Get Updates
Get notified of breaking news, exclusive insights, and must-see stories!

ଆଇପିଏଲ୍ 2022: ନିଲାମ ପୂର୍ବରୁ ବିଦେଶୀ ଖେଳାଳିଙ୍କୁ ନେଇ ବିସିସିଆଇର ବଡ଼ ଘୋଷଣା

ଇଣ୍ଡିଆନ୍ ପ୍ରିମିୟର ଲିଗର 15 ତମ ସିଜନ୍ ପାଇଁ ଫେବୃଆରୀ 12-13 ରେ ଅନୁଷ୍ଠିତ ହେବାକୁ ଥିବା ମେଗା ନିଲାମ ପୂର୍ବରୁ ଭାରତୀୟ କ୍ରିକେଟ୍ ବୋର୍ଡ ନିଲାମର ଅଂଶବିଶେଷ ଥିବା ବିଦେଶୀ ଖେଳାଳିଙ୍କ ବିଷୟରେ ଏକ ବଡ଼ ଘୋଷଣା କରିଛି ।

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର 15 ତମ ସିଜନ୍ ପାଇଁ ଫେବୃଆରୀ 12-13 ରେ ଅନୁଷ୍ଠିତ ହେବାକୁ ଥିବା ମେଗା ନିଲାମ ପୂର୍ବରୁ ଭାରତୀୟ କ୍ରିକେଟ୍ ବୋର୍ଡ ନିଲାମର ଅଂଶବିଶେଷ ଥିବା ବିଦେଶୀ ଖେଳାଳିଙ୍କ ବିଷୟରେ ଏକ ବଡ଼ ଘୋଷଣା କରିଛି । ଯେଉଁଥିରେ ବିସିସିଆଇ ପ୍ରକାଶ କରିଛି ଯେ, କେଉଁ ଦେଶର ଖେଳାଳି ଟୁର୍ଣ୍ଣାମେଣ୍ଟରେ କେତେ ଦିନ ପର୍ଯ୍ୟନ୍ତ ଖେଳିବେ ।

BCCI

ସୂଚନାଯୋଗ୍ୟ ଯେ କିଛି ସମୟ ଧରି ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ଖେଳାଳିଙ୍କ ସମଗ୍ର ଋତୁରେ ଉପଲବ୍ଧ ନହେବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ବର୍ତ୍ତମାନ ବିସିସିଆଇ ସମସ୍ତଙ୍କ କ୍ରିକେଟ୍ ବୋର୍ଡ ସହ କଥା ହୋଇ ଦେଶ ଅନୁଯାୟୀ ଖେଳାଳିଙ୍କ ଉପଲବ୍ଧତାକୁ ପ୍ରକାଶ କରିଛି। ସାଧାରଣତ 8 ଟିମ ସହିତ ଆଇପିଏଲ ପ୍ରାୟ 50 ଦିନ ଖେଳାଯାଏ, ଏହି ଋତୁରେ 2 ଟି ନୂଆ ଦଳ ଯୋଗ ହେବା ସହିତ ମ୍ୟାଚ ସଂଖ୍ୟା ଅଧିକ ହେବ । ଏହି କାରଣରୁ ଏହାର ୱିଣ୍ଡୋ ମଧ୍ୟ ବୃଦ୍ଧି ପାଇଲା । ଏହାକୁ ଦୃଷ୍ଟିରେ ରଖି 60 ଟି ପରିବର୍ତ୍ତେ ଚଳିତ ବର୍ଷ ଆଇପିଏଲରେ 74 ଟି ମ୍ୟାଚ୍ ଆୟୋଜିତ ହେବ । ଏଭଳି ପରିସ୍ଥିତିରେ, ଫ୍ରାଞ୍ଚାଇଜ୍ ନିଲାମ ପୂର୍ବରୁ ଖେଳାଳିଙ୍କ ଉପଲବ୍ଧତା ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ଯାହା ଦ୍ବାରା ଫ୍ରାଞ୍ଚାଇଜମାନେ ନିଲାମରେ ଖେଳାଳିଙ୍କ ଉପରେ ବାଜି ଲଗାଇ ପାରିବେ । ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଏବଂ କ୍ରିକେଟ୍ ଅଷ୍ଟ୍ରେଲିଆ ସେମାନଙ୍କ ଖେଳାଳିଙ୍କୁ ସମଗ୍ର ଋତୁରେ ଭାଗ ନେବାକୁ ସବୁଜ ସଙ୍କେତ ଦେଇଛି ।

ରିପୋର୍ଟ ଅନୁଯାୟୀ, ଇଣ୍ଡିଆନ୍ ପ୍ରିମିୟର ଲିଗର 15 ତମ ସିଜନ୍ ମାର୍ଚ୍ଚ 27 ରୁ ଆରମ୍ଭ ହେବ । କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଚାହୁଁଛି ଯେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ଜୁନ 2, 2022 ରେ ଆଇପିଏଲ୍ ପରେ ଖେଳାଯିବ । ଏଥିପାଇଁ ଏହାର ସମସ୍ତ ଖେଳାଳି ଇଂଲଣ୍ଡରେ ପହଞ୍ଚିବା ଆବଶ୍ୟକ । ଏହି କାରଣରୁ ଇଂଲଣ୍ଡ ଦଳର ଖେଳାଳିମାନେ ମାର୍ଚ୍ଚ 28 ରୁ ମେ 29 ପର୍ଯ୍ୟନ୍ତ IPL 2022 ପାଇଁ ଉପଲବ୍ଧ ହେବେ । ଅନ୍ୟପକ୍ଷରେ, ଯଦି ଆମେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ବିଷୟରେ କଥାବାର୍ତ୍ତା କରୁ, ତେବେ ସେମାନଙ୍କୁ ଆଇପିଏଲ ପୂର୍ବରୁ ପାକିସ୍ତାନ ଗସ୍ତରେ ଯିବାର ଅଛି । ଯାହା ମାର୍ଚ୍ଚ-ଏପ୍ରିଲ ମଧ୍ୟରେ ସମସ୍ତ ଫର୍ମାଟରେ ସିରିଜ୍ ଖେଳାଯିବ । ଏହି କାରଣରୁ, କିଛି ଅଷ୍ଟ୍ରେଲୀୟ ଖେଳାଳି କେବଳ ଏପ୍ରିଲ 11 ପରେ ଆଇପିଏଲର ଏକ ଅଂଶ ହୋଇପାରିବେ । କେବଳ ଏତିକି ନୁହେଁ, କ୍ରିକେଟ୍ ଅଷ୍ଟ୍ରେଲିଆ ଚାହୁଁଛି ଯେ ଖେଳାଳିମାନେ ଘରୋଇ କ୍ରିକେଟର ସର୍ବ ବୃହତ ପ୍ରଥମ ଶ୍ରେଣୀ ଟୁର୍ଣ୍ଣାମେଣ୍ଟ ଶେଫିଲ୍ଡ ସିଲ୍ଡରେ ଅଂଶଗ୍ରହଣ କରନ୍ତୁ । ଯାହା ଏପ୍ରିଲ୍ 4ରେ ଶେଷ ହେବ ।

ଏହାକୁ ଦୃଷ୍ଟିରେ ରଖି କ୍ରିକେଟ୍ ଅଷ୍ଟ୍ରେଲିଆ ସ୍ପଷ୍ଟ କରିଛି ଯେ, ଦଳର ଖେଳାଳିମାନେ ଶେଫିଲ୍ଡ ସିଲ୍ଡର ଫାଇନାଲରେ ପହଞ୍ଚିବା ଏପ୍ରିଲ୍ 5 ପରେ ଉପଲବ୍ଧ ହେବ ଏବଂ ଫାଇନାଲରେ ପହଞ୍ଚିବାକୁ ନଥିବା ଦଳର ଖେଳାଳିମାନେ ମାର୍ଚ୍ଚରୁ ଆଇପିଏଲର ଅଂଶ ହେବେ । ଶ୍ରୀଲଙ୍କା ଦଳର ଖେଳାଳିମାନେ 11 ମେ ରୁ 23 ମେ ପର୍ଯ୍ୟନ୍ତ ବାଂଲାଦେଶ ସହିତ ହେବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଉପଲବ୍ଧ ନଥିବାବେଳେ ବାଂଲାଦେଶ କ୍ରିକେଟ୍ ବୋର୍ଡ ଏହାର ଅଲରାଉଣ୍ଡର ଶାକିବ ଅଲ ହାସନଙ୍କୁ ମେ 23 ପର୍ଯ୍ୟନ୍ତ ଉପଲବ୍ଧ ନଥିବା ଘୋଷଣା କରିଛି। ତେବେ, ମାର୍ଚ୍ଚ 27 ରୁ ମୁସ୍ତାଫିଜୁର ରହମାନଙ୍କୁ ଏକ ଅଂଶ ହେବାକୁ ଅନୁମତି ଦିଆଯାଇଛି ।

  • ଇଂଲଣ୍ଡ - 28 ମାର୍ଚ୍ଚରୁ 29 ମେ
  • ନ୍ୟୁଜିଲାଣ୍ଡ - ପୂର୍ଣ୍ଣ ଋତୁ
  • ଦକ୍ଷିଣ ଆଫ୍ରିକା - ପୂର୍ଣ୍ଣ ଋତୁ
  • ଅଷ୍ଟ୍ରେଲିଆ - 11 ଏପ୍ରିଲ - ଟୁର୍ଣ୍ଣାମେଣ୍ଟ ଶେଷ
  • ଆଫଗାନିସ୍ତାନ - ପୂର୍ଣ୍ଣ ଋତୁ
  • ଶ୍ରୀଲଙ୍କା - 11 ରୁ 23 ମେ ଉପଲବ୍ଧ ହେବେ ନାହିଁ
  • ବାଂଲାଦେଶ - 8 ରୁ 23 ମେ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+