ଦର୍ଶକଙ୍କ ପାଇଁ ବଡ ଖବର ; ମେ ୧୭ରୁ ପୁଣି ଆରମ୍ଭ ହେବ ଆଇପିଏଲ୍
ମେ ୧୭ରୁ ପୁଣି ଆରମ୍ଭ ହେବ ଆଇପିଏଲ ମ୍ୟାଚ୍ । ୬ଟି ଭେନ୍ୟୁରେ ବାକିଥିବା ୧୬ଟି ମ୍ୟାଚ୍ ଖେଳାଯିବ । ଏନେଇ ବିସିସିଆଇ ପକ୍ଷରୁ ନୂଆ କାର୍ଯ୍ୟସୂଚୀ ଜାରି କରାଯାଇଛି । ବାଙ୍ଗାଲୋର, ଜୟପୁର, ଲକ୍ଷ୍ନୌ, ଅହମ୍ମଦାବାଦ, ଦିଲ୍ଲୀ ଓ ମୁମ୍ବାଇରେ ଖେଳାଯିବ ମ୍ୟାଚ୍ । ଜୁନ୍ ୩ରେ ଫାଇନାଲ ମୁକାବିଲା ଖେଳାଯିବ । ମେ ୨୯ରେ କ୍ବାଲିଫାୟର-୧, ମେ ୩୦ରେ ଏଲିମିନେଟର ଓ ଜୁନ୍ ୧ରେ କ୍ବାଲିଫାୟର-୨ ମ୍ୟାଚ୍ ଖେଳାଯିବ । ତେବେ ପ୍ଲେ-ଅଫ୍ ମ୍ୟାଚ୍ ଗୁଡିକ ପାଇଁ ଭେନ୍ୟୁ ଏଯାଏଁ ସ୍ଥିର କରିନି ବିସିସିଆଇ । ନୂଆ କାର୍ଯ୍ୟସୂଚୀ ଅନୁଯାୟୀ, ୧୭ ମେରେ ବେଙ୍ଗାଲୁରରେ କୋଲକାତା ଓ ଆରସିବି ମଧ୍ୟରେ ମ୍ୟାଚ୍ ଖେଳାଯିବ । ସେହିଭଳି ଶେଷ ଲିଗ୍ ମ୍ୟାଚ୍ ଲକ୍ଷ୍ନୌ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ।













Click it and Unblock the Notifications