ଟିମ ଇଣ୍ଡିଆର ନୂଆ କୋଚ୍ ହେବେ ରାହୁଲ୍ ଡ୍ରାଭିଡ୍
କିମ୍ବଦନ୍ତୀ କ୍ରିକେଟର୍ ରାହୁଲ୍ ଡ୍ରାଭିଡ୍ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ ଟିମର କୋଚ୍ ହେବେ। ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ।
ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର୍ ରାହୁଲ୍ ଡ୍ରାଭିଡ୍ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ ଟିମର କୋଚ୍ ହେବେ। ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ।
ମିଡିଆ ରିପୋର୍ଟ ମୁତାବକ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ କହିଛନ୍ତି, ଟିମ୍ ଇଣ୍ଡିଆର କୋଚିଂ ଷ୍ଟାପ୍ ୟୁକେରେ ରହିବେ। ଏଭଳି ସ୍ଥିତିରେ ଯୁବ ଭାରତୀୟ ଟିମକୁ ଡ୍ରାଭିଡଙ୍କ ମାର୍ଗଦର୍ଶନ ମିଳିବ, କାରଣ ସେ ଆଗରୁ ଭାରତ-ଏ'ର ଅଧିକାଂଶ ଖେଳାଳିଙ୍କ ସହ କାମ କରିସାରିଛନ୍ତି। ଏହାଦ୍ୱାରା ଖେଳାଳିଙ୍କୁ ଅତିରିକ୍ତି ଲାଭ ମିଳିବ।

ସୂଚନାଥାଉ କି, ଭାରତୀୟ ଦଳ ଖୁବଶୀଘ୍ର ଇଂଲଣ୍ଡ ଗସ୍ତ କରି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛି । ଭାରତୀୟ ଦଳ ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳିବ। ଏହି ମ୍ୟାଚ ଜୁନ 18 ରୁ 22 ଜୁନ ପର୍ଯ୍ୟନ୍ତ ଖେଳାଯିବ । ଏହା ପରେ ଭାରତୀୟ ଦଳ ଅଗଷ୍ଟ 4 ରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବ। ଅନ୍ୟପଟେ ଶ୍ରୀଲଙ୍କା ବିପକ୍ଷରେ ତିନିଟି ଦିନିକିଆ ଏବଂ ଟି-20 ମ୍ୟାଚ୍ ଖେଳିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି।
ଏଭଳି ପରିସ୍ଥିତିରେ ଭାରତୀୟ ଦଳ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍ ଖେଳିବା ପରେ ଶ୍ରୀଲଙ୍କା ଗସ୍ତରେ ଯାଇ ପୁଣି ଇଂଲଣ୍ଡ ଫେରିବା ସମ୍ଭବ ନୁହେଁ। କାରଣ ଇଂଲଣ୍ଡକୁ ଫେରିବା ବାଟରେ ଭାରତୀୟ ଦଳକୁ ପୁଣି ଥରେ 14 ଦିନ କ୍ୱାରାଣ୍ଟିନରେ ରହିବାକୁ ପଡିବ। ଏଭଳି ପରିସ୍ଥିତିରେ ବିସିସିଆଇ ଶ୍ରୀଲଙ୍କାକୁ ଆଉ ଏକ ଦଳ ପଠାବ । ବିସିସିଆଇ ପାଇଁ ଶ୍ରୀଲଙ୍କା ଗସ୍ତରେ ଅନ୍ୟ ଏକ ଦଳ ପଠାଇବା କୌଣସି ଅସୁବିଧା ହେବ ନାହିଁ କାରଣ ଦଳର ଭଲ ଖେଳାଳିଙ୍କ ଲମ୍ବା ତାଲିକା ରହିଛି।
ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧୱନ ଓ ଶ୍ରେୟସ ଆୟର ନାଁ ନ ଥିବାରୁ ଏମାନଙ୍କ ମଧ୍ୟରୁ ଶ୍ରୀଲଙ୍କା ଗସ୍ତରେ ଯିବାକୁ ଥିବା ଭାରତୀୟ ଦଳର ଅଧିନାୟକ ହୋଇପାରନ୍ତି। ଭାରତୀୟ ଟିମରେ କିଛି ଯୁବ ଖେଳାଳି ଅଛନ୍ତି । ଆୟର ଏବେ କାନ୍ଧଜନିତ ଆଘାତ ସମସ୍ୟାରୁ ମୁକୁଳି ପାରିନାହାନ୍ତି । ଶ୍ରୀଲଙ୍କା ଗସ୍ତ ବେଳକୁ ସେ ଫିଟ୍ ହୋଇଥିବେ କି ନାହିଁ, ତାହା ଦେଖିବାକୁ ବାକି ରହିଲା । ସେହିପରି ବୋଲିଂ କୋଚ୍ ପାରସ ମହାମ୍ବ୍ରେ ସହକାରୀ ଷ୍ଟାଫର ସଦସ୍ୟ ରହିପାରନ୍ତି ।
ଡ୍ରାଭିଡ୍ ବର୍ତ୍ତମାନ ଏନସିଏର ନିର୍ଦ୍ଦେଶକ ଅଛନ୍ତି । ଡ୍ରାଭିଡ୍ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଅଣ୍ଡର୍-୧୯ ଓ ଭାରତ-ଏ ଟିମକୁ କୋଚିଂ ଦେଇଛନ୍ତି । ତାଙ୍କ କୋଚିଂରେ ଭାରତ ୨୦୧୬ରେ ବିଶ୍ୱକପର ରନର୍ସଅପ୍ ହୋଇଥିବା ବେଳେ ୨୦୧୮ରେ ଚାମ୍ପିୟନ୍ ହୋଇଥିଲା। ୪୮ ବର୍ଷୀୟ ଡ୍ରାଭିଡ୍ ଏହା ପୂର୍ବରୁ ମଧ୍ୟ ସିନିୟର ଟିମ୍ ସହ ନିଜର ଅଭିଜ୍ଞତା ବାଣ୍ଟି ସାରିଛନ୍ତି । ୨୦୧୪ରେ ଇଂଲଣ୍ଡ ଗସ୍ତରେ ତାଙ୍କୁ ଭାରତୀୟ ଟିମର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି କରାଯାଇଥିଲା । ଡ୍ରାଭିଡ୍ ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ର ମୁଖ୍ୟ ହେବା ପରଠାରୁ ଭାରତ-ଏ ଓ ଅଣ୍ଡର୍-୧୯ ଟିମ୍ ସହ ଗସ୍ତ କରିବା ବନ୍ଦ କରିଦେଇଥିଲେ ।












Click it and Unblock the Notifications