Border Gavaskar Trophy 2024-25: ଏକାଧିକ ରେକର୍ଡର ଅଧିକାରୀ ହେଲେ ଜୟଶୱାଲ

ପର୍ଥ ଟେଷ୍ଟରେ ଭାରତର ଦ୍ୱିତୀୟ ପାଳିରେ ଦମଦାର ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଭାରତର ଯୁବ ଓପନର ଯଶସ୍ୱୀ ଜୈସୱାଲ। ପ୍ରଥମ ପାଳିରେ ଖାତା ଖୋଲି ପାରିନଥବା ଜୈସୱାଲ ଦ୍ୱିତୀୟ ପାଳିରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ସେ ୧୯୩ ବଲରୁ ୭ ଚୌକା ଓ ଦୁଇଟି ଛକା ସହିତ ୯୦ ରନର ଅପରାଜିତ ପାଳି ଖେଳି କ୍ରିଜରେ ମହଜୁଦ ରହିଛନ୍ତି। ତେବେ ଏହି ପାଳିରେ ସେ ଏକ ବିଶ୍ୱ ରେକର୍ଡ ମଧ୍ୟ ନିଜ ନାଁରେ କରିବାରେ ସକ୍ଷମ ହୋଇଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ ଜୈସୱାଲ ଖାତା ମଧ୍ୟ ଖୋଲିବାକୁ ସକ୍ଷମ ହୋଇନଥିଲେ। ହେଲେ ଦ୍ୱିତୀୟ ପାଳିରେ ତାଙ୍କର ଚମତ୍କାର କମବ୍ୟାକ୍ ସମସ୍ତଙ୍କୁ ପ୍ରଭାବିତ କରିଛି। ଏହି ପାଳିରେ ସେ ଦୁଇଟି ଲମ୍ବା ଛକା ମାରି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ବ୍ୟାଟର ହୋଇପାରିଛନ୍ତି। ଏହି ରେକର୍ଡ ହାସଲ କରିବା ପାଇଁ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ରିକେଟର ବ୍ରେଣ୍ଡନ ମ୍ୟାକକୁଲମଙ୍କୁ ପଛରେ ପକାଇଛନ୍ତି ଜୈସୱାଲ। ମ୍ୟାକକୁଲମ ୨୦୧୪ରେ ୯ଟି ଟେଷ୍ଟ ମ୍ୟାଚ୍ ଖେଳି ୩୩ଟି ଛକା ସହ ଏହି ରେକର୍ଡ ନିଜ ନାଁରେ ରଖିଥିଲେ। ହେଲେ ୨୦୨୪ରେ ନିଜର ୧୨ଶ ମ୍ୟାଚ୍ ଖେଳୁଥିବା ଜୈସୱାଲ ଆଜିର ଦୁଇଟି ଛକା ସହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଏପର୍ଯ୍ୟନ୍ତ ୩୪ଟି ଛକା ମାରି ସାରିଛନ୍ତି।

Jaishwal becomes the owner of multiple records

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ବ୍ୟାଟର

ଯଶସ୍ୱୀ ଜୈସୱାଲ (ଭାରତ)- ୩୪ ଛକା (୨୦୨୪)
ବ୍ରେଣ୍ଡନ ମ୍ୟାକକୁଲମ (ନ୍ୟୁଜିଲ୍ୟାଣ୍ଡ) - ୩୩ (୨୦୧୪)
ବେନ ଷ୍ଟୋକ୍ସ (ଇଂଲଣ୍ଡ) - ୨୬ (୨୦୨୨)
ଏଡମ ଗିଲକ୍ରିଷ୍ଟ (ଅଷ୍ଟ୍ରେଲିଆ) - ୨୨ (୨୦୦୫)
ବୀରେନ୍ଦ୍ର ସେହୱାଗ (ଭାରତ) - ୨୨ (୨୦୦୮)
ଏଣ୍ଡ୍ର୍ୟୁ ଫ୍ଲିଣ୍ଟଫ (ଇଂଲଣ୍ଡ) - ୨୧ (୨୦୦୪)

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+