Border Gavaskar Trophy 2024-25: ଅଷ୍ଟ୍ରେଲିଆ ଯିବାକୁ ପ୍ରସ୍ତୁତ ଶାମୀ? ଭାରତର ସଙ୍କଟ ମୋଚନ ହେବେ !
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ବ୍ୟାକ ଫୁଟରେ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ବଡ଼ ପାଳିକୁ ପିଛା କରି ଟିମ୍ ଇଣ୍ଡିଆ ପରାଜୟ ଦ୍ଵାରରେ । ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୧୨୮ ରନରେ ୫ଟି ୱିକେଟ ହରାଇ ସାରିଛି ।
ତେବେ ଦଳର ଏଭଳି ମୁହୂର୍ତ୍ତରେ ଟିମ ଇଣ୍ଡିଆକୁ ମିଳିଛି ଏକ ବଡ଼ ଖବର । ଷ୍ଟାର ବୋଲର ମହମ୍ମଦ ଶାମୀଙ୍କୁ ନେଇ ଏହି ବଡ଼ ଖବର ଦେଇଛି ନେସନାଲ କ୍ରିକେଟ ଏକାଡେମୀ । ଗତ କିଛି ଦିନରୁ ଶାମୀଙ୍କୁ ଅଷ୍ଟ୍ରେଲିଆ ସିରିଜରେ ଏଣ୍ଟ୍ରି ମିଳିବା ନେଇ ଚର୍ଚ୍ଚା ହେଉଛି । ଏହାଭିତରେ ଯାଞ୍ଚ ପରେ ଶାମୀଙ୍କ ଅଷ୍ଟ୍ରେଲିଆ ଗସ୍ତ ଉପରେ ବଡ଼ ସଂକେତ ଦେଇଛି ଏନସିଏ ।
ଆହତ ସମସ୍ୟା ଯୋଗୁଁ ଦୀର୍ଘ ର୍ବେକ ପରେ କ୍ରିକେଟ ମଇଦାନକୁ ପେରିଛନ୍ତି ମହମ୍ମଦ ଶାମୀ ।

ବର୍ତ୍ତମାନ ସୟଦ ମୁସ୍ତାକ ଅଲୀ ଟ୍ରଫି(ବେଙ୍ଗଲ) ଖେଳୁଛନ୍ତି ଶାମୀ । ତେବେ ଏହା ଭିତରେ ଏନସିଏ ଏବଂ ବିସିସିଆଇର ଚୟନ କମିଟି ଶାମୀଙ୍କ ଫିଟନେସ ଉପରେ ନଜର ରଖିଛନ୍ତି । ତେବେ ଶାମୀ ଖୁବଶୀଘ୍ର ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରବନ୍ତି ବୋଲି ଆଶା କରାଯାଉଛି । ତେବେ ଏ ନେଇ ଏନସିଏ ତରଫରୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା କିମ୍ବା ଘୋଷଣା ମିଳିନାହିଁ । ନେସନାଲ ସିଲେକ୍ଟର ଶିବସୁନ୍ଦର ଦାସ, ବିସିସିଆଇର ସାଇନ୍ସ ୱିଙ୍ଗ ହେଡ୍ ନୀତିନ ପଟେଲ ଏବଂ ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଙ୍ଗ ଟ୍ରେନର ନିଶାନ୍ତ ବରଦୁଲେ ଶାମୀଙ୍କ ଫିଟନେସ ଉପରେ ଲଗାତାର ନଜର ରଖିଛନ୍ତି ।
ବିସିସିଆଇର ସାଇନ୍ସ ୱିଙ୍ଗ ବର୍ତ୍ତମାନ ସୁଦ୍ଧ ବୋର୍ଡକୁ ଶାମୀଙ୍କ କ୍ଲିଅରାନ୍ସ ରିପୋର୍ଟ ଦେଇନାହିଁ । ତେଣୁ ସେ ବର୍ତ୍ତମାନ ଅଷ୍ଟ୍ରେଲିଆ ଯିବେ ନାହିଁ ଏବଂ ସୟଦ ମୁସ୍ତାକ ଅଲୀ ଟ୍ରଫି ଖେଳ ଜାରି ରଖିବେ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ବେଙ୍ଗଲ ବର୍ତ୍ତମାନ ନକ୍-ଆଉଟ୍ ଷ୍ଟେଜରେ ରହିଛି । ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଶାମୀଙ୍କ ଖେଳିବା ସୁନିଶ୍ଚିତ କୁହାଯାଇପାରେ । ସେପଟେ ଟିମ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ଶାମୀଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ବୋଲି ଅନୁମାନ କରାଯାଇଛି ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications