ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ବଡ଼ ନିଷ୍ପତ୍ତି ନେଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ବଡ଼ ନିଷ୍ପତ୍ତି ନେଲେ ଭୁବନେଶ୍ୱର କୁମାର । ଅବସର ନେଇ ପାରନ୍ତି ଟିମ୍ ଇଣ୍ଡିଆର ସୁଇଂ କିଙ୍ଗ୍ ଭୁବନେଶ୍ୱର କୁମାର । ଏନେଇ ସେ ନିଜର ଇନଷ୍ଟାଗ୍ରାମ ହ୍ୟାଣ୍ଡଲ ଜରିଆରେ ସୂଚନା ଦେଇଛନ୍ତି ।

କହିରଖୁ କି, ଟିମ ଇଣ୍ଡିଆର ଏହି ଦ୍ରୁତ ବୋଲର ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ ଠାରୁ ଦୂରରେ ରହିଛନ୍ତି । ନଭେମ୍ବର ୨୦୨୨ରେ ଭୁବନେଶ୍ୱର ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିଲେ। ଏହା ପରେ ସେ ଟିମ ଇଣ୍ଡିଆକୁ ଫେରି ନାହାନ୍ତି । ନିକଟରେ ଭୁବନେଶ୍ୱର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର ବାୟୋରେ ପରିବର୍ତ୍ତନ କରିଛନ୍ତି । ଏହି କାରଣରୁ ସୋସିଆଲ ମିଡିଆରେ ତାଙ୍କ ଅବସର ନେଇ ଆଲୋଚନା ଆରମ୍ଭ ହୋଇଛି ।

Bhuvneshwar Kumar

ଇନଷ୍ଟାଗ୍ରାମରେ କଣ ଲେଖିଲେ ଭୁବି ?

ତାଙ୍କ ଇନଷ୍ଟାଗ୍ରାମ ବାୟୋରୁ 'କ୍ରିକେଟର' ଶବ୍ଦକୁ ହଟାଇ ଦେଇଛନ୍ତି । ପୂର୍ବରୁ ବାୟୋରେ 'ଇଣ୍ଡିଆନ୍ କ୍ରିକେଟର' ଥିବା ବେଳେ ବର୍ତ୍ତମାନ କେବଳ 'ଇଣ୍ଡିଆନ' ରହିଛି । କିନ୍ତୁ 'କ୍ରିକେଟର' ଶବ୍ଦକୁ ସେ ହଟାଇ ଦେଇଛନ୍ତି । ୩୩ ବର୍ଷୀୟ ଏହି ଷ୍ଟାର ବୋଲରଙ୍କର ଏହି ନିଷ୍ପତ୍ତି ତାଙ୍କ ଅବସରକୁ ଇସାରା ଦେଉଥିବା ଚର୍ଚ୍ଚା ହେଉଛି । କିନ୍ତୁ ତାଙ୍କର ଟ୍ୱିଟର ଆକାଉଣ୍ଟରେ ଏବେ ବି 'ଇଣ୍ଡିଆନ୍ କ୍ରିକେଟର' ରହିଛି । ତେବେ ଭୁବନେଶ୍ୱରଙ୍କୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ସୂଚନାଥାଉ କି, ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ମହାକୁମ୍ଭ । ଟୁର୍ଣ୍ଣାମେଣ୍ଟକୁ ଆଉ ମାତ୍ର ୨ ମାସ ବାକି ରହିଥିବା ବେଳେ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ଚୟନ କରିବାରେ ବ୍ୟସ୍ତ ଅଛି ଟିମ ଇଣ୍ଡିଆ । ବିଶ୍ୱକପରେ କେଉଁ ଖେଳାଳିଙ୍କୁ ନେଇ ଦଳ ଶକ୍ତିଶାଳୀ ହେବ, ସେଥିପାଇଁ ଚାଲିଛି ପରୀକ୍ଷା । ଦିନିକିଆ ବିଶ୍ୱକପରେ ଭାରତର ସବୁଠୁ ଅଭିଜ୍ଞ ଖେଳାଳି ହୋଇଥିବା ବେଳେ ତାଙ୍କର ଏହି ନିଷ୍ପତ୍ତି ପ୍ରଶଂସକଙ୍କୁ ନିରାଶ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+