ମହିଳା ଟି-୨୦ ବିଶ୍ଵକପ ପାଇଁ ଟିମ୍ ଇଣ୍ଡିଆ ଘୋଷଣା
ମହିଳା ଟି-୨୦ ବିଶ୍ଵକପ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ବାଂଲାଦେଶରେ ଲାଗି ରହିଥିବା ରାଜନୈତିକ ବିବାଦକୁ କେନ୍ଦ୍ର କରି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍କୁ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଛି । ସୋମବାର ଆଇସିସି ପରିବର୍ତ୍ତିତ କ୍ରୀଡ଼ାସୂଚୀ ଘୋଷଣା କରିଛି । ପୂର୍ବଭଳି ବାଂଲାଦେଶ ଆୟୋଜକ ରହିଛି । ଦୁବାଇରେ ଦୁଇ ପରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ ।
ଆଇସିସି ମହିଳା ଟି-୨୦ ବିଶ୍ୱକପ ୨୦୧୪ ପାଇଁ ଭାରତ ଦଳ: ହରମାନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପ ଅଧିନାୟକ ), ଶେଫାଳୀ ବର୍ମା, ଦୀପ୍ତି ଶର୍ମା, ଜେମିମା ରୋଡଗ୍ରିସ୍, ରିଚା ଘୋଷ (ୱିକେଟ କିପର), ପୂଜା ଭାଷ୍ଟ୍ରକର, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂ ଠାକୁର , ଆଶା ସୋବାନା, ରାଧା ଯାଦବ
ଫିଟନେସ୍ କ୍ଲିୟରାନ୍ସ ଅଧୀନରେ: ୟସ୍ତିକା ଭାଟିଆ (ୱିକେଟ କିପର), ଶ୍ରେୟଙ୍କା ପାଟିଲ, ସାଜନା ସାଜିଭାନ୍
ଟ୍ରାଭେଲିଂ ରିଜର୍ଭ : ଉମା ଚେଟ୍ରି (ୱିକେଟ କିପର), ତନୁଜା କାନୱେର୍, ସାଇମା ଠାକୁର
🚨 NEWS 🚨
Presenting #TeamIndia's squad for the ICC Women's T20 World Cup 2024 🙌 #T20WorldCup pic.twitter.com/KetQXVsVLX
— BCCI Women (@BCCIWomen) August 27, 2024
ଅକ୍ଟୋବର ୬ ତାରିଖରେ ଏହି ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟ ଅପରାହ୍ଣ ୩.୩୦ମିନିଟ୍ରେ ମ୍ୟାଚ୍ ଆରମ୍ଭ ହେବ । ଭାରତୀୟ ଦଳ ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚ୍ ଅକ୍ଟୋବର ୪ ତାରିଖରେ ଖେଳାଯିବ । ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ । ସାରଜାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ସେହିପରି ୬ଥର ଚାମ୍ପିଅନ୍ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କାକୁ ଭେଟିବ ।

୧୦ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ସବୁ ଦଳକୁ ୨ଟି ଗ୍ରୁପ୍ରେ ଭାଗ କରାଯାଇଛି । ଗ୍ରୁପ୍-ଏ'ରେ ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ସ୍ଥାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ୍, ୱେଷ୍ଟ ଇଣ୍ଡିଜ, ବାଂଲାଦେଶ ଓ ସ୍କଟଲାଣ୍ଡ ଗ୍ରୁପ୍-ବି'ରେ ରହିଛନ୍ତି ।
ୟୁଏଇର ଦୁଇ ପ୍ରମୁଖ ଗ୍ରାଉଣ୍ଡ୍ ଦୁବାଇ ଓ ସାରଜାରେ ସମସ୍ତ ୨୩ଟି ଯାକ ମ୍ୟାଚ୍ ଖେଳାଯିବ । ଅକ୍ଟୋବର ୩ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେବ । ୨୦ ତାରିଖରେ ଖେଳାଯିବ ଫାଇନାଲ୍ ମୁକାବିଲା । ସେମି ଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ପାଇଁ ରିଜର୍ଭ ଦିବସ ରଖାଯାଇଛି । ବିଶ୍ୱକପ୍ ପୂର୍ବରୁ ପ୍ରତ୍ୟେକ ଦଳ ୨ଟି ଲେଖାଏଁ ଅଭ୍ୟାସ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି । ହର୍ମନପ୍ରୀତ କୌରଙ୍କ ଭାରତୀୟ ଦଳ ଯଥାକ୍ରମେ ସେପ୍ଟେମ୍ବର ୨୯ରେ ୱେଷ୍ଟ ଇଣ୍ଡିଜକୁ ଓ ଅକ୍ଟୋବର ୧ ତାରିଖରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ମୋଟ୍ ୧୦ଟି ଅଭ୍ୟାସ ମ୍ୟାଚ ଖେଳାଯିବ ।
ସୂଚନାଯୋଗ୍ୟ, ବାଂଲାଦେଶରେ ରାଜନୈତିକ ବିବାଦ ଅଣାୟତ ହେବା ପରେ ଆଇସିସି ବିଶ୍ୱକପ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଚିନ୍ତା କରିଥିଲା । ଭାରତ, ଶ୍ରୀଲଙ୍କା ଓ ଜିମ୍ବାୱେ ବୋର୍ଡକୁ ମଧ୍ୟ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲା । ମାତ୍ର କେହି ରାଜି ହୋଇ ନଥିଲେ । ଶେଷରେ ୟୁଏଇ କ୍ରିକେଟ୍ ଆସୋସିଏସନ୍ ଆଇସିସିର ପ୍ରସ୍ତାବରେ ରାଜି ହୋଇଥିଲା ।












Click it and Unblock the Notifications