ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ସୂଚୀ ଜାରି କଲା ବିସିସିଆଇ , ଜାଣନ୍ତୁ କଣ ରହିଛି ପୁରା ବିବରଣୀ

ଆସିଲା ବଡ ଖବର । ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ସୂଚୀ ଜାରି କରିଛି ବିସିସିଆଇ । ଟିମ ଇଣ୍ଡିଆ ବର୍ତ୍ତମାନ ଜିମ୍ବାୱେ ଗସ୍ତରେ ରହିଛି । ଯେଉଁଠି ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳ ଚାଲିଛି । ଏହାପରେ ଭାରତକୁ ଶ୍ରୀଲଙ୍କା ଗସ୍ତରେ ଯିବାକୁ ପଡିବ ।

BCCI

ଯେଉଁଠି ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ଟି-୨୦ ଓ ୩ ଦିନିକିଆ ମ୍ୟାଚ ଖେଳାଯିବ । ତେବେ ଏହାରି ମଧ୍ୟରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ସୂଚୀ ଜାରି କରିଛି ବିସିସିଆଇ ।

ଗତ ମାସରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ଜିତିଥିଲା । ଏହି ଟୁର୍ଣ୍ଣାମେଣ୍ଟ ପରେ କୋଚ ଭାବେ ରାହୁଲ ଦ୍ରାବିଡ କାର୍ଯ୍ୟକାଳ ଶେଷ ହୋଇଛି । ତେଣୁ ବିସିସିଆଇ ଗୌତମ ଗମ୍ଭୀରଙ୍କୁ କୋଚ ଭାବେ ନିଯୁକ୍ତି କରିଛି । ଶ୍ରୀଲଙ୍କା ଗସ୍ତରେ ଗମ୍ଭୀର ଭାରତୀୟ ଦଳକୁ କୋଚିଂ ଦେବେ । ବର୍ତ୍ତମାନ ଯାଏଁ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଟିମ ଘୋଷଣା ହୋଇନାହିଁ । ହେଲେ ଚଳିତ ସପ୍ତାହର ଶେଷ ଆଡକୁ ଦଳ ଘୋଷଣା ହୋଇପାରେ । ଏହି ଗସ୍ତରେ ଟି-୨୦ର କମାଣ ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନିକିଆର କମାଣ କେଏଲ ରାହୁଲଙ୍କୁ ଦିଆଯାଇପାରେ ।

୨୬ ଜୁଲାଇ- ପ୍ରଥମ ଟି-୨୦ - ପଲ୍ଲେକେଲ
୨୭ ଜୁଲାଇ- ଦ୍ୱିତୀୟ ଟି-୨୦ - ପଲ୍ଲେକେଲ
୨୯ ଜୁଲାଇ- ତୃତୀୟ ଟି-୨୦ - ପଲ୍ଲେକେଲ
୧ ଅଗଷ୍ଟ - ପ୍ରଥମ ଦିନିକିଆ - କୋଲମ୍ବୋ
୪ ଅଗଷ୍ଟ - ଦ୍ୱିତୀୟ ଦିନିକିଆ - କୋଲମ୍ବୋ
୭ ଅଗଷ୍ଟ - ତୃତୀୟ ଦିନିକିଆ - କୋଲମ୍ବୋ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+