ମ୍ୟାଚ୍ ପୂର୍ବରୁ ବଡ ଝଟକା , ଏମସିଜିରେ ଅଭ୍ୟାସ ବେଳେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଓପନର କେଏଲ ରାହୁଲ ଆହତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ବର୍ଡର-ଗାଭାସ୍କର ଟ୍ରଫି । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ତିନୋଟି ମ୍ୟାଚ୍ ଶେଷ ହୋଇଥିବା ବେଳେ ୨ଟି ମ୍ୟାଚ୍ ବାକି ରହିଛି । ଉଭୟ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ଥିବା ବେଳେ ତୃତୀୟ ଟେଷ୍ଟ ଡ୍ର' ହୋଇଛି । ତେବେ ସିରିଜ୍‌ର ଚତୁର୍ଥ ମ୍ୟାଚ୍ ଆସନ୍ତା ୨୬ ତାରିଖରେ ଏମସିଜି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ମାତ୍ର ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ଖରାପ ଖବର । ଏମସିଜିରେ ଅଭ୍ୟାସ ବେଳେ ଆହତ ହୋଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଓପନର କେଏଲ ରାହୁଲ ।

Team India

ରବିବାର ପ୍ରାକ୍ଟିସ୍ ବେଳେ ରୋହିତଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଥିବା ଜଣାପଡ଼ିଛି । ସେ ଆହତ ଅନୁଭବ କରୁଥିବା ଦେଖିବାକୁ ମିଳିଛି । ଦଳର ଦୁଇ ସିନିୟର ଖେଳାଳି ଆହତ ହେବା ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ଆହତ କେତେ ଗମ୍ଭୀର ତାହା ଜଣାପଡିନାହିଁ । ୨୬ ତାରିଖରୁ ଆରମ୍ଭ ହେଉଥିବା ବକ୍ସିଂ ଡେ' ଟେଷ୍ଟରେ ଟିମ୍ ଇଣ୍ଡିଆକୁ ଝଟକା ଲାଗି ପାରେ ବୋଲି କୁହାଯାଉଛି । ରୋହିତ୍ ଏବଂ ରାହୁଲ ଏମସିଜି ଟେଷ୍ଟ ନଖେଳିଲେ ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲ ଏବଂ ଅଭିମନ୍ୟୁ ଇଶ୍ବରନଙ୍କୁ ସୁଯୋଗ ମିଳିପାରେ । ଘରୋଇ କ୍ରିକେଟରେ ଏହି ଖେଳାଳି ଲଗାତାର ରନ କରିଛନ୍ତି । ତାଙ୍କୁ ଡେବ୍ୟୁର ସୁଯୋଗ ମିଳିନାହିଁ । ସେହିପରି ରୋହିତଙ୍କ ସ୍ଥାନରେ ଧ୍ରୁବ ଜୁରେଲ ଖେଳିବା ନେଇ ଏକମାତ୍ର ବିକଳ୍ପ ଅଛି । ସେ ୧୦୧ ଫାଷ୍ଟ କ୍ଲାସ ମ୍ୟାଚରେ ୭୬୭୪ରନ କରିଛନ୍ତି । ସେଥିରେ ୨୭ ଶତକ ଓ ୨୯ ଅର୍ଦ୍ଧଶିତକ ସାମିଲ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+