Border Gavaskar Teophy 2025: ସନ୍ୟାସ ନେବେ ରୋହିତ ଶର୍ମା ! ମେଲବର୍ନ ଟେଷ୍ଟ ପରେ ...
ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫ ପରେ ଅବସର ନେବାକୁ ଯାଉଛନ୍ତି । ଏକ ମିଡିଆ ରିପୋର୍ଟ ଅନୁଯାୟୀ, ରୋହିତ ବର୍ତ୍ତମାନର ସିରିଜ ପରେ ତାଙ୍କ କ୍ୟାରିୟର ବିଷୟରେ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଆମେ ଆପଣଙ୍କୁ କହିବୁ ଯେ ତାଙ୍କ ଅଧିନାୟକତ୍ୱରେ ଭାରତ ବର୍ଡର-ଗାଭାସ୍କର ଟ୍ରଫି ଜିତିବାରେ ବିଫଳ ହୋଇଛି, ଯାହା ଗତ ଚାରିଥର ଟିମ ଇଣ୍ଡିଆ ଜିତିଛି। ଏଥି ସହିତ ତାଙ୍କର ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ବିଶେଷ କିଛି ଭଲ ହୋଇନାହିଁ, ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ୫ ଇନିଂସରେ ମାତ୍ର ୩୧ ରନ ସଂଗ୍ରହ କରିଛନ୍ତି।
ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫି ଖେଳିବାକୁ ଆସିବା ପୂର୍ବରୁ ଭାରତ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ହାରିଥିଲା। ଏହି ସିରିଜରେ ରୋହିତ ୬ଟି ଇନିଂସରେ ମାତ୍ର ୯୧ ରନ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର କେବଳ ୫୨ ରନ ରହିଥିଲା। ସେହିପରି ତାଙ୍କ କ୍ୟାପ୍ଟେନ୍ସି ଉପରେ ମଧ୍ୟ କ୍ରିକେଟ ପଣ୍ଡିତମାନେ ପ୍ରଶ୍ନ ଉଠାଇଥିଲେ।

ରିପୋର୍ଟ ଅନୁଯାୟୀ, ବିସିସିଆଇର ବରିଷ୍ଠ ଅଧିକାରୀ ତଥା ଚୟ ନକର୍ତ୍ତା ରୋହିତଙ୍କ ସହ କଥା ହୋଇସାରିଛନ୍ତି ଏବଂ ଲାଗୁଛି ଯେପରି 'ହିଟମ୍ୟାନ' ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିବେ ନାହିଁ। ଅବସର ତାରିଖ ଏ ପର୍ଯ୍ୟନ୍ତ ଜଣାପଡିନାହିଁ, କିନ୍ତୁ ରିପୋର୍ଟ ଅନୁଯାୟୀ ରୋହିତ ସିଡନୀ ଟେଷ୍ଟ ପରେ ଟେଷ୍ଟ କ୍ୟାରିୟର ଶେଷ କରିପାରନ୍ତି। ଯଦି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଫାଇନାଲରେ ପହଞ୍ଚେ, ତେବେ ରୋହିତ କିଛି ସମୟ ପାଇଁ ଅଧିନାୟକ ଭାବେ ରହିବାକୁ ଚୟନକର୍ତ୍ତାଙ୍କ ସହିତ କଥାବାର୍ତ୍ତା କରିପାରନ୍ତି।
କୁହାଯାଉଛି ଯେ ରୋହିତ ଶର୍ମା ଟେଷ୍ଟରୁ ଅବସର ଘୋଷଣା କରିବାର ସମୟ ଆସି ଯାଇଛି। ଏହି ଚର୍ଚ୍ଚାକୁ ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଖୋରାକ ଯୋଗାଇଛନ୍ତି। ରୋହିତଙ୍କ ଭଳି ବିରାଟ କୋହଲି ମଧ୍ୟ କ୍ରମାଗତ ଫେଲ ମାରି ଚାଲିଛନ୍ତି। ହେଲେ ସେ ଆହୁରି ୩ରୁ ୪ ବର୍ଷ ଖେଳିବେ ବୋଲି ଶାସ୍ତ୍ରୀ ଆଶା ରଖିଛନ୍ତି। ପର୍ଥ ଟେଷ୍ଟରେ ବିରାଟ ଶତକ ମାରି ନିଜ ସମାଲୋଚକଙ୍କ ମୁହଁ ବନ୍ଦ କରିଥିଲେ।












Click it and Unblock the Notifications