Get Updates
Get notified of breaking news, exclusive insights, and must-see stories!

ବାରବାଟୀରେ 'ବିଗ୍ ଫାଇଟ୍', କ୍ରୁଟ୍ ପକ୍ଷରୁ ଚାଲିବ ସ୍ୱତନ୍ତ୍ର ବସ୍ ସେବା

ଆଜି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। କଟକ ବାରବାଟୀ ଷ୍ଟାଡ଼ିୟମ୍‌ରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍‌କୁ ନେଇ ରହିଛି ପ୍ରତ୍ୟେକଙ୍କ ମନରେ ଉତ୍ସାହ । ଏହାକୁ ଲକ୍ଷ୍ୟ କରି କ୍ରୁଟ୍ ପକ୍ଷରୁ ଚଳାଚଳ ହେବ ସ୍ୱତନ୍ତ୍ର ବସ୍ ସେବା । ଏକାଧିକ ସ୍ଥାନରୁ ଚଳାଚଳ ହେବାକୁ ଥିବା ଏହି ସଟଲ୍ ବସ୍ ସେବା ନିର୍ଦ୍ଦିଷ୍ଟ ସ୍ଥାନରୁ ଆରମ୍ଭ ହୋଇ କଟକ ବାରବାଟୀ ଷ୍ଟାଡ଼ିୟମ ଯାଏଁ ଗଡ଼ିବ।

Big Fight in Barabati

କଟକ ରେଳ ଷ୍ଟେସନରୁ ସିଏନ୍‌ଟି ଏବଂ ବାରବାଟୀ ଷ୍ଟାଡ଼ିୟମ ଅଞ୍ଚଳରେ ଜନଗହଳିର ବାସ୍ତବ ପରିସ୍ଥିତିକୁ ଆଧାର କରି ବସ୍ ଚଳାଚଳର ବ୍ୟବସ୍ଥା ହୋଇଛି । ମ୍ୟାଚ୍ ପୂର୍ବରୁ ଅପରାହ୍ନ ୪ଟାରେ କଟକ ରେଳ ଷ୍ଟେସନ୍ରୁ ସଟଲ୍ ସେବା ଆରମ୍ଭ ହେବ। ମ୍ୟାଚ୍ ଶେଷ ପରେ, ଟ୍ରାଫିକ୍ ପ୍ରବାହକୁ ଧ୍ୟାନରେ ରଖି ବାରବାଟୀ ଷ୍ଟାଡିୟମ୍ରୁ ସଟଲ୍ ବସ୍ ସେବା ଜାରୀ ରହିବ।

ବାରବାଟୀ ଷ୍ଟାଡିୟମ୍‌ରୁ କଟକ ରେଳଷ୍ଟେସନ୍‌କୁ ଯିବା ପାଇଁ ପ୍ରାଥମିକ ସଟଲ୍ ରୁଟ୍ ହେଉଛି-ଗଡଗଡିଆ ଘାଟ, ଚହଟା ଘାଟ, ସତୀଚୌରା, ଜୁଡିସିଆଲ୍ ଏକାଡେମୀ, ସିଏନବିଟି, ବାଦାମବାଡି, ଲିଙ୍କ ରୋଡ୍ ଏବଂ ଓଏମପି ଛକ। ଏହି ରୁଟ୍ ମଧ୍ୟ ଦେଇ ବସ୍ଗୁଡିକ ରେଳଷ୍ଟେସନ୍ ଯାଏଁ ଚଳାଚଳ ହେବ । ସଟଲ୍ ସେବାର ନିର୍ଦ୍ଧାରିତ ଭଡ଼ା ୨୦ ଟଙ୍କା ରହିଛି । ଭୁବନେଶ୍ୱରରୁ ଯାତ୍ରା କରୁଥିବା ଦର୍ଶକମାନଙ୍କ ପାଇଁ ମ୍ୟାଚ୍ ଶେଷ ପରେ ଦୁଇଟି ଅସ୍ଥାୟୀ ସ୍ୱତନ୍ତ୍ର ରୁଟ୍ ପରିଚାଳନା ହେବ।

ରୁଟ୍-୦୧:
ବାରବାଟୀ ଷ୍ଟାଡିୟମରୁ ବିଏସଏବିଟି, ବରମୁଣ୍ଡା। ଏହା ଜୁଡିସିଆଲ୍ ଏକାଡେମୀ, ନନ୍ଦନକାନନ ଏବଂ ଜୟଦେବ ବିହାର ଦେଇ ଚଳାଚଳ ହେବ।
ରୁଟ୍-୦୨:
ବାରବାଟୀ ଷ୍ଟାଡିୟମରୁ ଭୁବନେଶ୍ଵର ରେଳଷ୍ଟେସନ୍। ଏହା ସିଏନବିଟି, ଲିଙ୍କ ରୋଡ୍, ଜାତୀୟ ରାଜପଥରେ ଚଳାଚଳ କରିବ। ଉଭୟ ରୁଟ୍ ପାଇଁ ଏକ ନିର୍ଦ୍ଧାରିତ ଫ୍ଲାଟ୍ ମୂଲ୍ୟ ୪୦ ଟଙ୍କା ରହିବ ଏବଂ ବସ୍ଗୁଡିକ ପ୍ରତି ୨୦-ମିନିଟ୍ ଅନ୍ତରରେ ଚଳାଚଳ ହେବ। ଏହି ସ୍ୱତନ୍ତ୍ର ସେବା ବ୍ୟତୀତ, ବର୍ତ୍ତମାନ ପରିଚାଳିତ ଆମ ବସ୍ ରୁଟ୍‌ଗୁଡିକ ମଧ୍ୟ ଭୁବନେଶ୍ୱର ଏବଂ କଟକ ମଧ୍ୟରେ ପୂର୍ବଭଳି ଚାଲୁ ରହିବ।

ଏହି ରୁଟ୍‌ଗୁଡିକ ସିଏନବିଟି, ଜୁଡିସିଆଲ୍ ଏକାଡେମୀ, ବାରବାଟୀ ଷ୍ଟାଡିୟମ ଏବଂ କଟକ ରେଳଷ୍ଟେସନ ଭଳି ପ୍ରମୁଖ ସ୍ଥାନଗୁଡିକରେ ସହଜରେ ପହଞ୍ଚି ହେବ।
ରୁଟ୍ ୧୦:
ମନୁ ବିଶ୍ୱବିଦ୍ୟାଳୟ- ଭୁବନେଶ୍ଵର ବିମାନବନ୍ଦର,
ରୁଟ୍ ୧୫:
ସିଏନବିଟି - ଉତ୍କଳ ହସ୍ପିଟାଲ,
ରୁଟ୍ ୧୬:
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ - ଭୁବନେଶ୍ୱର ରେଳଷ୍ଟେସନ,
ରୁଟ୍ ୧୭:
ବାରବାଟୀ ଷ୍ଟାଡିୟମ - ଭୁବନେଶ୍ଵର ବିମାନବନ୍ଦର,
ରୁଟ୍ ୧୮:
ଜଗତପୁର - ବିଏସଏବିଟି, ବରମୁଣ୍ଡା,
ରୁଟ୍ ୧୯:
ମହାନଦୀ ବିହାର- ଏମ୍ସ,
ରୁଟ୍ ୮୨:
ଏସିବି ମେଡିକାଲ- ଭୁବନେଶ୍ଵର ବିମାନବନ୍ଦର ରୁଟ୍ ଗୁଡ଼ିକରେ ମଧ୍ୟ ଦୈନନ୍ଦିନ ଭଳି ଯାତ୍ରୀମାନଙ୍କୁ ଯାତାୟାତ ସେବା ଜାରୀ ରହିବ ।

କଟକ ଜିଲ୍ଲା ମଧ୍ୟରେ ସଂଯୋଗ ସୁବିଧା ପ୍ରଦାନ କରିବା ପାଇଁ, ରୁଟ୍ ୮୧ (ବାରବାଟୀ ଷ୍ଟାଡିୟମ୍‌ରୁ ସାଲେପୁର), ରୁଟ୍ ୮୬ (ଚହଟା ଘାଟରୁ କଟକ ରେଳଷ୍ଟେସନ୍), ଏବଂ ରୁଟ୍ ୮୮- ଜାତୀୟ ଆଇନ ବିଶ୍ଵବିଦ୍ୟାଳୟରୁ ଏସସିବି ମେଡିକାଲ୍, ଜୁଡିସିଆଲ୍ ଏକାଡେମୀ, ସିଏନବିଟି ଏବଂ ଦୋଳମୁଣ୍ଡାଇ ମଧ୍ୟ ଦେଇ ଚଳାଚଳ କରିବ। ରିଅଲ୍-ଟାଇମ୍ ସେବା ଅପଡେଟ୍ ପାଇଁ ଯାତ୍ରୀମାନଙ୍କୁ ଆମ ବସ୍ ମୋବାଇଲ୍ ଆପ୍ ଏବଂ କ୍ରୁଟ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ଗୁଡିକୁ ଅନୁସରଣ କରିବାକୁ କ୍ରୁଟ୍ ପକ୍ଷରୁ ସୂଚନା ଜାରୀ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+