Get Updates
Get notified of breaking news, exclusive insights, and must-see stories!

Border Gavaskar Trophy: ବକ୍ସିଂ ଡେ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଘୋଷଣା କଲା ଅଷ୍ଟ୍ରେଲିଆ

ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ବକ୍ସିଂ ଡେ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି ଘରୋଇ ଅଷ୍ଟ୍ରେଲିଆ। ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ଐତିହାସିକ ମେଲବର୍ଣ୍ଣରେ ୪ର୍ଥ ତଥା ବକ୍ସିଂ ଟେଷ୍ଟ ଖେଳିବେ । ଭାରତୀୟ ସମୟ ଭୋର ୫.୩୦ରେ ମ୍ୟାଚ୍‌ ଆରମ୍ଭ ହେବ ।

ଏହାର ଦିନକ ପୂର୍ବରୁ ଅଷ୍ଟ୍ରେଲିଆ ବକ୍ସିଂ ଡେ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି । ଦଳ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ନାଥନ ମ୍ୟାକସ୍ୱିନୀଙ୍କ ସ୍ଥାନରେ ଆସନ୍ତାକାଲି କଙ୍ଗାରୁ ଟିମ ପାଇଁ ଡେବ୍ୟୁ କରିବାକୁ ଯାଉଛନ୍ତି ୧୯ ବର୍ଷୀୟ ସାମ କୋନଷ୍ଟାସ। ସେହିପରି ଆହତ ଜୋଶ ହାଜେଲଉଡଙ୍କ ସ୍ଥାନରେ ସ୍କଟ ବୋଲାଣ୍ଡଙ୍କୁ ସୁଯୋଗ ମିଳିଛି। ଏହାବାଦ ଟ୍ରାଭିସ ହେଡ ମଧ୍ୟ ଫିଟ ଘୋଷିତ ହୋଇଛନ୍ତି।

ତୃତୀୟ ଟେଷ୍ଟରେ ହେଡ୍‌ ଆହତ ସମସ୍ୟାରେ ପଡ଼ିଥିଲେ। ୪ର୍ଥ ଟେଷ୍ଟରେ ସେ ଖେଳିବା ନେଇ ଅନିଶ୍ଚିତତା ମଧ୍ୟ ଦେଖାଯାଇଥିଲା। କିନ୍ତୁ ସେ ଏବେ ଫିଟନେସ ଟେଷ୍ଟରେ ପାସ୍‌ କରି ଯାଇଛନ୍ତି। ବକ୍ସିଂ ଡେ ଟେଷ୍ଟରେ ମଧ୍ୟ ସେ ଉପଲବ୍ଧ ହେବେ ବୋଲି ଅଷ୍ଟ୍ରେଲିଆ ଟିମର ଅଧିନାୟକ ପାଟ କମିନ୍ସ ନିଶ୍ଚିତ କରିଛନ୍ତି। ଖରାପ ଫର୍ମ ଦେଇ ଗତି କରୁଥିବା ମିଚେଲ ମାର୍ଶ ମଧ୍ୟ ୪ର୍ଥ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି।

୧୯ ବର୍ଷୀୟ ସାମ କୋନଷ୍ଟାସ ଗୁରୁବାର ପଡ଼ିଆକୁ ଓହ୍ଲାଇବା କ୍ଷଣି ସର୍ବକନିଷ୍ଠ ଖେଳାଳି(ଓପନର) ଭାବେ ଅଷ୍ଟ୍ରେଲିଆ ପାଇଁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବାର ରେକର୍ଡ କରବେ। ଭାରତ ବିପକ୍ଷ ସିରିଜରେ ଡେବ୍ୟୁ କରିଥିବା ମ୍ୟାକସ୍ୱିନୀ ୩ଟି ଯାକ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ତାଙ୍କୁ ସ୍କ୍ୱାଡରୁ ବାଦ ଦିଆଯାଇଥିଲା।

ତାଙ୍କ ସ୍ଥାନରେ ସାମଙ୍କୁ ସୁଯୋଗ ମିଳିଛି। ୨୦୧୧ରେ ବର୍ତ୍ତମାନ ଅଧିନାୟକ ପାଟ କମିନ୍ସ ୧୮ ବର୍ଷ ବୟସରେ ସର୍ବକନିଷ୍ଠ ଖେଳାଳି ଭାବେ ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କରିଥିଲେ। ଏବେ ସାମ ୧୯ ବର୍ଷ ବୟସରେ ସର୍ବକନିଷ୍ଠ ଅଷ୍ଟ୍ରେଲୀୟ ଓପନର ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି। ସାମ ଆସନ୍ତାକାଲି ଅଭିଜ୍ଞ ଉସମାନ ଖୱାଜାଙ୍କ ସହ ଅଷ୍ଟ୍ରେଲିଆ ପାଇଁ ଇନିଂସ ଆରମ୍ଭ କରିବେ ।

Border Gavaskar Trophy

ଅଷ୍ଟ୍ରେଲିଆ ଦଳ: ସାମ କୋନଷ୍ଟାସ, ଉସମାନ ଖୱାଜା, ମାର୍ନସ ଲାବୁଶେନ, ଷ୍ଟିଭ ସ୍ମିଥ, ଟ୍ରାଭିସ ହେଡ୍‌, ମିଚେଲ ମାର୍ଶ, ଆଲେକ୍ସ କେରୀ(ୱିକେଟ କିପର), ପାଟ କମିନ୍ସ(ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲାୟନ ଓ ସ୍କଟ ବୋଲାଣ୍ଡ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+