• search
For Quick Alerts
Turn On Notification  
For Daily Alerts

Big Breaking: ସମସ୍ତ ପ୍ରକାର କ୍ରିକେଟରୁ 8 ବର୍ଷ ପାଇଁ ବ୍ୟାନ ହେଲେ ଏହି ଖେଳାଳି

|

Heath Streak banned for eight years: କ୍ରିକେଟର ସମସ୍ତ ଫର୍ମାଟରୁ ବ୍ୟାନ ହେଲେ ପୂର୍ବତନ ଜିମ୍ବାୱେ ଅଧିନାୟକ ହିଥ୍ ଷ୍ଟ୍ରିକ୍ । ସମସ୍ତ ପ୍ରକାର କ୍ରିକେଟରୁ ତାଙ୍କୁ 8 ବର୍ଷ ପାଇଁ ବ୍ୟାନ କରାଯାଇଛି । ଆଇସିସି ଆଣ୍ଟି-କରର୍ପସନ କୋଡ ଅନୁଯାଇ ଷ୍ଟ୍ରିକଙ୍କ ଉପରେ 5 ଦଫା ଅଭିଯୋଗ ରହିଛି ।

ତେବେ ଜିମ୍ବାୱେ ଦଳ କୋଚ ଥିବାବେଳେ ଓ ଅନ୍ୟ ଘରୋଇ କ୍ରିକେଟରେ ଷ୍ଟ୍ରିକ ଆଇସିସିର ଅନେକ ଆଣ୍ଟି-କରର୍ପସନ କୋର୍ଡକୁ ଉଲ୍ଲଙ୍ଘନ କରିଥବା କହିଛି ଅନ୍ତର୍ଜାତୀୟ କ୍ରିକେଟ ବୋର୍ଡ ।

Heath Streak


5 ଦଫା ଅଭିଯୋଗ ଗୁଡିକ ହେଲା

  • 2.3.2 - ଉଭୟ ଆଇସିସି କୋଡ୍ ଏବଂ ବିଭିନ୍ନ ଘରୋଇ କୋଡ ଅନ୍ତର୍ଗତ ଥିବା ଦଳ ଭିତରର ସୂଚନା ପ୍ରକାଶ କରିବା । ଯେଉଁ ପରିସ୍ଥିତିରେ ସେ ଜାଣିଥିଲେ ଯେ ଏହି ସୂଚନା ବେଟିଂ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇପାରେ । ବିଶେଷ ଭାବରେ, ଜିମ୍ବାୱେ, ବାଂଲାଦେଶ ଏବଂ ଶ୍ରୀଲଙ୍କା, 2018 ରେ ଜିମ୍ବାୱେ ବନାମ ଆଫଗାନିସ୍ତାନ ସିରିଜ୍, ଆଇପିଏଲ୍ 2018 ଏବଂ ଏପିଏଲ୍ 2018 ସହିତ ଜଡିତ ମ୍ୟାଚ୍ ସମ୍ବନ୍ଧରେ ସେ ଭିତରର ସୂଚନା ପ୍ରକାଶ କରିଥିଲେ।
  • 2.3.3 - ସିଧାସଳଖ କିମ୍ବା ପରୋକ୍ଷ ଭାବରେ ପ୍ରବର୍ତ୍ତାଇବା, ପ୍ରଲୋଭିତ କରିବା କିମ୍ବା ଉଦ୍ଦେଶ୍ୟମୂଳକ ଭାବରେ ଯେକୌଣସି ଖେଳାଳିଙ୍କୁ ନିୟମ ଭଙ୍ଗ କରିବାକୁ ସେ ଚେଷ୍ଟା କରିଥିଲେ ।
  • 2.4.2 - କୌଣସି ଉପହାର, ଦେୟ, ଆତିଥ୍ୟ କିମ୍ବା ଅନ୍ୟାନ୍ୟ ରସିଦ ପ୍ରକାଶ କରି ନଥିଲେ । ଯାହା କ୍ରିକେଟ୍ ଖେଳକୁ ଅସମ୍ମାନ କରେ ।
  • 2.4.4 - ଅନ୍ତର୍ଜାତୀୟ ମ୍ୟାଚ୍, 2017 ବିପିଏଲ୍, 2018 ପାକିସ୍ଥାନ ସୁପର ଲିଗ୍, 2018 ଆଇପିଏଲ ଭଳି ମ୍ୟାଚରେ ଅନେକ ଆଇସିସି ଆଣ୍ଟି-କରର୍ପସନ କୋଡର ଉଲ୍ଲଙ୍ଘନ କରିଥଲେ ଷ୍ଟ୍ରିକ ।
  • 2.4.7 - ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ସବୁ ଦୁର୍ନିତିକୁ ଲୁଚାଇବା ପାଇଁ ସେ ଆଇସିସି ଅନୁସନ୍ଧାନରେ ସାହାଯ୍ୟ କରି ନଥିଲେ ।

ତେବେ ଶେଷରେ ଷ୍ଟ୍ରକ୍ ଏହି ସବୁ ଅଭିଯୋଗକୁ ସ୍ୱୀକାର କରିଛନ୍ତି । ଆଇସିସି ନିୟମ ଆଧାରରେ ତାଙ୍କୁ 8 ମାସ ସମସ୍ତ ପ୍ରକାର କ୍ରିକେଟ କାର୍ଯ୍ୟକଳାପରୁ ବାସନ୍ଦ କରାଯାଇଛି । 28 ମାର୍ଚ୍ଚ 2029ରେ ତାଙ୍କର ଏହି ବାଛନ୍ଦ ଶେଷ ହେବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Big Breaking: Heath Streak banned for eight years from all Format of cricket
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X