'ଗୌତମ ଗମ୍ଭୀର ଗୁରୁତ୍ୱପୂର୍ଣ୍ଣ ନୁହେଁ, ଭାରତୀୟ କ୍ରିକେଟ ଗୁରୁତ୍ୱପୂର୍ଣ୍ଣ', ଏପରି କାହିଁକି କହିଲେ ଗମ୍ଭୀର ?
ଭାରତୀୟ କ୍ରିକେଟ ଦଳର ହେଡ୍ କୋଚ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀର ଏବଂ ଅଗରକର ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଉପରେ ବଡ଼ ଖୁଲାସା କରିଛନ୍ତି ।
ଗମ୍ଭୀର କହିଛନ୍ତି, ଶ୍ରୀଲଙ୍କା ଗସ୍ତ ପରେ ଆମେ ଏକ ବଡ଼ ବ୍ରେକ୍ ପାଇବୁ ।ଏହା ପରେ ୧୦ଟି ଟେଷ୍ଟ ମ୍ୟାଚ ଅଛି । ଏହା ଏକ ବଡ ଆହ୍ବାନ ।ଆଶାକରେ ଆମେ ଏହି ୧୦ଟି ଟେଷ୍ଟ ମ୍ୟାଚ ରେ ଭଲ ପ୍ରଦର୍ଶନ କରିବାକୁ ସମର୍ଥ ହେବୁ । ସେହି ୧୦ଟି ଟେଷ୍ଟ ମ୍ୟାଚ ପାଇଁ ଜାଡେଜା ଗୁରୁତ୍ୱପୂର୍ଣ୍ଣ । ଆମେ ସେହି ୧୦ଟି ମ୍ୟାଚ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛୁ ।
ଗମ୍ଭୀର ଆହୁରି ମଧ୍ୟ କହିଛନ୍ତି, ମୁଁ ଏକ ସଫଳ ଦଳକୁ ଆଗେଇ ନେଉଛି। ଜୟ ଶାହାଙ୍କ ସହ ମୋର ବହୁତ ଭଲ ସମ୍ପର୍କ ଅଛି । ମିଡିଆରେ ଯେଉଁସବୁ ଆଲୋଚନା ଚାଲିଛି ତାହା ଭିତ୍ତିହୀନ ବୋଲି ଗମ୍ଭୀର କହିଛନ୍ତି । ଗୌତମ ଗମ୍ଭୀର ଗୁରୁତ୍ୱପୂର୍ଣ୍ଣ ନୁହେଁ, ଭାରତୀୟ କ୍ରିକେଟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଅଗରକର ନିଶ୍ଚିତ କରିଛନ୍ତି ଯେ, ରବିନ୍ଦ୍ର ଜାଡେଜାଙ୍କୁ ଦିନିକିଆ ଦଳରୁ ବାଦ୍ ଦିଆଯାଇ ନାହିଁ । ସେ ଆମ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ଦଳ ବାହାରେ ଥିବା ପ୍ରତ୍ୟେକ ଖେଳାଳି ଅନୁଭବ କରନ୍ତି ଯେ ତାଙ୍କ ସହ କିଛି ଖରାପ ଘଟଣା ଘଟିଛି । ବେଳେବେଳେ ତାହା ହୁଏ, ସବୁକିଛି ୧୫ରେ ସ୍ଥାନ ପାଇବା କଷ୍ଟକର । କୌଣସି କାରଣ ନ ଥାଇ ରିଙ୍କୁ ସିଂ ଟି-୨୦ ବିଶ୍ୱକପରୁ ବଞ୍ଚିତ ହୋଇଥିଲେ।
ତେଣୁ ଅକ୍ଷର ପଟେଲ ଏବଂ ରବିନ୍ଦ୍ର ଜାଡେଜା ଆମ ପାଇଁ ଅଦରକାରୀ ନୁହେଁ। ତାଙ୍କୁ ଟେଷ୍ଟ ସିରିଜରେ ଖେଳିବାର ସମ୍ଭାବନା ଅଛି। ସେ ଏପର୍ଯ୍ୟନ୍ତ ଦଳର ଯୋଜନାରେ ଅଛନ୍ତି ଏବଂ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଅଟନ୍ତି ।












Click it and Unblock the Notifications