KKR vs LSG: କୋଲକାତା ନାଇଟ ରାଇଡର୍ସର ବଡ଼ ବିଜୟ, ୮ ଓ୍ବିକେଟରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ କଲା ପରାସ୍ତ

କୋଲକାତାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୨୮ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୮ ଓ୍ବିକେଟରେ ପରାସ୍ତ କଲା କୋଲକାତା ନାଇଟରାଇଡର୍ସ ।କୋଲକାତା ଆଗରେ ବିଜୟ ପାଇଁ ଲକ୍ଷ୍ନୌ ପକ୍ଷରୁ ୧୬୨ ରନର ଲକ୍ଷ୍ୟ ରଖାଯାଇଥିବାବେଳେ କୋଲକାତା ତାହାକୁ ୧୫.୪ ଓଭରରେ ୨ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳପକ୍ଷରୁ ଫିଲିପ୍ ସଲ୍ଟ ଅପରାଜିତ ୮୯ ରନ କରି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହିପରି ଶ୍ରେୟସ ଆୟର ଅପରାଜିତ ୩୮ ରନ କରିଥିଲେ ।

KKR vs LSG

ଏହି ମ୍ୟାଟରେ କୋଲକାତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌ ଦଳର ଦୁଇ ଓପନର କ୍ବିଣ୍ଟନ ଡି'କକ୍ ଓ କେଏଲ ରାହୁଲ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ ବି ଡି'କକ୍ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ରାହୁଲ୍ ୩୯ ରନର ଏକ ଉପଯୋଗୀ ଇନିଂସ ଖେଳିଥିଲେ । କିନ୍ତୁ ଦିପକ୍ ହୁଦା ମାତ୍ର ୮ ରନ କରି ଆଉଟ ହୋଇଥିବାବେଳେ ଆୟୁଷ ବାଦୋନି ୨୯ ରନ କରିଥିଲେ ।

ମାର୍କସ ଷ୍ଟୋଇନିସ୍ ୧୦ ରନ କରି ଆଉଟ ହୋଇଥିଲେ । ତେବେ ଶେଷ ବେଳକୁ ନିକୋଲାସ ପୁରନ ୪୫ ରନର ଏକ ଉପଯୋଗୀ ଇନିଂସ ଖେଳିଥିଲେ ଓ ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେବାରେ ସହାୟକ ହୋଇଥିଲେ । ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୧ ରନ କରିଥିଲା । କୋଲକାତା ପକ୍ଷରୁ ମିଚେଲ ଷ୍ଟାକ୍ ୨ଟି ଓ୍ବିକେଟ ନେଇଥିବାବେଳେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+