Border Gavaskar Trophy 2025: ପିଙ୍କ୍‌ ବଲ୍‌ ଆହ୍ବାନ, କିଏ ମାରିବ ବାଜି ?

ବର୍ଡର-ଗାଭାସ୍କର ଟ୍ରଫିରେ ଶୁକ୍ରବାରଠୁ ଆଡିଲେଡ୍‌ରେ ଆରମ୍ଭ ହେବାକୁ ଥିବା ପିଙ୍କ୍‌ ବଲ୍‌‌ ଟେଷ୍ଟ୍‌ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ପାଇଁ ଆହ୍ବାନ ହୋଇପାରେ । ଘରୋଇ ଦଳ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିବାରୁ ଚାପରେ ରହିଛି ।

ପିଙ୍କ୍‌ ବଲ୍‌ର ଅସ୍ବାଭାବିକ ବ୍ୟବହାର ମଧ୍ୟ ସମସ୍ତ ଖେଳାଳିଙ୍କୁ ଚିନ୍ତାରେ ପକାଇଛି । ଲାଲ୍‌ ବଲ୍‌ ତୁଳନାରେ ପିଙ୍କ୍‌ ବଲ୍‌ ଅଧିକ ସୁଇଂ କରିଥାଏ। ତେଣୁ ମ୍ୟାଚ୍‌ ଦିନ ଭାରତୀୟ ବୋଲିଂ ଆଗରେ ଘରୋଇ ବ୍ୟାଟର୍‌ଙ୍କୁ ଅଧିକ ସତର୍କ ହୋଇ ଖେଳିବାକୁ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌, ବାମହାତୀ ବ୍ୟାଟର୍‌ ଟ୍ରାଭିସ୍‌ ହେଡ୍‌ ଓ ଅଧିନାୟକ ପାଟ୍‌ କମିନ୍ସ ପରାମର୍ଶ ଦେଇଛନ୍ତି ।

Border-Gavaskar Trophy 2025

ପିଙ୍କ୍‌ ବଲ୍‌ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆର ଚମତ୍କାର ରେକର୍ଡ ରହିଛି, କିନ୍ତୁ ଭାରତକୁ ଆଦୌ ହାଲ୍‌କାରେ ନେବାକୁ ଚାହୁନାହାନ୍ତି ଏହି ଖେଳାଳିମାନେ। ଏହି ବଲ୍‌ରେ ଅଷ୍ଟ୍ରେଲିଆ ୧୨ ମ୍ୟାଚ୍‌ ଖେଳିଥିଲା ବେଳେ ୧୧ ମ୍ୟାଚ୍‌ରେ ବିଜୟୀ ହୋଇଛି। ସେହିପରି ଘରୋଇ ପଡ଼ିଆରେ ଅଷ୍ଟ୍ରେଲିଆ ଖେଳିଥିବା ଗତ ୭ ଦିବା-ରାତ୍ର ମ୍ୟାଚ୍‌ରେ ଅପରାଜେୟ ରହିଛି। ଏକ ସାକ୍ଷାତକାରରେ ସ୍ମିଥ୍‌ଙ୍କ କହିଛନ୍ତି, ଦିନ ହେଉ କି ରାତି, ସବୁବେଳେ ପିଙ୍କ୍‌ ବଲ୍‌ ଆହ୍ବାନପୂର୍ଣ୍ଣ ରହିଥାଏ। ତଥାପି ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ମିଳୁଛି ନା ବୋଲିଂ କରିବାକୁ ପଡ଼ିବ, ତାହା ଉପରେ ସବୁକିଛି ନିର୍ଭର କରିବ। ବଲ୍‌ ଅସ୍ବାଭାବିକ ଭାବେ ଗତିଶୀଳ ହେଉଥିବାରୁ ଆମକୁ ଖେଳିବା ବେ‌ଳେ ଅଧିକ ସତର୍କ ଓ ଧ୍ୟାନର ସହ ଖେଳିବାକୁ ହେବ। ପ୍ରତ୍ୟେକ ବ୍ୟାଟର୍‌ଙ୍କୁ କୌଣସି ଭିନ୍ନଖେଳ ଖେଳିବା ପରିବର୍ତ୍ତେ, ମୌଳିକତାକୁ ସାଙ୍ଗରେ ନେଇ ଖେଳିଲେ ସଫଳତା ମିଳିପାରିବ

। ବଲ୍‌ ପୁରୁଣା ହୋଇଚାଲିଲେ ମ୍ୟାଚ୍‌ର ଗତି ଭିନ୍ନ ମୋଡ଼କୁ ଚାଲିଯାଇପାରେ। ବେଳେବେଳେ ଏହା ଅଧିକ ଶକ୍ତ ହୋଇଯାଏ, ପୁଣି କେତେବେଳେ ନରମ ହୋଇଯାଇଥାଏ। ସର୍ବୋପରି ଏହା ଟେଷ୍ଟ୍‌ ମ୍ୟାଚ୍‌ ହୋଇଥିବାରୁ ଆମକୁ ପରିସ୍ଥିତି ଅନୁସାରେ ଖେଳିବାକୁ ହେବ ବୋଲି କମିନ୍ସ ପରାମର୍ଶ ଦେଇଛନ୍ତି।

ପର୍ଥରେ ଭାରତର ବିଜୟ ପରେ ଏବେ ଆଡିଲେଡ୍‌ରେ ପୂର୍ବ ପରାଜୟର ପ୍ରତିଶୋଧ ନେବାର ବେଳ ଆସିଛି। ଆଡିଲେଡ୍‌ରେ ୪ ବର୍ଷ ତଳେ ଭାରତ ୩୬ ରନ୍‌ରେ ଅଲ୍ଆଉଟ୍‌ ହୋଇ ଲଜ୍ଜିତ ହୋଇଥିଲା। ଏବେ ଭାରତୀୟ ଦଳର ମନୋବଳ ବଢ଼ିଥିବାରୁ ଆଡିଲେଡ୍‌ ବାଧା ପାର୍‌ କରିବା ଅସମ୍ଭବ ହେବନି। ତଥାପି ଭାରତକୁ ସାମ୍ନା କରିବା ପାଇଁ ଟ୍ରାଭିସ୍‌ ହେଡ୍‌ ପ୍ରସ୍ତୁତ ହୋଇଯାଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ୮୯ ରନ୍‌ର ପାଳି ଖେଳି ହେଡ୍‌ ଭାରତୀୟ ବୋଲର୍‌ଙ୍କ ମୁକାବିଲା କରିଥିଲେ। ପିଙ୍କ୍‌ ବଲ୍‌ରେ ମଧ୍ୟ ତାଙ୍କର ରେକର୍ଡ ବହୁତ ଭଲ ରହିଛି। ଏହା ଉପରେ ହେଡ୍‌ କହିଛନ୍ତି, ପିଚ୍‌ରେ ବ୍ୟାଟିଂ କରିବା ସହଜ ହେବନି। ଉଠା ପିଚ୍‌ରେ ଖେଳିବା ଶୈଳୀକୁ ବଦଳାଇବାକୁ ପଡ଼ିବ। ଏହା ମୋତେ ସୁହାଉଛି। ଏହି ପିଚ୍‌ରେ ଅନେକଥର ବ୍ୟାଟିଂ କରିଥିବାରୁ ଗତ କିଛି ବର୍ଷ ହେବ ଭଲ ରନ୍‌ ବାହାର କରିପାରୁଛି। ଏବର୍ଷ ମଧ୍ୟ ସମାନ ପ୍ରଦର୍ଶନ ଦୋହରାଇବାକୁ ଲକ୍ଷ୍ୟ ଅଛି ବୋଲି ହେଡ୍‌ କହିଛନ୍ତି। ସୂଚନାଯୋଗ୍ୟ, ‌ଅଷ୍ଟ୍ରେଲିଆ ପାଇଁ‌ ହେଡ୍‌ ୮ ପିଙ୍କ୍‌ ବଲ୍‌ ମ୍ୟାଚ୍‌ ଖେଳିଛନ୍ତି, ଯାହାମଧ୍ୟରେ ୨ ଶତକ ଓ ୩ ଅର୍ଦ୍ଧଶତକ ସେ ଅର୍ଜନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+