Get Updates
Get notified of breaking news, exclusive insights, and must-see stories!

Border Gavaskar Trophy 2024: ଯଶସ୍ୱୀ ଜୈସୱାଲ ଓ କେ.ଏଲ ରାହୁଲଙ୍କ ରେକର୍ଡ ପାର୍ଟନରଶିପ

ପର୍ଥ ଟେଷ୍ଟର ତୃତୀୟ ଦିନରେ ରବିବାର ଇତିହାସ ରଚିଛନ୍ତି ଟିମ୍‌ ଇଣ୍ଡିଆର ଓପନିଂ ଯୋଡ଼ି ଯଶସ୍ୱୀ ଜୈସୱାଲ ଓ କେ.ଏଲ ରାହୁଲ। ପ୍ରଥମ ଭାରତୀୟ ଓପନିଂ ଯୋଡ଼ି ଭାବେ ଅଷ୍ଟ୍ରେଲିଆ ମାଟିରେ ୨୦୦ ରନ୍‌ର ପାର୍ଟନରଶିପ କରିବାର ଗୌରବ ହାସଲ କରିଛନ୍ତି ସେମାନେ। ସୁନୀଲ ଗାଭାସ୍କର ଓ ଶ୍ରୀକାନ୍ତଙ୍କ ରେକର୍ଡ ଭାଙ୍ଗିଛନ୍ତି ଏହି ଦୁଇ ବ୍ୟାଟର। ୧୯୮୬ ମସିହାରେ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଆଲାନ ବୋର୍ଡରଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଟିମ୍ ବିରୋଧରେ ଗାଭାସ୍କର ଓ ଶ୍ରୀକାନ୍ତ ୧୯୧ ରନ୍‌ର ଓପନିଂ ପାର୍ଟନରଶିପ କରିଥିଲେ। ୩୮ ବର୍ଷ ପରେ ସେହି ରେକର୍ଡ ଭାଙ୍ଗିଛି।

ପର୍ଥରେ ଓପନିଂ ଯୋଡ଼ି ଯଶସ୍ୱୀ ଜୈସୱାଲ ଓ କେଏଲ ରାହୁଲଙ୍କ ମଧ୍ୟରେ ୨୦୧ ରନ୍‌ର ଭାଗିଦାରୀ ହୋଇଛି। ଆଉ ଏହା ଏହି ଫର୍ମାଟ୍‌ରେ ଅଷ୍ଟ୍ରେଲିଆ ବିରୋଧରେ ଭାରତର ଦ୍ୱିତୀୟ ବଡ଼ ଓପନିଂ ପାର୍ଟନରଶିପ। ୨୦୧୩ରେ ମୋହାଲିରେ ଶିଖର ଧାୱନ ଓ ମୁରଲୀ ବିଜୟଙ୍କ ଓପନିଂ ଯୋଡ଼ି ମାଇକେଲ କ୍ଲାର୍କଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ବିରୋଧରେ ୨୮୯ ରନ୍‌ର ପାର୍ଟନରଶିପ କରିଥିଲେ।

Border Gavaskar Trophy 2024

ସେହିଭଳି ଏହା ହେଉଛି ଅଷ୍ଟ୍ରେଲିଆ ଗସ୍ତରେ ଆସିଥିବା କୌଣସି ଅଣ-ଇଂଲଣ୍ଡ ଦଳର ସର୍ବାଧିକ ଓପନିଂ ପାର୍ଟନରଶିପ। ୧୯୧୨ରେ ମେଲବର୍ଣ୍ଣରେ ଇଂଲଣ୍ଡର ଜ୍ୟାକ୍ ହବ୍‌ସ ଓ ୱିଲଫ୍ରେଡ୍‌ ରୋଡ୍‌ସଙ୍କ ମଧ୍ୟରେ ୩୨୩ ରନ୍‌ର ଓପନିଂ ପାର୍ଟନରଶିପ ହୋଇଥିଲା।

ଯଶସ୍ୱୀ ଜୈସୱାଲ ଓ କେଏଲ ରାହୁଲଙ୍କ ଓପନିଂ ଭାଗିଦାରୀ ହେଉଛି SENA (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ) ଦେଶ ବିରୋଧରେ ଭାରତ ତୃତୀୟ ସର୍ବାଧିକ ଓପନିଂ ପାର୍ଟନରଶିପ। ୧୯୭୯ରେ ଓଭାଲରେ ଇଂଲଣ୍ଡ ବିପକ୍ଷରେ ସୁନୀଲ ଗାଭାସ୍କର ଓ ଚେତନ ଚୌହାନଙ୍କ ମଧ୍ୟରେ ୨୧୩ ରନ୍‌ର ଭାଗିଦାରୀ ହୋଇଥିଲା। ତା'ପୂର୍ବରୁ ୧୯୩୬ରେ ମଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷରେ ଓପନିଂ ଯୋଡ଼ି ବିଜୟ ମର୍ଚାଣ୍ଟ ଓ ମୁସ୍ତାକ ଅଲୀ ୨୦୩ ରନ୍‌ କରିଥିଲେ।

ଯଶସ୍ୱୀ ଜୈସୱାଲ ଓ କେଏଲ ରାହୁଲ ଯୋଡ଼ି ୬୩ ଓଭର ଖେଳି ୨୦୧ ରନ୍‌ର ଓପନିଂ ଭାଗିଦାରୀ ଯୋଡ଼ି ଥିଲେ। ଏହି ପାର୍ଟନରଶିପ୍‌କୁ ଭାଙ୍ଗିଥିଲେ ମିଚେଲ ଷ୍ଟାର୍କ। ତାଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ କେ.ଏଲ ରାହୁଲ। ସେ ୧୭୬ଟି ବଲ୍‌ରୁ ୭୭ ରନ୍ କରି ଆଉଟ୍ ହୋଇଥିଲେ। ହେଲେ ଯଶସ୍ୱୀ ଖେଳ ଜାରି ରଖିଥିଲେ। ସେ ୨୯୭ ବଲ୍‌ରୁ ୧୫ ଚୌକା ଓ ୩ ଛକ୍କା ସହାୟତାରେ ୧୬୧ ରନ୍ କରିଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+