Get Updates
Get notified of breaking news, exclusive insights, and must-see stories!

ବେଙ୍ଗାଲୁରୁ ଦଳାଚକଟା: କୋର୍ଟରେ ତଥ୍ୟ ରଖିଲେ କର୍ଣ୍ଣାଟକ ସରକାର

ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗତକାଲି ଆର୍‌ସିବି ଟିମ୍‌ର ବିଜୟ ଉତ୍ସବ ପାଳନ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଥିଲା। ଷ୍ଟାଡିୟମ ବାହାରେ ପ୍ରବଳ ଜନ ସମାଗମ ଯୋଗୁଁ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା।

ତେବେ ଭିଡ଼ ନିୟନ୍ତ୍ରଣ ପାଇଁ ୫ ହଜାର ପୁଲିସ ମୁତୟନ ହୋଇଥିଲେ ବୋଲି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦାବି କରିଥିବା ବେଳେ ଆଜି କର୍ଣ୍ଣାଟକ ସରକାର ହାଇକୋର୍ଟଙ୍କୁ ଭିନ୍ନ ତଥ୍ୟ ପ୍ରଦାନ କରିଛନ୍ତି। ଗତକାଲି ଷ୍ଟାଡିୟମରେ ସିଟି ପୁଲିସ କମିସନର, ଡିସିପି, ଏସିପିଙ୍କ ସମେତ ୧ ହଜାରରୁ ଅଧିକ ପୁଲିସ କର୍ମୀ ମୁତୟନ ହୋଇଥିଲେ ବୋଲି କର୍ଣ୍ଣାଟକ ସରକାର ହାଇକୋର୍ଟଙ୍କୁ ଅବଗତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ହାଇକୋର୍ଟ ଆଜି ଏହି ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିବା ସହ ଦଳାଚକଟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରି ଷ୍ଟାଟସ୍‌ ରିପୋର୍ଟ ମାଗିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାର କୋର୍ଟରେ ଏନେଇ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। ରିପୋର୍ଟରେ ସରକାର ଦର୍ଶାଇଛନ୍ତି ଯେ ଏହି ମାମଲାର ତଦନ୍ତ ଭାର ସିଆଇଡିକୁ ହସ୍ତାନ୍ତର କରାଯାଇଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏକ ଏସ୍‌ଆଇଟି ଗଠନ ହେବ।

Bengaluru rcb celebration death case

କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଭି କାମେଶ୍ବର ରାଓ ଏବଂ ଜଷ୍ଟିସ୍‌ ସିଏମ୍‌ ଯୋଶୀଙ୍କ ଖଣ୍ଡପୀଠ ନିକଟ‌ରେ ହାଜର ହୋଇ ଆଡଭୋକେଟ୍‌ ‌ଜେନେରାଲ୍‌ ଶଶିକିରଣ ସେଟ୍ଟି କହିଛନ୍ତି, 'ଆମେ କୌଣସି ପ୍ରତିକୂଳ ପଦକ୍ଷେପ ଗ୍ରହଣ କରୁନାହୁଁ। କୋର୍ଟ ଯେଉଁ ନିର୍ଦ୍ଦେଶ ଦେବେ ଆମେ ତାହା ପାଳନ କରିବାକୁ ପ୍ରସ୍ତୁତ ଅଛୁ। ଏଟର୍ନି ଜେନେରାଲ କହିଛନ୍ତି, ଷ୍ଟାଡିୟମରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲା କିନ୍ତୁ ଦର୍ଶକଙ୍କ ସଂଖ୍ୟା ଆକଳନଠାରୁ ବହୁତ ଅଧିକ ହୋଇଗଲା। ଷ୍ଟାଡିୟମକୁ ମାଗଣା ପ୍ରବେଶ କରାଯାଉଥିବା ବିଶ୍ବାସ କରି ୨.୫ ଲକ୍ଷରୁ ଅଧିକ ଲୋକ ଷ୍ଟାଡିୟମରେ ରୁଣ୍ଡ ହୋଇଥିଲେ। କିନ୍ତୁ ଷ୍ଟାଡିୟମର ଦକ୍ଷତା ହେଉଛି ୩୫୦୦୦। ‌

Bengaluru rcb celebration death case

ସେଟ୍ଟି କହିଛନ୍ତି, ମଧ୍ୟାହ୍ନ ସୁଦ୍ଧା‌ ଲୋକମାନେ ରୁଣ୍ଡ ହୋଇଗଲେ ଏବଂ ଅପରାହ୍ନ ୩ଟା ସୁଦ୍ଧା ଷ୍ଟାଡିୟମ ପୂରା ଜାମ୍‌ ହୋଇଗଲା। ରାଜ୍ୟ ବାହାରୁ ବି ଲୋକେ ଏହି କାର୍ଯ୍ୟକ୍ରମକୁ ଆସିଥିବା ସେଟ୍ଟି କହିଛନ୍ତି। ଗେଟ୍‌ ୭ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗେଟ୍‌ ୬ରେ ୩ ଜଣଙ୍କର ଏବଂ କ୍ବିନ୍ସ ରୋଡ୍‌ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଏଟର୍ନି ଜେନେରାଲ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ଷ୍ଟାଡିୟମରେ କେତୋଟି ଗେଟ୍‌ ଅଛି ପ୍ରଶ୍ନର ଉତ୍ତରରେ ‌ ରାଜ୍ୟ ସରକାର କହିଛନ୍ତି, ୨୧ଟି ଗେଟ୍‌ ଅଛି ଏବଂ ସମସ୍ତ ଗେଟ୍‌ ଖୋଲା ଥିଲା। ଆର୍‌ସିବି ଏବଂ ଏହାର ଇଭେଣ୍ଟ ମ୍ୟାନେଜର ଟିକେଟ୍‌ ଏବଂ ଭିଡ଼ ପରିଚାଳନା କରୁଥିଲେ ବୋଲି ରାଜ୍ୟ ସରକାର କୋର୍ଟଙ୍କୁ ଅବଗତ କରିଛନ୍ତି। ଏନେଇ ଏକ ଏତଲା ରୁଜୁ ହୋଇଛି ଏବଂ କୌଣସି ପ୍ରକାର ଅବହେଳା ରହିଛି କି ନାହିଁ ସେନେଇ ବିଭିନ୍ନ ପକ୍ଷଙ୍କୁ ନୋଟିସ୍‌ କରାଯାଇଥିବା ସରକାର ଅବଗତ କରିଛନ୍ତି। ଜୁନ୍‌ ୧୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+