Get Updates
Get notified of breaking news, exclusive insights, and must-see stories!

ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଅଷ୍ଟ୍ରେଲିଆରେ ପହଞ୍ଚିବେ ରୋହିତ; ନଭେମ୍ବର ୨୪ରେ ଟିମ୍ ଇଣ୍ଡିଆ ସହ ଯୋଗଦେବେ

ଶୁକ୍ରବାରଠୁ ଆରମ୍ଭ ହେବାକୁ ଯାଉଛି ବର୍ଡର-ଗାଭାସ୍କର ଟ୍ରଫି । ଯାହାର ପ୍ରଥମ ଟେଷ୍ଟ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଆରମ୍ଭ ହେବ । ଆଉ ଏହାରି ଭିତରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମାଙ୍କୁ ନେଇ ଆସିଛି ବଡ ଖବର । ଆସନ୍ତା ନଭେମ୍ବର ୨୪ ତାରିଖରେ ଅଷ୍ଟ୍ଲେଲିଆ ଯାଇ ଦଳ ସହ ଯୋଗଦେବେ ରୋହିତ ଶର୍ମା । ପ୍ରଥମ ଟେଷ୍ଟ ତୃତୀୟ ଦିନରେ ହିଁ ସେ ଦଳ ସହ ଯୋଗଦେବେ ବୋଲି ସୂଚନା ମିଳିଛି ।

ତେବେ ରୋହିତ ଶର୍ମା ଦ୍ୱିତୀୟ ଥର ପାଇଁ ବାପା ହେଇଥିବା କାରଣରୁ, ପ୍ରଥମ ଟେଷ୍ଟ ନଖେଳିବା ନେଇ ନିଷ୍ପତ୍ତି ନେଇଥିଲେ । ଯାହା ପରେ ଦଳ ଜଶପ୍ରୀତ ବୁମରାଙ୍କ ନେତୃତ୍ୱରେ ପ୍ରଥମ ଟେଷ୍ଟ ଖେଳିବ। ତେବେ ଡିସେମ୍ବର ୬ରୁ ୧୦ ଆଡିଲେଡ୍ ଓଭାଲରେ ହେବାକୁ ଥିବା ସିରିଜର ଦ୍ୱିତୀୟ ଟେଷ୍ଟ ପାଇଁ ରୋହିତ ଉପଲବ୍ଧ ହେବେ।

Rohit to join India squad

ସୂଚନାଯୋଗ୍ୟ ଯେ, ନଭେମ୍ବର ୯ ରୁ ୧୧ ମଧ୍ୟରେ ଭାରତୀୟ ଦଳ ତିନିଟି ବ୍ୟାଚରେ ଅଷ୍ଟ୍ରେଲିଆ ଯାଇଥିଲେ କିନ୍ତୁ ରୋହିତ ତାଙ୍କର ଦ୍ୱିତୀୟ ସନ୍ତାନର ଜନ୍ମ ପାଇଁ ଅଷ୍ଟ୍ରେଲିଆ ଯାଇନଥିଲେ । ଗତ ନଭେମ୍ବର ୧୫ ରେ ରୋହିତଙ୍କ ପତ୍ନୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ସେପଟେ ରୋହିତଙ୍କ ଅନୁପସ୍ଥିତିରେ ଜଶପ୍ରୀତ ବୁମରା ପ୍ରଥମ ଟେଷ୍ଟରେ ଦଳର ନେତୃତ୍ୱ ନେଉଛନ୍ତି । ଏହାପୂର୍ବରୁ ସେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସହ ଯୋଗାଯୋଗ ରହିଥିବା କହିଥିଲେ। ସେହିପରି ମହମ୍ମଦ ଶାମିଙ୍କୁ ଭାରତ ଦଳରେ ସାମିଲ ହେବାର ସମ୍ଭାବନା ଉପରେ ବୁମରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସାମି ଭାଇ କ୍ରିକେଟ୍ ଖେଳିବା ଆରମ୍ଭ କରିଛନ୍ତି ଏବଂ ନିଶ୍ଚିତ ଭାବେ ସେ ଏହି ଦଳର ଏକ ଅବିଚ୍ଛେଦ୍ୟ ଅଙ୍ଗ।

ବିଶ୍ବର ସବୁଠୁ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ଟେଷ୍ଟ୍‌ ସିରିଜ'ବର୍ଡର-ଗାଭାସ୍କର୍ ଟ୍ରଫି'ର ପ୍ରଥମ ଲଢ଼େଇ ଆଜିଠାରୁ ଆରମ୍ଭ ହେବ। ସ୍ଥାନୀୟ ଅପଟସ୍ ଷ୍ଟାଡିୟମ୍‌ରେ ଏହି ମହାଟକ୍କର ବିଶ୍ବ କ୍ରିକେଟ୍‌ର ଦୁଇ ଦୁର୍ଦ୍ଧର୍ଷ ତଥା ଲୋକପ୍ରିୟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ।

ଆଜିର ମ୍ୟାଚ୍ ଭାରତୀୟ ସମୟ ସକାଳ ୭ଟା ୫୦ରୁ ଖେଳାଯିବ। ସଂଯୋଗବଶତଃ ଉଭୟ ବାହିନୀର ଅଧିନାୟକ ଦାୟିତ୍ବରେ ଦୁଇ ଦ୍ରୁତ ବୋଲର ରହିବେ। ନିଜ ଶାଣିତ ବୋଲିଂ ତଥା ସୁଦକ୍ଷ ନେତୃତ୍ବ ପାଇଁ ପରିଚିତ ପ୍ୟାଟ୍ କମିନ୍ସ ଘରୋଇ ଅଷ୍ଟ୍ରେଲିଆର ଅଧିନାୟକ ଏବଂ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ସାଂପ୍ରତିକ କ୍ରିକେଟ୍‌ର ସବୁଠାରୁ ଘାତକ ବୋଲର ଯଶପ୍ରୀତ ବୁମ୍‌ରା ଭାରତୀୟ ଦଳର ମଙ୍ଗ ଧରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+