ସେଣ୍ଟ୍ରାଲ କନଟ୍ରାକ୍ଟରୁ ଏ’ ପ୍ଲସ କାଟାଗୋରୀକୁ ବନ୍ଦ କରିବ ବିସିସିଆଇ !
ଭାରତୀୟ ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ ଅର୍ଥାତ ବିସିସିଆଇରୁ ଲାଗିପାରେ ବଡ଼ ଝଟକା। ବିରାଟ ଓ ରୋହିତ ଦୁହଁଙ୍କ ଡିମୋସନ୍ ସେଣ୍ଟ୍ରାଲ କନଟ୍ରାକ୍ଟ ହେବାର ସମ୍ଭାବନା ରହିଛି। ଏହା ପଛର କାରଣ ହେଉଛି ଯେ, ବିସିସିଆଇ ସେଣ୍ଟ୍ରାଲ କନଟ୍ରାକ୍ଟରେ ଏ' ପ୍ଲସ କାଟାଗୋରୀକୁ ଶେଷ କରିବାର ସମ୍ଭାବନା ରହିଛି। ଏହା ପଛର କାରଣ ହେଉଛି ବିସିସିଆଇ ସେଣ୍ଟ୍ରାଲ କନଟ୍ରାକ୍ଟରୁ ଏ' ପ୍ଲସ କାଟାଗୋରୀକୁ ଶେଷ କରି କେବଳ ଏ,ବି ଓ ସି କାଟାଗୋରୀକୁ ଜାରି ରଖିପାରେ। ଯଦି ଏଭଳି ହୁଏ ତେବେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟତୀତ ଜସପ୍ରୀତ ବୁମରାହ ଓ ରବିନ୍ଦ୍ର ଜାଡେଜାଙ୍କର ମଧ୍ୟ ଡିମୋସନ୍ ହୋଇପାରେ,ଯିଏକି ଗତ ଥର ଏ-ପ୍ଲସ୍ କାଟାଗୋରୀର ଅଂଶ ଥିଲେ। ଅକ୍ଟୋବର ୨୦୨୫ ରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରିଟେନରସିପ୍ର ଘୋଷଣା ବିସିସିଆଇକୁ କରିବାକୁ ହେବ।

ଏଏନ୍ଆଇର ରିପୋର୍ଟ ଅନୁସାରେ, ବିସିସିଆଇ ଏକ ବଦଳିଥିବା ସେଣ୍ଟ୍ରାଲ କନଟ୍ରାକ୍ଟ ସିଷ୍ଟମ ଆଣିବାକୁ ଯାଉଛି। ଏହା ଅନୁସାରେ, ଗ୍ରାଣ୍ଡ ଏ-ପ୍ଲସ କାଟାଗୋରୀ ବନ୍ଦ କରି ଦିଆଯିବ। ବିସିସିଆଇ ସୁତ୍ର ଅନୁସାରେ, ଯଦି ବୋର୍ଡ ନୂଆ ମଡେଲକୁ ମଞ୍ଜୁରୀ ଦିଏ ତେବେ ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାକୁ ଗ୍ରେଡ୍ ବି'ରେ ରଖାଯିବାର ଆଶା ରହିଛି। ଏପର୍ଯ୍ୟନ୍ତ ଏ' ପ୍ଲସ୍ କାଟାଗୋରୀରେ ଥିଲେ। ରବିନ୍ଦ୍ର ଜାଡେଜାଙ୍କର ମଧ୍ୟ ଏହି ସ୍ଥିତି ରହିବ, କିନ୍ତୁ ଜସପ୍ରୀତ ବୁମରାହ ଏ' କାଟାଗୋରୀକୁ ଚାଲିଯିବେ।
ଅଜିତ ଅଗରକରଙ୍କ ନେତୃତ୍ବାଧୀନ ସିଲେକ୍ସନ କମିଟି ସେଣ୍ଟ୍ରାଲ କନଟ୍ରାକ୍ଟରେ ପରିବର୍ତ୍ତନର ପ୍ରସ୍ତାବ ଦେଇଛି। କମିଟି ଏ'ପ୍ଲସ କାଟାଗୋରୀ(୭ କୋଟି ଟଙ୍କା)କୁ ଶେଷ କରିବା ଓ କେବଳ ତିନି କାଟାଗୋରୀ ଏ,ବି ଓ ସି ରଖିବାର ପରାମର୍ଶ ଦେଇଛି। କେବଳ ୩ କାଟାଗୋରୀରେ ରହିବା ଉପରେ ସାଲାରୀ ଷ୍ଟ୍ରକଚରରେ ମଧ୍ୟ ପରିବର୍ତ୍ତନ ହେବ। ଏ'ପ୍ଲସ କାଟାଗୋରୀ ପାଇଁ ପୂର୍ବରୁ ୭ କୋଟି ଟଙ୍କା ମିଳୁଥିଲା। ଏ' ପାଇଁ ୫, ବି' ପାଇଁ ୩ ଓ ସି' ପାଇଁ ୧ କୋଟି ଟଙ୍କା ବର୍ଷକୁ ମିଳୁଥିଲା। ଯଦି ଏହି ମଡ୍ୟୁଲ ଆପ୍ରୁଭ ହୁଏ ତେବେ କେବଳ ଓ୍ବାନଡେ୍ କ୍ରିକେଟ ଖେଳୁଥିବା ରୋହିତ ଓ ବିରାଟଙ୍କୁ ବି' କାଟାଗୋରୀରେ ରଖାଯିବ।
ଅପ୍ରେଲ ୨୦୨୫ ରେ ଘୋଷିତ କରାଯାଇଥିବା ୨୦୨୪-୨୫ ସେଣ୍ଟ୍ରାଲ କନଟ୍ରାକ୍ଟର ଲିଷ୍ଟରେ ରୋହିତ, ବିରାଟ, ଜାଡେଜା ଓ ବୁମରାହ ଏ' ପ୍ଲସ କାଟାଗୋରୀରେ ଥିଲେ। ସେଭଳି ମହମ୍ମଦ ସିରାଜ, କେଏଲ ରାହୁଲ, ଶୁଭମନ ଗିଲ୍, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି ଓ ରିଷଭ ପନ୍ତ ଗ୍ରେଡ୍ ଏ'ରେ ସାମିଲ ଥିଲେ। ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ, କୁଲଦୀପ ଯାଦବ,ଯଶସ୍ବୀ ଜୟସଓ୍ବାଲ ଓ ଶ୍ରେୟସ୍ ଆୟର ଗ୍ରେଡ୍ ବି'ର ଅଂଶ ଥିଲା ଓ ଗ୍ରେଡ୍ ସି'ରେ ରିଙ୍କୁ ସିଂହ, ତିଲକ ବର୍ମା, ରୁତୁରାଜ ଗାଏକଓ୍ବାଡ, ଶିବମ ଦୁବେ, ରବି ବିଷ୍ମୋଇ, ଓ୍ବାଶିଂଟନ୍ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ୍, ଅର୍ଶଦ୍ବୀପ ସିଂହ, ପ୍ରସିଦ୍ଧ କୃଷ୍ଣା, ରଜତ ପଟିଦାର, ଧ୍ରୁବ ଜୁରେଲ, ସରଫରାଜ ଖାନ୍, ନୀତୀଶ କୁମାର ରେଡ୍ହୀ, ଇଶାନ କିଷାନ, ଅଭିଷେକ ଶର୍ମା, ଆକାଶଦୀପ, ବରୁଣ ଚକ୍ରବର୍ତ୍ତୀ ଓ ହର୍ଷିତ ରାଣାଙ୍କୁ ସ୍ଥାନ ଦିଆଯାଇଛି।












Click it and Unblock the Notifications