IPL 2024: ଏଥର IPL ଖେଳିବେ କି କେ.ଏଲ୍ ରାହୁଲ, ସୁସ୍ଥ ହେଉଥିବା ନେଇ ଦେଲେ ସୂଚନା
IPL 2024 Lucknow Super Giants KL Rahul: ଭାରତୀୟ ଦଳର ୱିକେଟ୍ କିପର ଏବଂ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର କେବଳ ଗୋଟିଏ ମ୍ୟାଚ୍ ଖେଳିପାରିଥିଲେ । ଆହତ କାରଣରୁ ସେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳିପାରି ନଥିଲେ । ହେଲେ ବର୍ତ୍ତମାନ ପ୍ରଶ୍ନ ରିହିଛି ଯେ, କେ.ଏଲ୍ ରାହୁଲ ଆଇପିଏଲ୍ 2024 ପର୍ଯ୍ୟନ୍ତ ଫିଟ୍ ହେବେ କି ନାହିଁ ତାହା ଆଶଙ୍କା ଘେରରେ ରହିଛି ।
କେଏଲ ରାହୁଲ କିଛି ସମୟ ହେଲା ଫିଟନେସ ସମସ୍ୟା ସହ ସଂଘର୍ଷ କରିଆସୁଛନ୍ତି ଯେଉଁଥି ପାଇଁ ସେ ଦଳରୁ ବାଦ ପଡିଛନ୍ତି । ଏହାରି ମଧ୍ୟ କେ.ଏଲ୍ ରାହୁଲ ନିଜ ସ୍ୱାସ୍ଥ୍ୟକୁ ଏକ ବଡ଼ ଅପଡେଟ୍ ଦେଇଛନ୍ତି । ବର୍ତ୍ତମାନ ସେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ ଯଥା ଏନସିଏରେ ଅଛନ୍ତି ଏବଂ ଯେଉଁଠାରେ ତାଙ୍କ ଫିଟନେସ୍ ଉପରେ ନଜର ରଖାଯାଇଛି ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପରେ କେ.ଏଲ ରାହୁଲ ଆହତ ହୋଇଥିଲେ। ଯାହା ପରେ ସେ ଦଳରୁ ବାଦ୍ ପଡିଥିଲେ । ବର୍ତ୍ତମାନ କେ.ଏଲ୍ ରାହୁଲ ଆଇପିଏଲ୍ 2024 ରେ ଫେରିପାରନ୍ତି ବୋଲି ଆଶା କରାଯାଉଛି । ରାହୁଲ ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଜିମରେ ୱାର୍କ ଆଉଟ୍ କରୁଥିବାର ନଜର ଆସୁଛନ୍ତି ।
ତେବେ ତାଙ୍କ ପୋଷ୍ଟ ଭାଇରାଲ ହେଉଛି ଏବଂ ଆନୁମାନ କରାଯାଉଛି ଯେ, ତାଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ଅଛି । ଆପିଏଲ ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟସର କେ.ଏଲ୍ ରାହୁଲ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି । 24 ମାର୍ଚ୍ଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଆଇପିଏଲରେ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛି ରାହୁଲଙ୍କ ଦଳ । ଯଦି ଆହତ କାରଣରୁ କେଏଲ ରାହୁଲ ପ୍ରଥମ କିଛି ମ୍ୟାଚ୍ରେ ଖେଳିବାରେ ବିଫଳ ହୁଅନ୍ତି ତେବେ ଦଳକୁ ବଡ଼ କ୍ଷତି ସହିବା ପାଇଁ ପଡିପାରେ ।
କ୍ରୁନାଲ୍ ପାଣ୍ଡ୍ୟାଙ୍କ ସ୍ଥାନରେ ଏଥର ନିକୋଲାସ ପୁରଣ ଦଳର ଉପ-ଅଧିନାୟକ ଭାବେ ଦାୟିତ୍ୱ ତୁଳାଉଛନ୍ତି । ଯଦି କେ.ଏଲ୍ ରାହୁଲ ଆହତ କାରଣରୁ ମ୍ୟାଚରୁ ଦୂରେଇ ରୁହନ୍ତି, ତେବେ ନିକୋଲାସ୍ ପୁରଣଙ୍କୁ ଦଳର ଅଧିନାୟ କରାଯାଇ ପାରେ ବୋଲି ଆଲୋଚନା ହେଉଛି ।












Click it and Unblock the Notifications