BCCI: ଖେଳାଳୀଙ୍କ ସହ ଯିବେନି ସ୍ତ୍ରୀ ଓ ପରିବାର

ଖେଳାଳିଙ୍କ ଖରାପ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏହାର ଆଭିମୁଖ୍ୟ ଅଧିକ ଶକ୍ତ କରିଛି। ପୂର୍ବରୁ ଖେଳାଳିଙ୍କ ସହିତ ପରିବାର ଲୋକ ଓ ସ୍ତ୍ରୀ ଯିବାର ଅନୁମତି ରହିଥିବା ବେଳେ ବର୍ତ୍ତମାନ ଏହି ନିୟମକୁ ବଦଳାଇଛି ବିସିସିଆଇ। ଭାରତୀୟ ଦଳର ବିଦେଶ ଗସ୍ତ ସମୟରେ ଏଣିକି ଖେଳାଳି ମାନଙ୍କ ସହିତ ତାଙ୍କ ପରିବାର ଲୋକ ଯାଇ ପାରିବେ ନାହିଁ। ୪୫ ଦିନର କମ ସମୟର ଟୁରରେ ପରବାର ଲୋକଙ୍କୁ ଅନୁମତି ନାହିଁ। ତେବେ ୪୫ ଦିନରୁ ଅଧିକ ଦିନର ଟୁର ରହିଥିଲେ ପରିବାର ଅଥବା ସ୍ତ୍ରୀ ଯୋଗ ଦେଇ ପାରିବେ। ତେବେ ୧୪ ଦିନରୁ ଅଧିକ ସମୟ ପରିବାର ଲୋକଙ୍କୁ ରହିବାକୁ ସୁଯୋଗ ମିଳିବ ନାହିଁ।

ସାଇକିଆ ଦାୟିତ୍ବ ଗ୍ରହଣ କରିବା ପରେ ବିସିସିଆଇର ଆପେକ୍ସ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଥିଲା। ପରିବାର ଲୋକଙ୍କ ଉପସ୍ଥିତିକୁ ନେଇ କ୍ରିକେଟର ମାନେ ଜିଦ କରିଥିବା ବେଳେ ବିସିସିଆଇ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା। ତେବେ ନିକଟରେ ଭାରତୀୟ କ୍ରିକେଟ ଦଳ ଲଗାତାର ଦୁଇଟି ଟେଷ୍ଟ ସିରିଜ୍ ପରାଜିତ ହୋଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ବାଇଟ ୱାଶ ପରେ ବର୍ଡର ଗାଭାସ୍କର ଟ୍ରଫିରେ ଦଳ ୩-୧ରେ ପରାଜିତ ହୋଇଥିଲା। ଏହା ସହିତ ଭାରତ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପ୍ରବେଶରେ ବିଫଳ ହୋଇଥିଲା।

BCCI

ପରିବାର ସହ ବିଦେଶ ଗସ୍ତରେ ଯିବା ଉପରେ ପ୍ରତିବନ୍ଧକ ଲାଗିବାକୁ ଯାଉଥିବା ବେଳେ ଆଗାମୀ ଦିନରେ କୌଣସି ଖେଳାଳି ନିଜର ସ୍ତ୍ରୀ ଓ ପରିବାର ବର୍ଗଙ୍କୁ ସାଙ୍ଗରେ ନେଇ ପାରିବେ ନାହିଁ। ଅଷ୍ଟ୍ରେଲିଆ ସିରିଜରେ ଏକାଧିକ ଭାରତୀୟ ଖେଳାଳି ନିଜର ପତ୍ନୀ ମାନଙ୍କ ସହିତ ଭିନ୍ନ ଭିନ୍ନ ସହର ବୁଲିଥିଲେ। ଏପରିକି ଖେଳାଳି ମାନେ ଟିମ ବସ ବଦଳରେ ବ୍ୟକ୍ତିଗତ ଯାତ୍ରା କରିଥିଲେ।ଏହି ନିୟମ ଫଳରେ ସମସ୍ତ ଖେଳାଳି ଟିମ ବସରେ ଯାତ୍ରା କରିବା ବାଧ୍ୟତାମୂଳକ କରାଯାଇଛି।

ନୂତନ ନିୟମ ଲାଗୁ ହେବା ଫଳରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ସିନିୟର ଖେଳାଳିଙ୍କ ପାଇଁ ସମସ୍ୟା ବଢିବା ନେଇ ଅନୁମାନ କରାଯାଉଛି। କୋହଲି ପ୍ରାୟ ସମସ୍ତ ଟୁରରେ ଅନୁଷ୍କା ଶର୍ମାଙ୍କ ସହିତ ରହୁଥିବା ବେଳେ ରୋହିତ ନିଜ ପତ୍ନୀ ରୀତିକାଙ୍କ ସହିତ ଯାଇଥାନ୍ତି। ତେବେ ନିୟମ ପରିବର୍ତ୍ତନ ହୋଇଥିବା ବେଳେ ଏହି ଖେଳାଳି ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ଅନ୍ୟ ପକ୍ଷରେ ପରିବାର ଲୋକଙ୍କ ସହ ୧୪ ଦିନର ସମୟ ବିତାଇବା ପାଇଁ ବିସିସିଆଇର ନିୟମ ରହିଥିବା ବେଳେ ଏହାକୁ ନେଇ ଖେଳାଳିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+