Border Gavaskar Trophy 2024-25 : କାଲିଠୁ ବର୍ଡର-ଗାଭାସ୍କର ଟ୍ରଫି, କେମିତି ରହିବ ପ୍ରଥମ ଟେଷ୍ଟର ପାଣିପାଗ ?

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ଶୁକ୍ରବାର ଠାରୁ ଆରମ୍ଭ ହେବ । ପର୍ଥରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଭାରତୀୟ ସମୟ ସକାଳ ୭.୩୦ରୁ ମ୍ୟାଚ ଖେଳାଯିବ। ଉଭୟ ଟିମ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ଫାଇନାଲ ପାଇଁ ପ୍ରଥମ ଟେଷ୍ଟରୁ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିବାକୁ ଚେଷ୍ଟା କରିବେ। WTC ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଠାରୁ ନିକଟରେ ହାରିଥିବା ଭାରତ ଦ୍ୱିତୀୟ ସ୍ଥାନରେ ରହିଛି।

Border Gavaskar Trophy 2024-25

କେମିତି ରହିବ ପ୍ରଥମ ଟେଷ୍ଟର ପାଣିପାଗ

ଆକ୍ୟୁୱେଦର ଆକଳନ କରିଛି ଯେ ମ୍ୟାଚ୍‌ ଉପରେ କଳାବାଦଲର ଘୋଡ଼େଇ ହୋଇ ରହିବ। ମଧ୍ୟାହ୍ନ ସମୟରେ ବର୍ଷା ହେବାର ଆଶଙ୍କା ୨୦% ରହିଛି। ଅପରାହ୍ନରେ ପାଗରେ ସୁଧାର ଆସିବ ବୋଲି କୁହାଯାଇଥିଲେ ହେଁ ରାତି ୧୧ଟା ବେଳକୁ ବର୍ଷା ହେବାର ଆଶଙ୍କା ୫୮% ରହିଛି। ରାତିରେ ଯଦି ବର୍ଷା ହେବ, ତା'ହେଲେ ଏହାର ପ୍ରଭାବ ମ୍ୟାଚ୍‌ ଉପରେ ପଡ଼ିବ। କାରଣ ବର୍ଷା ଯୋଗୁ ପିଚ୍‌ ମଧ୍ୟ ସେହି ଅନୁସାରେ ବ୍ୟବହାର କରିବ।

ମ୍ୟାଚ୍‌ର ପ୍ରଥମ ଦିନ ମୁଖ୍ୟତଃ ଶୁଖିଲା ରହିବ । ବର୍ଷା ହେବାର ଆଶଙ୍କା ୨୦% ରହିଛି। ତଥାପି ପିଚ୍‌ରେ ଥିବା ଆଦ୍ରତା ବଲ୍‌ ମୁଭମେଣ୍ଟରେ ସହାୟକ। ଫଳସ୍ୱରୂପ ମ୍ୟାଚ୍‌ର ପ୍ରଥମ ୧ ଘଣ୍ଟା ବ୍ୟାଟରଙ୍କ ପାଇଁ ବେଶ ଚ୍ୟାଲେଞ୍ଜ ସୃଷ୍ଟି କରିବ। ପର୍ଥ ପିଚ୍‌ ସାଧାରଣତଃ ପେସ୍‌ ଓ ବାଉନ୍ସ ଦେଇଥାଏ। ବ୍ୟାଟରଙ୍କ ପାଇଁ ଏହି ପିଚ୍‌ ସବୁବେଳେ ଆହ୍ୱାନ ଭରା ରହି ଆସିଛି। ତେଣୁ ଟସ୍‌ ଜିତିବା ଦଳ ନିଶ୍ଚିତ ଭାବେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବ।

ତେବେ ଅଦିନିଆ ବର୍ଷା ପିଚ୍‌ ପ୍ରସ୍ତୁତରେ ଗ୍ରାଉଣ୍ଡ ଷ୍ଟାଫଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସେମାନେ ପାରମ୍ପରିକ ଭାବେ ପିଚ୍‌କୁ ସେତେଟା ବାଉନ୍ସ ଓ ପେସ୍‌ କରିପାରି ନାହାନ୍ତି। ମୁଖ୍ୟ କ୍ୟୁରେଟର ଇସାକ ମ୍ୟାକଢଡୋନାଲ୍ଡଙ୍କ କହିବା କଥା ଯେ ପିଚ୍‌ରେ କିଛି ଘାସ ରହିବ। ଏଠାରେ ଭଲ ବାଉନ୍ସ ବୋଲରଙ୍କୁ ମିଳିବ।

ସ୍ୱାଭାବିକ ବିଗ୍‌ ସ୍ନେକ କ୍ରାକ ଏଠାରେ ଦେଖିବାକୁ ମିଳିବ ନାହିଁ। ତଥାପି ସୂର୍ଯ୍ୟ କିରଣର ଅଭାବରୁ ସ୍ଥିତି କିଛି ବି ହୋଇପାରେ। ଏହି ପିଚ୍‌ ବ୍ୟାଟରଙ୍କୁ ନିଶ୍ଚିତ ଭାବେ ଅଡ଼ୁଆରେ ପକାଇବ। ପୂରା ମ୍ୟାଚ୍‌ରେ ପିଚ୍‌ରେ ଆଖି ଦୃଶିଆର ପରିବର୍ତ୍ତନ ହେବ ନାହିଁ। ଉଭୟ ବ୍ୟାଟର ଓ ବୋଲର ଏଥିରୁ ଫାଇଦା ହାସଲ କରିପାରିବେ ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+