Get Updates
Get notified of breaking news, exclusive insights, and must-see stories!

IPL 2026 ନିଲାମରେ ବିକ୍ରି ହେଲେନି ବଡ଼ ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)2026 ପାଇଁ ଆବୁଧାବିର ଏତିହାଦ ଆରେନାରେ ମିନି-ଅକ୍ସନ ଆରମ୍ଭ ହୋଇଛି। ନିଲାମ ତାଲିକାରେ ରହିଛନ୍ତି ୩୬୯ ଖେଳାଳି। କିନ୍ତୁ ୭୭ ସ୍ଲଟ୍ ଖାଲି ରହିଛି। ମିନି ନିଲାମରେ ଅଷ୍ଟ୍ରେଲିଆର କ୍ୟାମେରନ୍ ଗ୍ରୀନଙ୍କ ଉପରେ ହୋଇଛି ଟଙ୍କା ବର୍ଷା। ସେ ଆଇପିଏଲ୍ ଇତିହାସରେ ସବୁଠୁ ଅଧିକ ଦାମୀ ଖେଳାଳିଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ୨୫.୨୦ କୋଟିରେ ତାଙ୍କୁ କିଣିଛି। କିନ୍ତୁ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କୁ କିଣିବା ପାଇଁ ପ୍ରାଞ୍ଚାଇଜ ଆଗ୍ରହ ପ୍ରକାଶ କରି ନାହାନ୍ତି ।

IPL 2026 auction

​​​​​​​ଯେଉଁଠି କ୍ୟାମେରୁନ୍ ଗ୍ରୀନ୍ ଅକ୍ସନ୍ ଇତିହାସର ସବୁଠୁ ଦାମୀ ବିଦେଶୀ ଖେଳାଳି ଭାବେ ବିକ୍ରି ହୋଇଛନ୍ତି, ଅନ୍ୟପଟେ ଅନେକ ନାମୀଦାମୀ ଖେଳାଳି ଅନସୋଲ୍ଡ ରହିଯାଇଛନ୍ତି । ଏହି କ୍ରମରେ ସଂପ୍ରତି ଦମଦାର ଫର୍ମରେ ତୀବା ଭାରତୀୟ ବ୍ୟାଟର ସରଫରାଜ ଖାନ୍ ମଧ୍ୟ ବିକ୍ରି ହୋଇ ନାହାନ୍ତି । ପୃଥ୍ୱୀ ଶ ବି ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି। ସେହିପରି ଲିଆମ୍ ଲିଭିଙ୍ଗଷ୍ଟୋନ ମିନି ନିଲାମରେ ବହୁ ଟଙ୍କାରେ ବିକ୍ରି ହେବେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ତାହା ଭୁଲ୍ ସାବ୍ୟସ୍ତ ହୋଇଛି। ମିନି ନିଲାମର ପ୍ରଥମ ରାଉଣ୍ଡରେ ଲିଭିଙ୍ଗଷ୍ଟୋନଙ୍କୁ କିଣିବା ପାଇଁ କୌଣସି ଦଳ ଆଗ୍ରହ ପ୍ରକାଶ କରିନାହାନ୍ତି । ସେହିପରି ଆଇପିଏଲ୍ 2026ରେ ଅନସୋଲ୍ଡ ଖେଳାଳିଙ୍କ ତାଲିକା ଉପରେ ନଜର ପକାଇବା ...

ଜ୍ୟାକ ଫ୍ରେଜର ମ୍ୟାକଗର୍କ
ପୃଥ୍ୱୀ ଶ
ଡେଭନ କନଓ୍ଵେ
ସରଫରାଜ ଖାନ୍
ଗସ ଏଣ୍ଟିକସନ
ରଚିନ ରବିନ୍ଦ୍ରନ୍
ଲିଆମ ଲିଭିଙ୍ଗଷ୍ଟୋନ୍
ଓ୍ଵିଆନ୍ ମୁଲଡର
ଶ୍ରୀକର ଭରତ
ଜନି ବେୟାରଷ୍ଟୋ
ରହମାନୁଲ୍ଲା ଗୁରବାଜ
ଜେମି ସ୍ମିଥ୍
ଦୀପକ ହୁଡା
ଏହି IPLନିଲାମରେ କୋଲକାତା ନାଇଟ୍ ରାଇଡର୍ସ ପାଖରେ ସର୍ବାଧିକ ୬୪.୩ କୋଟି ରହିଛି। ଚେନ୍ନାଇ ସୁପର କିଙ୍ଗ୍ସ ପାଖରେ ଦ୍ୱିତୀୟ ସର୍ବାଧିକ ୪୩.୪ କୋଟି ଅଛି। ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ସବୁଠାରୁ କମ ୨.୭୫ କୋଟି ଅଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+