Border Gavaskar Trophy 2024: ବର୍ଡ଼ର ଗାଭାସ୍କର ଟ୍ରଫି କାହିଁକି ହାରିଲା ଭାରତୀୟ ଦଳ ? ଜାଣନ୍ତୁ କାରଣ
ବର୍ଡ଼ର ଗାଭାସ୍କର ଟ୍ରଫି ୨୦୨୪-୨୫ ର ପଞ୍ଚମ ତଥା ଶେଷ ଟେଷ୍ଟ ସିଡନୀରେ ଖେଳାଯାଇଥିଲା । ଏହି ମ୍ୟାଚରେ କଙ୍ଗାରୁ ଦଳ ଭାରତକୁ ୬ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହିତ ଆୟୋଜକ ଅଷ୍ଟ୍ରେଲିଆ ବର୍ଡ଼ର ଗାଭାସ୍କର ଟ୍ରଫିକୁ ୩-୧ରେ କବଜା କରି ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ୍ ୨୦୨୫ ରେ ସ୍ଥାନ ପାଇଛି ।
ଟିମ୍ ଇଣ୍ଡିଆର ପରାଜୟର ତିନୋଟି ବଡ଼ କାରଣ କ'ଣ ଥିଲା?
ଜସପ୍ରୀତ ବୁମରାଙ୍କ ଆଘାତ: ସିଡନୀ ଟେଷ୍ଟରେ ରୋହିତ ଶର୍ମାଙ୍କ ପରିବର୍ତ୍ତେ ଜସପ୍ରୀତ ବୁମରାଙ୍କୁ ଅଧିନାୟକ କରାଯାଇଥିଲା । ସିଡନୀ ଟେଷ୍ଟ ସମୟରେ ବୁମରା ଆହତ ହୋଇଥିଲେ । ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ବୁମରା ଭବମଳ back spasms(ଶରୀର ଯନ୍ତ୍ରଣା) କାରଣରୁ ପଡ଼ିଆରୁ ବାହାରି ଯାଇଥିଲେ ।
ସେ ପ୍ରଥମ ଇନିଂସରେ ମାତ୍ର ୧୦ ଓଭର ବୋଲିଂ କରିଥିଲେ। ଏହା ପରେ ବୁମରା ବୋଲିଂ ପାଇଁ ପଡ଼ିଆକୁ ଫେରି ପାରିନଥିଲେ । ଅଷ୍ଟ୍ରେଲିଆ ଦଳ ରନର ପିଛା କରିବା ପାଇଁ ମଇଦାନକୁ ଓହ୍ଲାଇଥିବା ବେଳେ ଦ୍ୱିତୀୟ ଇନିଂସରେ ଇଣ୍ଡିଆ ବୁମରାଙ୍କୁ ବହୁତ ଝୁରିଥିଲା।

ଭୁଲ ଦଳ ଚୟନ: ସିଡନୀ ଟେଷ୍ଟ ପାଇଁ ଭାରତ ଭୁଲ ଦଳ ଚୟନ କରିଥିଲା । ଅଷ୍ଟ୍ରେଲିଆ ଦଳ କେବଳ ଗୋଟିଏ ସ୍ପିନରଙ୍କୁ ସୁଯୋଗ ଦେଇଥିବାବେଳେ ଭାରତୀୟ ଦଳ ପ୍ଲେଇଂ XIରେ ଦୁଇ ଜଣ ସ୍ପିନରଙ୍କୁ ସାମିଲ କରିଥିଲା ।WTC ଫାଇନାଲ୍ ଖେଳିବେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା
ବର୍ଡର ଗାଭାସ୍କର ଟ୍ରଫିରେ ପରାଜିତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି ଟିମ୍ ଇଣ୍ଡିଆ। ଦଳକୁ ଏହି ରେସରେ ରହିବା ପାଇଁ ସିଡନି ଟେଷ୍ଟ ଜିତିବାର ଆବଶ୍ୟକତା ଥିଲା। ହେଲେ ଭାରତ ତାହା କରିବାରେ ବିଫଳ ହୋଇଛି। ଟିମ୍ ଇଣ୍ଡିଆ ବାଦ୍ ପଡ଼ିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ୨୦୨୩-୨୫ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ ବୋଲି ସ୍ପଷ୍ଟ ହୋଇଯାଇଛି।
ଫ୍ଲପ୍ ବ୍ୟାଟିଂ: ଟିମ୍ ଇଣ୍ଡିଆ କେବଳ ସିଡନୀ ଟେଷ୍ଟରେ ନୁହେଁ ବରଂ ବର୍ଡ଼ର ଗାଭାସ୍କର ଟ୍ରଫିର ସମସ୍ତ ପାଞ୍ଚଟି ଟେଷ୍ଟରେ ଖରାପ ବ୍ୟାଟିଂ ପ୍ରଦର୍ଶନ କରିଛି । ସିଡନୀ ଟେଷ୍ଟରେ ଟିମ୍ ଇଣ୍ଡିଆ ଉଭୟ ଇନିଂସରେ ୨୦୦ ରନ୍ ସଂଖ୍ୟା ଅତିକ୍ରମ କରିପାରି ନାହିଁ ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications