Border–Gavaskar Trophy: ବର୍ଡର-ଗାଭାସ୍କର ଟ୍ରଫି ପାଇଁ ପ୍ରୋମୋ ରିଲିଜ, ଗାଭାସ୍କର ଏବଂ ପଏଣ୍ଟିଂ କହିଲେ...

ବର୍ଡର-ଗାଭାସ୍କର ଟ୍ରଫିକୁ ନେଇ ବହୁତ ଉତ୍ସାହିତ ରହିଛନ୍ତି କ୍ରିକେଟ ଫ୍ୟାନ୍ସ । ଏହି ସିରିଜର ଆରମ୍ଭ ନଭେମ୍ବର ୨୨ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ ପର୍ଥରେ ଖେଳାଯିବ । ହେଲେ ସିରିଜ ଆରମ୍ଭ ହେବା ପୂର୍ବରୁ ବର୍ଡର-ଗାଭାସ୍କର ଟ୍ରଫିର ପ୍ରୋମୋ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ପୂର୍ବତନ ବ୍ୟାଟର ସୁନୀଲ ଗାଭାସ୍କର ଭାରତ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଏଣ୍ଟିଂ ଅଷ୍ଟ୍ରେଲିଆର ପ୍ରଶଂସା କରିଛନ୍ତି ।

ଭିଡିଓରେ ପ୍ରଥମେ ସୁନୀଲ ଗାଭାସ୍କର ଦେଖିବାକୁ ମିଳିଛନ୍ତି । ସେ ଭାରତର ପ୍ରଶଂସା କରି କହିଛନ୍ତି, ଭାରତରେ ଏବେ ପ୍ରତିଟି ସ୍ଥାନରେ କ୍ରିକେଟ ଖେଳ ଦେଖିବାକୁ ମିଳିଛି । ଏହାଛଡା ଭାରତ ପାଇଁ କ୍ରିକେଟର ଗୁରୁତ୍ବ କ'ଣ ରହିଛି ତାହା ବର୍ଣ୍ଣନା କରିଛନ୍ତି ।

ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମରା(ଉପଅଧିନାୟକ), ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ଶାମି, ଅଭିମନୁ ଈଶ୍ବରନ, ଶୁବମନ ଗିଲ, ରବିନ୍ଦ୍ର ଜାଡେଜା, ଯଶସ୍ବୀ ଜୟସୱାଲ, ଧ୍ରୁବ ଜୁରେଲ, ସରଫରାଜ ଖାନ, ବିରାଟ କୋହଲି, ପ୍ରସିଦ୍ଧ କ୍ରିଷ୍ଣା, ରିଷଭ ପନ୍ତ, କେଏଲ ରାହୁଲ, ହର୍ଷିତ ରାଣା, ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର ।


ପ୍ରଥମ ଟେଷ୍ଟ : ୨୨-୨୬ ନଭେମ୍ବର
ଦ୍ବିତୀୟ ଟେଷ୍ଟ : ୬-୧୦ ଡିସେମ୍ବର
ତୃତୀୟ ଟେଷ୍ଟ : ୧୪-୧୮ ଡିସେମ୍ବର
ଚତୁର୍ଥ ଟେଷ୍ଟ : ୨୬-୩୦ ଡିସେମ୍ବର
ପଞ୍ଚମ ଟେଷ୍ଟ : ୩-୭ ଜାନୁଆରୀ

ସେହିପରି ପଏଣ୍ଟିଂ କହିଛନ୍ତି, ଅଷ୍ଟ୍ରେଲିଆରେ କ୍ରିକେଟର କ'ଣ ମହତ୍ତ୍ବ କହିଛନ୍ତି । ଭାରତ ଭଳି ଅଷ୍ଟ୍ରେଲିଆରେ ମଧ୍ୟ କ୍ରିକେଟ ଗଳିକନ୍ଦିରେ ଖେଳାଯାଉଛି ବୋଲି କହିଛନ୍ତି ।

ଦେଖନ୍ତୁ ଭିଡିଓ :

ସର୍ବାଧିକ ୱିକେଟ୍ (ଲାୟନ ୧, ଅଶ୍ବିନ ୨)
ବର୍ଡର-ଗାଭାସ୍କର ଟ୍ରଫିରେ ସର୍ବାଧିକ ୱିକେଟ୍ ନେବାରେ ସ୍ପିନର୍‌ମାନେ ଆଗୁଆ ରହିଛନ୍ତି। ଅଷ୍ଟ୍ରେଲିଆର ନାଥନ ଲାୟନ ଓ ଭାରତର ଆର୍‌ ଅଶ୍ବିନ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଲାୟନ ୨୬ ମ୍ୟାଚ୍ ଖେଳି ୧୧୬ ଏବଂ ଅଶ୍ବିନ ୨୨ ମ୍ୟାଚ୍‌ରୁ ୧୧୪ ୱିକେଟ୍ କରାୟତ୍ତ କରିଛନ୍ତି। ଏଣୁ ଉଭୟ ଆଗାମୀ ଶୃଙ୍ଖଳାରେ ନୂଆ କୀର୍ତ୍ତିମାନ ଗଢ଼ିବା ଲକ୍ଷ୍ୟରେ ରହିଛନ୍ତି। ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ କିନ୍ତୁ ଅଶ୍ବିନଙ୍କୁ ଲାୟନ ଭୂୟସୀ ପ୍ରଶଂସା କରିବା ଦ୍ବନ୍ଦ୍ବାତ୍ମକ ପରିସ୍ଥିତି ସୃଷ୍ଟି କରିଛି। ସୋମବାର ଏକ ସାକ୍ଷାତକାର ଅବସରରେ ''ମୁଁ ଅଶ୍ବିନଙ୍କଠାରୁ ଅନେକ କିଛି ଶିଖିଛି, ସେ ମୋତେ ଅନେକ କିଛି ଶିକ୍ଷାଇଛନ୍ତି'' ବୋଲି କହି ଲାୟନ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।

ସର୍ବାଧିକ ଶତକ (ସଚିନ ୧, ସ୍ମିଥ୍ ୨)
ବିଜିଟି ଶୃଙ୍ଖଳାର ସର୍ବାଧିକ ଶତକରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସବୁଠୁ ଆଗୁଆ ରହିଛନ୍ତି। ତାଙ୍କ ନାଁରେ ସର୍ବମୋଟ ୯ଟି ଶତକ ରହିଛି। ସଚିନଙ୍କ ପଛରେ ରହିଛନ୍ତି ଷ୍ଟିଭନେ୍ ସ୍ମିଥ୍, ବିରାଟ କୋହଲି ଓ ରିକି ପଣ୍ଟିଂ। ତିନି ଜଣ ଯାକ ୮ଟି ଲେଖାଏଁ ଶତକ ଅର୍ଜନ କରିଛନ୍ତି। ପଣ୍ଟିଂ ଓ ସଚିନ କାହିଁ କେତେ ଦିନରୁ ଅବସର ଘୋଷଣା କରି ସାରିଥିବାରୁ ଆଗାମୀ ଶୃଙ୍ଖଳାରେ ମୁଖ୍ୟତଃ ସ୍ମିଥ୍ ଓ କୋହଲିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ଉଭୟ ସଚିନଙ୍କୁ ଟପିବା ଲକ୍ଷ୍ୟରେ ରହିବେ। ମଜାଦାର କଥା ହେଲା ସ୍ମିଥ୍ ୨୦୨୩ ଜୁନ୍ ଏବଂ କୋହଲି ୨୦୨୩ ଜୁଲାଇରୁ ଶତକ ଅର୍ଜନ କରି ନାହାନ୍ତି। ଉଭୟ ମଧ୍ୟ ଭଲ ଫର୍ମରେ ନାହାନ୍ତି। ଦୁଇଜଣ ଯାକ ବି ନିଜନିଜ ଖେଳ ଜୀବନର ଅନ୍ତିମ ପର୍ଯ୍ୟାୟରେ ଅଛନ୍ତି। ଏଣୁ ସେମାନଙ୍କ ଉପରେ କ୍ରିକେଟ୍ ପ୍ରଶଂସକଙ୍କର ବିଶେଷ ନଜର ରହିଛି।

ସର୍ବାଧିକ ରନ୍ (ସଚିନ ୧, କୋହଲି ୨)
ବର୍ଡର-ଗାଭାସ୍କର ଟ୍ରଫିରେ ସର୍ବାଧିକ ବ୍ୟକ୍ତିଗତ ରନ୍ କରିବାରେ ମହାନ କ୍ରିକେଟ୍ ତାରକା ସଚିନ ତେନ୍ଦୁଲକର ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି। ସେ ମୋଟ ଉପରେ ୧୮୦୯ ରନ୍ କରିଛନ୍ତି। ବିରାଟ କୋହଲି ଏହିକ୍ରମରେ ୫୪.୦୮ ହାରରେ ୧୩୫୨ ରନ୍ କରିଛନ୍ତି। ସଚିନଙ୍କୁ ଟପିବା ଲାଗି ଆଉ ୪୫୮ ରନ୍‌ ଦରକାର କରୁଛନ୍ତି। ଶୃଙ୍ଖଳାରେ ଗୋଟିଏ ଦିବା-ରାତ୍ର ଟେଷ୍ଟ୍ (ଆଡିଲେଡ୍) ସହ ପାଞ୍ଚଟି ମ୍ୟାଚ୍ ଥିବାରୁ ଏହି ଲକ୍ଷ୍ୟ ପୂରଣ କରିବା ସେତେଟା କଷ୍ଟକର ନୁହେଁ ବୋଲି ଆକଳନ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+