ମେଲବର୍ଣ୍ଣ ଟେଷ୍ଟ ପରେ ବଡ଼ ଘୋଷଣା: ବୁମ୍ରା ହେଲେ ଟେଷ୍ଟ ଟିମ୍ର ଅଧିନାୟକ
ମେଲବର୍ନ ଟେଷ୍ଟ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ପରାଜୟ ପରେ ଅଧିନାୟକ ରୋହିତ ଶର୍ମାକୁ ହଟାଇବାକୁ ଲଗାତାର ଦାବି ହେଉଛି । ତାଙ୍କ ସ୍ଥାନରେ ଷ୍ଟାର ଦ୍ରୁତ ବୋଲର୍ ଜସପ୍ରିତ ବୁମ୍ରାଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ଦେବା ଲାଗି ସମର୍ଥନ କରାଯାଉଛି । ସେ ସିରିଜର ପ୍ରଥମ ମ୍ୟାଚ୍ରେ ଦଳର ଅଧିନାୟକ ହୋଇଥିଲେ, ଭାରତ ଏହି ମ୍ୟାଚ୍ ଜିତିଥିଲା। ଏବେ ସିଡନୀରେ ହେବାକୁ ଥିବା ଅନ୍ତିମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ବୁମ୍ରାଙ୍କୁ ଟେଷ୍ଟ ଟିମ୍ର ନେତୃତ୍ୱ ଦାୟିତ୍ୱ ମିଳିଛି। ହେଲେ ଏହା ଟିମ୍ ଇଣ୍ଡିଆର ନୁହେଁ ବରଂ ଚଳିତ ବର୍ଷର ଶ୍ରେଷ୍ଟ ଟେଷ୍ଟ ଟିମ୍ର ମିଳିଛି, ଯାହାକୁ କ୍ରିକେଟ ଅଷ୍ଟ୍ରେଲିଆ ଚୟନ କରିଛି ।
କ୍ରିକେଟ ଅଷ୍ଟ୍ରେଲିଆର ମିଡିଆ ଓ୍ବେବ୍ସାଇଟ୍ କ୍ରିକେଟ.କମ୍.ଏୟୁ ମେଲବର୍ନ ଟେଷ୍ଟର ଦିନକ ପରେ ଡିସେମ୍ବର ୩୧ରେ ଚଳିତ ବର୍ଷର ଶ୍ରେଷ୍ଠ ଟେଷ୍ଟ ଟିମ୍ ଚୟନ କରିଛି । ବର୍ଷର ଅନ୍ତିମ ଦିନ ନିଜ ଟେଷ୍ଟ ଇଲେଭେନ୍ରେ ସେ ଭାରତ-ଅଷ୍ଟ୍ରେଲିଆ ସମେତ ବିଶ୍ୱର ଭିନ୍ନ ଭିନ୍ନ ଟିମ୍ର ଖେଳାଳିଙ୍କୁ ସାମିଲ କରାଯାଇଛି । ହେଲେ ସମସ୍ତଙ୍କୁ ଚକିତ କରି ଏହି ଟିମ୍ର ଅଧିନାୟକ ଭାବେ ଅଷ୍ଟ୍ରେଲିୟ ଅଧିନାୟକ ପ୍ୟାଟ୍ କମିନ୍ସ ନୁହନ୍ତି ବରଂ ଭାରତୀୟ ତାରକା ବୋଲର୍ ଜସପ୍ରିତ ବୁମ୍ରାଙ୍କୁ ଦିଆଯାଇଛି । କମିନ୍ସଙ୍କୁ ଦଳରେ ସ୍ଥାନ ମିଳିନାହିଁ ।

ଏବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ବୁମ୍ରାଙ୍କ ପ୍ରଦର୍ଶନ ଦେଖିଲେ, ସେ ଏଭଳି ଉପଲବ୍ଧିର ହକଦାର ବୋଲି କୁହାଯାଉଛି । ସମସ୍ତ ବ୍ୟାଟ୍ସମାନମାନେ ତାଙ୍କ ବୋଲିଂକୁ ନେଇ ଭୟଭୀତ ଥିବା ଦେଖାଯାଛି । ଚଳିତ ବର୍ଷ ସେ ସର୍ବାଧିକ ୭୧ ଉଇକେଟ ନେଇ ଅନ୍ୟ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି । ବର୍ତ୍ତମାନର ବର୍ଡର ଗାଭାସ୍କର ସିରିଜରେ ଏଯାବତ ସେ ୪ ମ୍ୟାଚରେ ୩୦ରୁ ଅଧିକ ଉଇକେଟ ନେଇଛନ୍ତି । ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ହରାଇଥିଲା, ଯେଉଁଥିରେ ବୁମ୍ରା ୯ ଉଇକେଟ ନେଇଥିଲେ ।












Click it and Unblock the Notifications