୧୪ ବର୍ଷିୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ବିହାର ସରକାରଙ୍କ ବଡ଼ ଉପହାର

IPL 2025: IPL ଶତକ ହାସଲ କରି ବୈଭବ ସୂର୍ଯ୍ୟବଂଶୀ ଇତିହାସ ରଚିଛନ୍ତି । ସାରା ଦେଶ ବର୍ତ୍ତମାନ ବୈଭବଙ୍କ ପ୍ରଶଂସକ । ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୩୫ ବଲ୍‌ରେ ଶତକ ହାସଲ କରି ଇତିହାସ ରଚିଛନ୍ତି। ଏହା ପରେ, ସେ ରହିଛନ୍ତି ହେଡଲାଇନରେ । ବୈଭବଙ୍କୁ ବିହାର ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି ଏବଂ ରାଜସ୍ଥାନ ରୟାଲ୍ସ ଦଳର ମାଲିକ ତାଙ୍କୁ ଏକ ମର୍ସିଡିଜ୍ କାର ଉପହାର ଦେଇଛନ୍ତି ।

ବୈଭବ ଆଇପିଏଲରେ ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରିଥିଲେ। ସେ ୩୮ ବଲ୍‌ରେ ୧୦୧ ରନ୍‌ର ଏକ ଇନିଂସ ଖେଳିଥିଲେ। ଏହି ଇନିଂସରେ ବୈଭବ ୧୧ଟି ଛକା ଏବଂ ୭ଟି ଚୌକା ମାରିଥିଲେ। ତାଙ୍କ ଇନିଂସ ଯୋଗୁଁ ରାଜସ୍ଥାନ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିବାରେ ସଫଳ ହୋଇଥିଲା ।

Vaibhav Suryavanshi

ବୈଭବ ସୂର୍ଯ୍ୟବଂଶୀ ବିହାରର ବାସିନ୍ଦା। ତାଙ୍କର ଏହି ମହାନ ଐତିହାସିକ ଇନିଂସ ପରେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘୋଷଣା କରିଥିଲେ ଯେ ବୈଭବଙ୍କୁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ଉପହାର ଦେବେ ।

ସେହିପରି ରାଜସ୍ଥାନ ଦଳର ମାଲିକ ରଣଜିତ୍ ବାର୍ଟକୁର ମଧ୍ୟ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନେ ବହୁତ ଖୁସି ଥିଲେ। ରଣଜିତ୍ ବୈଭବଙ୍କୁ ଏକ ମର୍ସିଡିଜ୍-ବେଞ୍ଜ୍ କାର୍ ଉପହାର ଦେଇଥିଲେ। ବୈଭବଙ୍କୁ ତାଙ୍କର ଜବରଦସ୍ତ ଇନିଂସ ପାଇଁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ହୋଇଥିଲେ । ଯେଉଁଥି ପାଇଁ ତାଙ୍କୁ ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ମଧ୍ୟ ମିଳିଛି। ଏହା ବ୍ୟତୀତ ବୈଭବଙ୍କୁ ସୁପର ଷ୍ଟ୍ରାଇକର ଅଫ୍ ଦି ମ୍ୟାଚ୍, ସୁପର ସିକ୍ସର ଅଫ୍ ଦି ମ୍ୟାଚ୍ ଏବଂ ଫ୍ୟାଣ୍ଟାସି କିଙ୍ଗ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ମିଳିଛି।

ଆପଣଙ୍କୁ କହି ରଖୁଛୁ ଯେ ବୈଭବ ଆଇପିଏଲରେ ଶତକ ମାରିଥିବା ସବୁଠାରୁ କମ ବୟସର ଖେଳାଳି ହୋଇଥିଲେ। ସେ ଶତକ ହାସଲ କରିବାରେ ଦ୍ରୁତତମ ଭାରତୀୟ ବ୍ୟାଟସମ୍ୟାନ୍ ମଧ୍ୟ ହୋଇଛନ୍ତି । ସେ ୟୁସୁଫ ପଠାନଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ପଠାନ ୩୭ ବଲ୍‌ରେ ଶତକ ହାସଲ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+