଏବେ ଚର୍ଚ୍ଚା ବଢିଛି ।

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ: ଉସମାନ ଖୱାଜା, ନାଥନ ମ୍ୟାକସ୍ୱିନୀ, ମାର୍ନସ ଲାବୁଶେନ, ଷ୍ଟିଭ ସ୍ମିଥ, ଟ୍ରାଭିସ ହେଡ୍‌, ମିଚେଲ ମାର୍ଶ, ଆଲେକ୍ସ କେରୀ (ୱିକେଟ କିପର), ପାଟ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲିୟନ ଓ ଜୋସ ହାଜେଲଉଡ୍

ଭାରତୀୟ ଟିମରେ ମଧ୍ୟ ଦୁଇଟି ପରିବର୍ତ୍ତନ ହେଇପାରେ । ଚୂଡାନ୍ତ ଏକାଦଶରୁ ବାଦ୍ ପଡିପାରନ୍ତି ଆର୍ ଅଶ୍ୱିନୀ ଏବଂ ହର୍ଷିତ ରାଣା । ତାଙ୍କ ବଦଳରେ ଓ୍ୱାସିଂଟନ୍ ସୁନ୍ଦର ଏବଂ ଆକାଶ ଦୀପଙ୍କୁ ଦଳରେ ସୁଯୋଗ ମିଳିପାରେ ବୋଲି ଅନୁମାନ କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+