ଇଂଲଣ୍ଡ କ୍ରିକେଟର୍ ହାରି ବ୍ରୁକ୍ IPLରୁ ୨ ବର୍ଷ ପାଇଁ ବ୍ୟାନ୍, ଜାଣନ୍ତୁ କାହିଁକି ?

ଇଂଲଣ୍ଡ କ୍ରିକେଟର ହ୍ୟାରି ବ୍ରୁକଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ । ବ୍ରୁକ ଏବେ ତାଙ୍କର ଦୁଇ ବର୍ଷର ବାସନ୍ଦ ସମାପ୍ତ କରିବା ପରେ ହିଁ ଆଇପିଏଲରେ ଖେଳିପାରିବେ ।

କିଛି ଦିନ ପୂର୍ବରୁ ବ୍ରୁକ ବ୍ୟକ୍ତିଗତ କାରଣରୁ ଆଇପିଏଲ ୨୦୨୫ରୁ ତାଙ୍କ ନାମ ପ୍ରତ୍ୟାହାର କରିନେବା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଏହି କଠିନ ନିଷ୍ପତ୍ତି ନେଇଛି । ନୂତନ ନିୟମ ଅନୁଯାୟୀ ସେ ଇଣ୍ଡିଆନ ପ୍ରିମିୟର ଲିଗରୁ ୨ ବର୍ଷର ବାସନ୍ଦର ସମ୍ମୁଖୀନ ହୋଇଥିବା ପ୍ରଥମ କ୍ରିକେଟର ମଧ୍ୟ ହୋଇଛନ୍ତି ।

ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ପୂର୍ବରୁ ହ୍ୟାରି ବ୍ରୁକ ଆଇପିଏଲ ୨୦୨୫ରେ ନ ଖେଳିବା ସମ୍ପର୍କରେ ବିସିସିଆଇ ସହିତ ଯୋଗାଯୋଗ କରିଥିଲା। ଏହା ପରେ ବିସିସିଆଇ ମାଧ୍ୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜକୁ ଏହି ସୂଚନା ଦିଆଯାଇଥିଲା। ଆପଣଙ୍କୁ ମନେ ପକାଇ ଦେଉଛୁ ଯେ ମେଗା ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ହ୍ୟାରି ବ୍ରୁକଙ୍କୁ ୬.୨୫ କୋଟି ଟଙ୍କାରେ କିଣିଥିଲା।

BCCI punishes Harry Brook

ହ୍ୟାରି ବ୍ରୁକଙ୍କୁ ଆଇପିଏଲରୁ ୨ ବର୍ଷ ପାଇଁ ବାସନ୍ଦ କରିବା ସମ୍ପର୍କରେ ଇସିବି ଅଧିକାରୀମାନଙ୍କ ସହିତ ଯୋଗାଯୋଗ କରାଯାଇଛି। ସୂତ୍ର କହିଛି ଯେ ଗତ ବର୍ଷ ନିଲାମ ପୂର୍ବରୁ ସମସ୍ତ ଖେଳାଳିଙ୍କୁ ନୂତନ ନିୟମ ବିଷୟରେ ଅବଗତ କରାଯାଇଥିଲା। ବୋର୍ଡ ଏହି ନୂତନ ନିୟମ ପ୍ରସ୍ତୁତ କରିଛି ଏବଂ ପ୍ରତ୍ୟେକ ଖେଳାଳିଙ୍କୁ ନୂତନ ନିୟମ ପାଳନ କରିବାକୁ ପଡିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+