‘ଖେଳ ରତ୍ନ’ ପୁରସ୍କାର ପାଇଁ ମିତାଲୀ ଓ ଅଶ୍ୱିନଙ୍କ ନାଁ ସୁପାରିସ୍ କଲା ବିସିସିଆଇ
ଭାରତୀୟ ମହିଳା କ୍ରିକେଟ୍ ଟିମର କ୍ୟାପଟେନ୍ ମିତାଲୀ ରାଜଙ୍କ ନାଁ ରହିଛି । ଅନ୍ୟପକ୍ଷରେ ପୁରୁଷ ଟିମର ଅଭିଜ୍ଞ ଅଲରାଉଣ୍ଡର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ନାଁ ମଧ୍ୟ ବୋର୍ଡ ସୁପାରିସ୍ କରିଛି ।
ନୂଆଦିଲ୍ଲୀ: ୨୦୨୧ ବର୍ଷ ପାଇଁ କ୍ରୀଡ଼ା ପୁରସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ରାଜୀବ ଗାନ୍ଧି 'ଖେଳ ରତ୍ନ' ପୁରସ୍କାର ପାଇଁ ଦୁଇ ଖେଳାଳିଙ୍କ ନାଁ ସୁପାରିସ୍ କରିଛି । ଏହି ତାଲିକାରେ ସର୍ବପ୍ରଥମମେ ଭାରତୀୟ ମହିଳା କ୍ରିକେଟ୍ ଟିମର କ୍ୟାପଟେନ୍ ମିତାଲୀ ରାଜଙ୍କ ନାଁ ରହିଛି । ଅନ୍ୟପକ୍ଷରେ ପୁରୁଷ ଟିମର ଅଭିଜ୍ଞ ଅଲରାଉଣ୍ଡର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ନାଁ ମଧ୍ୟ ବୋର୍ଡ ସୁପାରିସ୍ କରିଛି ।

ଏହାବ୍ୟତୀତ ବିସିସିଆଇ ଅର୍ଜୁନ ପୁରସ୍କାର ଲାଗି ଖେଳାଳିଙ୍କ ନାଁ ସୁପାରିସ୍ କରିଛି । ଏହି ପୁରସ୍କାର ପାଇଁ ଓପ୍ନର ଶିଖର ଧୱନ୍, ଲୋକେଶ ରାହୁଲ୍ ଓ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କ ନାଁ ସାମିଲ୍ ଅଛି ।
ମହିଳା କ୍ରିକେଟ୍ ଟିମର କ୍ୟାପଟେନ୍ ମିତାଲୀ ରାଜ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ୨୨ ବର୍ଷ ପୂରଣ କରିଛନ୍ତି । ସେହିପରି ଅଶ୍ୱିନ୍ ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ୪୦୦ ୱିକେଟ୍ ନେବାର କାରନାମା କରିଛନ୍ତି । ଉଭୟ ମିତାଲୀ ଓ ଅଶ୍ୱିନ୍ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି ।












Click it and Unblock the Notifications