Get Updates
Get notified of breaking news, exclusive insights, and must-see stories!

ଭାରତକୁ ବଡ଼ ଝଟ୍‌କା: କମନୱେଲଥ ଗେମ୍ସରୁ କ୍ରିକେଟ, ହକି, କୁସ୍ତି ସମେତ ୯ ଖେଳ ବାଦ୍‌

କମନୱେଲଥ ଗେମ୍ସରେ ଭାରତର ପଦକ ସମ୍ଭାବନାକୁ ବଡ଼ ଝଟ୍‌କା । ଆୟୋଜକ ସହର ଗ୍ଲାସ୍‌ଗୋ ୨୦୨୬ ସଂସ୍କରଣରୁ କ୍ରିକେଟ, ହକି, ବ୍ୟାଡମିଣ୍ଟନ, ରେସଲିଂ ଏବଂ ଶୁଟିଂ ଭଳି ପ୍ରମୁଖ କ୍ରୀଡାକୁ ବାଦ୍‌ ଦେଇଛି। ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ବଜେଟ ଅନୁକୂଳ କ୍ରୀଡ଼ାର ଏକ ତାଲିକା ଗ୍ଲାସ୍‌ଗୋ ଚୟନ କରିଛି । ବଜେଟ ସୀମିତ ରଖିବା ଏବଂ ଲଜିଷ୍ଟିକ୍ସକୁ ଶୃଙ୍ଖଳିତ କରିବା ପାଇଁ ଟେବୁଲ ଟେନିସ, ସ୍କ୍ବାସ ଏବଂ ଟ୍ରାଇଥଲନ ଖେଳକୁ ମଧ୍ୟ ବାଦ୍‌ ଦିଆଯାଇଛି।

ଗ୍ଲାସ୍‌ଗୋରେ କେବଳ ଚାରୋଟି ସ୍ଥାନ ସମଗ୍ର ଖେଳ ଆୟୋଜନ ହେବ। ଖେଳଗୁଡିକରେ ମୋଟ ଇଭେଣ୍ଟ ସଂଖ୍ୟା ୨୦୨୨ ବର୍ମିଂହାମ ସଂସ୍କରଣ ଅପେକ୍ଷା ୯ଟି କମ ହେବ।

Commonwealth Games

ସୂଚନାଯୋଗ୍ୟ,୨୦୨୬ରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭରୁ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବର୍ଦ୍ଧିତ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଓହରି ଯାଇଥିବା ବେଳେ ବର୍ତ୍ତମାନ ଏହା ସ୍କଟଲାଣ୍ଡର ଗ୍ଲାସ୍‌ଗୋରେ ଅନୁଷ୍ଠିତ ହେବାକୁ ଯାଉଛି।

ଭାରତ କାହିଁକି ହେବ ପ୍ରଭାବିତ?:-
କମନୱେଲଥ ଗେମ୍ସରେ ଭାରତର ପ୍ରଦର୍ଶନ ବେଶ ଦୃଢ଼ ହୋଇଛି। ବିଶେଷ କରି ବର୍ତ୍ତମାନ ଇଭେଣ୍ଟରୁ ଅପସାରିତ ହୋଇଥିବା କ୍ରୀଡ଼ାରେ ଭାରତକୁ ଅଧିକ ସଫଳତା ମିଳିଛି। ହକି, ବ୍ୟାଡମିଣ୍ଟନ, ଶୁଟିଂ ଏବଂ କୁସ୍ତିରେ ଦେଶ ବହୁ ସଂଖ୍ୟାରେ ପଦକ ଜିତିଛି, ହେଲେ ଏସବୁ ଖେଳ ଆଗାମୀ ସଂସ୍କରଣରେ ସ୍ଥାନ ପାଇବ ନାହିଁ।
ତେବେ ଆଗାମୀ ସଂସ୍କରଣରୁ ଶୁଟିଂକୁ ବାଦ ଦେବା ଦେଶ ପାଇଁ ବିଶେଷ କ୍ଷତିକାରକ। କାରଣ ଭାରତ ଶୁଟିଂରେ ଶ୍ରେଷ୍ଠ ପ୍ରଦର୍ଶନ ସହ କମନୱେଲଥ ଗେମ୍ସରୁ 63ଟି ସ୍ୱର୍ଣ୍ଣ ସମେତ 135 ପଦକ ହାସଲ କରିଛି, ଫଳରେ ଏହି ଇଭେଣ୍ଟରେ ଶୁଟିଂ ଦେଶର ଅନ୍ୟତମ ସଫଳ କ୍ରୀଡା ଭାବରେ ପରିଗଣିତ ହୋଇଛି। ବିଭିନ୍ନ ବର୍ଗରେ 114 ପଦକ ସହିତ ରେସଲିଂ ମଧ୍ୟ ଭାରତ ପାଇଁ ରାଷ୍ଟ୍ରମଣ୍ଡଳ କ୍ରୀଡାରେ ଏକ ସଫଳ ଖେଳ ହୋଇପାରିଛି।

ସେହିପରି ଇଭେଣ୍ଟରୁ ହକିକୁ ବାଦ ଦେବା ଭାରତ ପାଇଁ ଆଉ ଏକ ଝଟକା, କାରଣ ଭାରତର ପୁରୁଷ ଦଳ 2010, 2014 ଓ 2022ରେ ଏହି ଇଭେଣ୍ଟର ଫାଇନାଲରେ ପହଞ୍ଚି ରୌପ୍ୟ ପଦକ ହାସଲ କରିଥିଲା। ଏହା ବ୍ୟତୀତ ହକିରେ ଦେଶକୁ ପୁରୁଷ ଦଳ ଦୁଇଟି କାଂସ୍ୟ ପଦକ ମଧ୍ୟ ଆଣିଥିଲେ।

ମହିଳା ହକି ଦଳର ପ୍ରଦର୍ଶନ ମଧ୍ୟ କମନୱେଲଥ ଗେମ୍ସରେ ଉଲ୍ଲେଖନୀୟ ଥିଲା। 2002ରେ ଫାଇନାଲରେ ପହଞ୍ଚି ଐତିହାସିକ ସ୍ୱର୍ଣ୍ଣ ସହିତ 2006ରେ ରୌପ୍ୟ ଓ 2022ରେ କାଂସ୍ୟ ପଦକ ଦେଶକୁ ଭେଟି ଦେଇଥିଲେ ଭାରତୀୟ ମହିଳା ହକି ଦଳ। 10ଟି ସ୍ୱର୍ଣ୍ଣ, 8ଟି ରୌପ୍ୟ, ଓ 13ଟି କାଂସ୍ୟ ସହ ଭାରତ 31 ପଦକ ଜିତିଥିବା ବ୍ୟାଡମିଣ୍ଟନ ଖେଳ ମଧ୍ୟ ଆଉ କମନୱେଲଥ ଗେମ୍ସର ଅଂଶ ହୋଇ ରହିବ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+