ବିସିସିଆଇ ବସ୍ ସୌରଭ ଗାଙ୍ଗୁଲିଙ୍କୁ କରୋନା

ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ସଂକ୍ରମିତ ଚିହ୍ନଟ । ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ ଓ ରିପୋର୍ଟ ପଜିଟିଭ୍ ଆସିଥିଲା।

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ସଂକ୍ରମିତ ଚିହ୍ନଟ । ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ହିଁ ସେ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

Sourav Ganguly

ସୂଚନାଥାଉ କି, ଜାନୁୟାରୀ ୨୦୨୧ରେ, ସୌରଭ ଗାଙ୍ଗୁଲିଙ୍କ ହୃଦଘାତର ଶିକାର ହୋଇଥିଲେ । ଫଳରେ ତାଙ୍କୁ କିଛି ଦିନ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟ ହୋଇଥିଲା । ସୌରାଭ ଗାଙ୍ଗୁଲିଙ୍କ କରୋନା ପଜିଟିଭ୍ ହେବାର ଖବର ଜଣାପଡିବା ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଚିନ୍ତା ପ୍ରକଟ କରିଛନ୍ତି । ବର୍ତ୍ତମାନ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସେ ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଅନ୍ୟପଟେ ଗାଙ୍ଗୁଲିଙ୍କ ରକ୍ତ ନମୂନାକୁ ଜେନମ୍ ସିକ୍ୱେନ୍‌ସିଂ ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ସେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ଜାଣିବା ପାଇଁ ଏହି ପରୀକ୍ଷା କରାଯିବ। କାରଣ ଇତି ମଧ୍ୟରେ ଭାରତରେ ଅନେକ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଚଳିତ ବର୍ଷ ତୃତୀୟ ଥର ପାଇଁ ଗାଙ୍ଗୁଲି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ପୂର୍ବରୁ ଛାତିରେ ଯନ୍ତ୍ରଣା ପାଇଁ ସେ ଦୁଇ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଜାନୁଆରୀ ମାସରେ ତାଙ୍କର ପ୍ରଥମେ ହୃଦ୍‌ଘାତ ହୋଇଥିଲା। କୋଲକାତା ସ୍ଥିତ ଘରେ ବ୍ୟାୟାମ କରିବା ବେଳେ ତାଙ୍କ ହୃଦ୍‌ଘାତ ହୋଇଥିଲା। ଏହା ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଏହାର ୨୦ ଦିନ ପରେ ପୁଣି ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଓ ସେତେବେଳେ ତାଙ୍କ ଠାରେ ଦ୍ୱିତୀୟ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+