Border Gavaskar Trophy: ଗାବା ଟେଷ୍ଟ ମଧ୍ୟରେ ୩ ଖେଳାଳିଙ୍କୁ ମିଳିଲା ଛୁଟି, ହେଲେ କାହିଁକି ?
ବର୍ଡା-ଗାଭାସ୍କର ଟ୍ରଫିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯାଉଛି । ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ୧୪ ଡିସେମ୍ବରରୁ ଗାବାରେ ଖେଳାଯାଉଛି । ଆଉ ଟିମ ଇଣ୍ଡିଆ ଏବେ ବ୍ୟାକଫୁଟରେ । ଏହି ମ୍ୟାଚ ହାରିଲେ ଭାରତ ବିଶ୍ବ ଟେଷ୍ଟ ଚମ୍ପିୟାନସିପ ଖେଳି ନପାରେ । ସେପଟେ ବିସିସିଆଇ ଏକ ବଡ ନିଷ୍ପତ୍ତି ନେଇଛି ।
ସୂଚନାଯୋଗ୍ୟ, ବିସିସିଆଇ ଭାରତୀୟ ଦଳର ୩ ଖେଳାଳିଙ୍କୁ ଭାରତକୁ ପଠାଇଛି। ଏହି ଖେଳାଳିଙ୍କ ମଧ୍ୟରେ ଦ୍ରୁତ ବୋଲର ୟଶ ଦୟାଲ, ମୁକେଶ କୁମାର ଏବଂ ନବଦୀପ ସାଇନିଙ୍କ ନାମ ଅନ୍ତର୍ଭୁକ୍ତ । ଏହି ଖେଳାଳିମାନଙ୍କୁ ରିଜର୍ଭ ଭାବରେ ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା ।
ଏହି ୩ଖେଳାଳିଙ୍କୁ ଭାରତକୁ ପଠାଯାଇଛି କାରଣ ବିଜୟ ହଜାରେ ଟ୍ରଫି ଡିସେମ୍ବର ୨୧ରୁ ଆରମ୍ଭ ହେଉଛି ଏବଂ ସମସ୍ତେ ନିଜ ନିଜ ଦଳ ପାଇଁ ଖେଳୁଥିବା ଦେଖିବାକୁ ମିଳିବ । ଭାରତୀୟ ଦ୍ରୁତ ବୋଲର ଖାଲିଲ ଅହମ୍ମଦଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ୟଶ ଦୟାଲଙ୍କୁ ଦଳରେ ସାମିଲ କରାଯାଇଥିଲା । ନେଟ ଶେସନରେ ଖଲିଲ ସମ୍ପୂର୍ଣ୍ଣ ଫିଟ ହୋଇନଥିଲେ, ଯେଉଁଥିପାଇଁ ୟଶଙ୍କୁ ଭାରତୀୟ ଦଳ ସହିତ ପଠାଯାଇଥିଲା। ବର୍ତ୍ତମାନ ଯଶଙ୍କୁ ଉତ୍ତରପ୍ରଦେଶ ପାଇଁ ବିଜୟ ହଜାରେ ଟ୍ରଫିରେ ଖେଳୁଥିବା ଦେଖିବାକୁ ମିଳିବ ।

ଦ୍ରୁତ ବୋଲର ମୁକେଶ କୁମାରଙ୍କ ପାଇଁ ଏହି ଯାତ୍ରା ବହୁତ ଲମ୍ବା ହୋଇଛି । ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ସେ ଇଣ୍ଡିଆ ଏ ଦଳ ସହିତ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ । ଏବେ ତାଙ୍କୁ ବିଜୟ ହଜାରେ ଟ୍ରଫିରେ ତାଙ୍କ ଦଳ ବେଙ୍ଗଲ ପାଇଁ ଖେଳୁଥିବା ଦେଖିବାକୁ ମିଳିବ ।
ଅଷ୍ଟ୍ରେଲିଆ ଗସ୍ତ ସମୟରେ ନବଦୀପ ସାଇନି ଇଣ୍ଡିଆ ଏ ପାଇଁ କେବଳ ଗୋଟିଏ ମ୍ୟାଚ ଖେଳିଥିଲେ । ଏହା ପରେ ସେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳରେ ଯୋଗ ଦେଇ ନେଟ୍ରେ ବୋଲିଂ କରୁଛନ୍ତି । ବ୍ରିସବେନ ଟେଷ୍ଟର ପ୍ରଥମ ଦିନରେ ସେ ଷ୍ଟାଣ୍ଡରୁ ଖେଳ ଦେଖିଥିଲେ, କିନ୍ତୁ ବର୍ତ୍ତମାନ ସେ ଭାରତ ଆସି ନିଜ ଦଳ ଦିଲ୍ଲୀରେ ଖେଳିବେ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications