Get Updates
Get notified of breaking news, exclusive insights, and must-see stories!

ଆଜିଠୁ ମହାଲଢେଇ: ବର୍ଡର-ଗାଭାସ୍କର୍ ଟ୍ରଫିର ଆଜି ପ୍ରଥମ ଟେଷ୍ଟ, ମହାମୁକାବିଲାରେ ବୁମରା ବନାମ କମିନ୍ସ

ବିଶ୍ବର ସବୁଠୁ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ଟେଷ୍ଟ୍‌ ସିରିଜ'ବର୍ଡର-ଗାଭାସ୍କର୍ ଟ୍ରଫି'ର ପ୍ରଥମ ଲଢ଼େଇ ଆଜିଠାରୁ ଆରମ୍ଭ ହେବ। ସ୍ଥାନୀୟ ଅପଟସ୍ ଷ୍ଟାଡିୟମ୍‌ରେ ଏହି ମହାଟକ୍କର ବିଶ୍ବ କ୍ରିକେଟ୍‌ର ଦୁଇ ଦୁର୍ଦ୍ଧର୍ଷ ତଥା ଲୋକପ୍ରିୟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ।

ଆଜିର ମ୍ୟାଚ୍ ଭାରତୀୟ ସମୟ ସକାଳ ୭ଟା ୫୦ରୁ ଖେଳାଯିବ। ସଂଯୋଗବଶତଃ ଉଭୟ ବାହିନୀର ଅଧିନାୟକ ଦାୟିତ୍ବରେ ଦୁଇ ଦ୍ରୁତ ବୋଲର ରହିବେ। ନିଜ ଶାଣିତ ବୋଲିଂ ତଥା ସୁଦକ୍ଷ ନେତୃତ୍ବ ପାଇଁ ପରିଚିତ ପ୍ୟାଟ୍ କମିନ୍ସ ଘରୋଇ ଅଷ୍ଟ୍ରେଲିଆର ଅଧିନାୟକ ଏବଂ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ସାଂପ୍ରତିକ କ୍ରିକେଟ୍‌ର ସବୁଠାରୁ ଘାତକ ବୋଲର ଯଶପ୍ରୀତ ବୁମ୍‌ରା ଭାରତୀୟ ଦଳର ମଙ୍ଗ ଧରିବେ।

Border-Gavaskar Trophy 2024 25

ପର୍ଥ ଟେଷ୍ଟ ପୂର୍ବରୁ ଉଭୟ କମିନ୍ସ ଓ ବୁମ୍‌ରା ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ଏଭଳି ଏକ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ର ଅଧିନାୟକ ଦାୟିତ୍ବ ତୁଲାଇବା ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଦୁଇଜଣ ଯାକ ମଧ୍ୟ ନିଜ ନିଜ ଶୈଳୀରେ ପରସ୍ପରକୁ ଚେତାବନୀ ଦେଇଛନ୍ତି। ପ୍ରତିପକ୍ଷ ଦଳକୁ ହରାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ ବୋଲି କହିଛନ୍ତି। ଏହା ପୂର୍ବରୁ ଗତବର୍ଷର ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ବିପକ୍ଷ ଖେଳାଳି ତଥା ଦ୍ରୁତ ବୋଲର ଟିମ୍ ସାଉଦି (ନ୍ୟୁଜିଲାଣ୍ଡ)ଙ୍କ ସହ ନିଜ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ କମିନ୍ସ। ପର୍ଥ ଟେଷ୍ଟ୍‌କୁ ଏହାର ଏକ ପରିବର୍ଦ୍ଧିତ ରୂପ ଭାବେ ବର୍ଣ୍ଣନା କରିଛନ୍ତି ସେ। ଗତବର୍ଷର ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ସାଉଦିଙ୍କ ସହ ଭଲ ଲଢ଼େଇ ହୋଇଥିଲା। ଆପଣ ସମସ୍ତେ ଜାଣିଛନ୍ତି ମୁଁ ଦ୍ରୁତ ବୋଲିଂର ଜଣେ ବଡ଼ ପ୍ରଶଂସକ। ଏଣୁ ପ୍ରତିପକ୍ଷ ଦଳର ଅଧିନାୟକ ଜଣେ ଦ୍ରୁତ ବୋଲର ରହିବା ମୋତେ ବ୍ୟକ୍ତିଗତ ଭାବେ ସବୁବେଳେ ଉଲ୍ଲସିତ କରିଥାଏ ବୋଲି କହିଛନ୍ତି କମିନ୍ସ। ବୁମ୍‌ରା ମଧ୍ୟ ଏଥିନେଇ ନିଜ ଉତ୍ସାହ ଜାହିର କରିଥିଲେ। ସେ କହିଛନ୍ତି, ଦ୍ରୁତ ବୋଲରମାନେ କୁଶଳୀ ଅଧିନାୟକ ହେବାର ଅନେକ ଦୃଷ୍ଟାନ୍ତ ରହିଛି। ଏହା ଏକ ଭଲ, ନୂଆ ଓ ସ୍ବାଗତଯୋଗ୍ୟ ପରମ୍ପରା।

ବିଜିଟିରେ ଭାରତ ଭଲ ପ୍ରଦର୍ଶନ , ହେଲେ ପର୍ଥରେ ଖରାପ

୧୯୯୬ ମସିହାରୁ ଆରମ୍ଭ ହୋଇଥିବା ବର୍ଡର-ଗାଭାସ୍କର୍ ଟ୍ରଫି (ବିଜିଟି) କଥା ପଡ଼ିଲେ ଭାରତର ପଲା ସବୁବେଳେ ଭାରୀ ରହିଆସିଛି। ଗତ ୨୭ବର୍ଷ ମଧ୍ୟରେ ଖେଳାଯାଇଥିବା ୧୬ ସିରିଜଳ୍ଭାରତ ୧୧ଥର ବିଜୟୀ ହୋଇଥିଲା ବେଳେ ଅଷ୍ଟ୍ରେଲିଆ ମାତ୍ର ୫ଥର ଜିତିଛି। ୨୦୦୩-୦୪ରେ ଖେଳାଯାଇଥିବା ୪ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଦୁଇଟି ମ୍ୟାଚ୍ ଅମୀମାଂସିତ ରହିଥିଲା। ସେଥିରେ ଅଷ୍ଟ୍ରେଲିଆ ଓ ଭାରତ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିଲେ। ଦୁଇଟି ମ୍ୟାଚ୍ ଡ୍ର' ରହିଥିଲା। ତେବେ ପୂର୍ବ ସଂସ୍କରଣ ବିଜେତା ଭାବେ ଭାରତ ନିଜ ପାଖରେ ବର୍ଡର-ଗାଭାସ୍କର୍ ଟ୍ରଫି ରଖିଥିଲା। ଗତ ଚାରିଟି ଶୃଙ୍ଖଳାରେ ଭାରତ ପୂରା ଆଧିପତ୍ୟ ବିସ୍ତାର କରି ଆସିଛି। ୧୬ ବର୍ଷ ହେବ ବର୍ଡର-ଗାଭାସ୍କର୍ ଟ୍ରଫି ନିଜ ପାଖରେ ରଖିଛି। ଏଣୁ ଚଳିତବର୍ଷର ଶୃଙ୍ଖଳା ଜିତି ଅଷ୍ଟ୍ରେଲିଆ ଏହାର ପ୍ରତିଶୋଧ କଡ଼ା ଗଣ୍ଡାରେ ନେବାକୁ ଯୋଜନା କରିଛି। ତେବେ ଏଥରର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଖେଳାଯିବାକୁ ଥିବା ପର୍ଥର ଅପଟସ୍‌ ଷ୍ଟାଡିୟମ୍‌ରେ ଭାରତର ରେକର୍ଡ ସେତେ‌ଟା ଭଲ ନାହିଁ। ଏଠାରେ ଗୋଟିଏ ମ୍ୟାଚ୍ ଖେଳି, ତାକୁ ହାରିଛି ଟିମ୍ ଇଣ୍ଡିଆ। ପୁଣି ଏଠାକାର ଐତିହାସିକ ୱାକା ଷ୍ଟାଡିୟମ୍‌ରେ ଖେଳିଥିବା ଚାରିଟି ମ୍ୟାଚ୍‌ରୁ ମାତ୍ର ଗୋଟିକରେ ବିଜୟୀ ହୋଇଛି। ଏଣୁ ପର୍ଥରେ ଖେଳିଥିବା ସର୍ବମୋଟ ପାଞ୍ଚଟି ଟେଷ୍ଟ୍‌ରୁ ଭାରତ ଚାରିଟି ହାରିଥିଲା ବେଳେ ଗୋଟିକରେ ବିଜୟୀ ‌ହୋଇଛି। ସେହି ଦୃଷ୍ଟିରୁ ପର୍ଥରେ ଭାରତର ସଫଳତା ହାର ମାତ୍ର ୨୦ ପ୍ରତିଶତ ରହିଛି।

ସମ୍ଭାବ୍ୟ ଭାରତ: ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, ଦେବଦତ୍ତ ପଡ଼ିକଲ, ବିରାଟ ‌କୋହଲି, ଋଷଭ ପନ୍ତ, ଧ୍ରୁବ ଜୁରେଲ, ଆର୍‌ ଅଶ୍ବିନ. ନୀତୀଶ କୁମାର ରେଡ୍ଡୀ, ଯଶ୍‌ପ୍ରୀତ୍‌ ବୁମ୍‌ରା (ଅଧିନାୟକ), ମହମ୍ମଦ ସିରାଜ, ଆକାଶଦୀପ/ପ୍ରସିଦ୍ଧ କ୍ରିଷ୍ଣା।
ସମ୍ଭାବ୍ୟ ଅଷ୍ଟ୍ରେଲିଆ: ନାଥନ ମ୍ୟାକ୍‌ସ୍ବିନୀ, ଉସମାନ ଖୱାଜା, ମାର୍ନସ ଲବୁସେନ, ଷ୍ଟିଭେନ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, ମିଚେଲ ମାର୍ସ, ଆଲେକ୍ସ ‌କେରି, ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲାୟନ, ଜୋସ୍ ହାଜଲେଉଡ୍।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+