ଈଶାନ କିଶନଙ୍କୁ ନେଇ ବଡ ଅପଡେଟ୍; ରଣଜୀ ନ ଖେଳିଲେ ଆଇପିଏଲ ମନା !
ଈଶାନ କିଶନ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାକୁ ଇଚ୍ଛା କରୁ ନାହାନ୍ତି। ଏବେ ସେ କେବଳ ଆଇପିଏଲ ଓ ଅନ୍ତର୍ଜାତୀୟ କ୍ରିକେଟ ଉପରେ ଫୋକସ କରୁଛନ୍ତି । ତାଙ୍କର ଏଭଳି ଆଭିମୁଖ୍ୟ ଦେଖି ବିସିସିଆଇ ତାଙ୍କ ଉପରେ ଖପ୍ପା ହୋଇଛି । ଇଶାନ କିଶନଙ୍କ ଭବିଷ୍ୟତ ବିଷୟରେ କଳ୍ପନାଜଳ୍ପନା ତୀବ୍ର ହୋଇଛି । ତେଣୁ ରଣଜୀ ଟ୍ରଫି ଖେଳୁ ନଥିବା ଖେଳାଳିଙ୍କୁ ବିସିସିଆଇ ଆଇପିଏଲରେ ମଧ୍ୟ ଖେଳିବାକୁ ସୁଯୋଗ ନ ଦେବା ସପକ୍ଷରେ ବିଚାର କରୁଛି ।
ଆଇପିଏଲ ଖେଳିବା ପାଇଁ ରଣଜୀ ଟ୍ରଫିର କିଛି ମ୍ୟାଚ୍ ଖେଳିବା ବାଧ୍ୟତାମୂଳକ ଭଳି କଡ଼ା ନିୟମ ବିସିସିଆଇ ଖୁବଶୀଘ୍ର ପ୍ରଣୟନ କରିବ ବୋଲି ଜଣାପଡ଼ିଛି । ଜାମସେଦପୁରରେ ଝାଡଖଣ୍ଡର ଶେଷ ଗ୍ରୁପ ଲିଗ ଗେମ ରାଜସ୍ଥାନ ବିପକ୍ଷରେ ଅନୁଷ୍ଠିତ ହେବ । ଚାଲିଥିବା ରଣଜୀ ଟ୍ରଫି ଅଭିଯାନ ସତ୍ତ୍ୱେ ଇଶାନ ପ୍ରମୁଖ ଘରୋଇ ପ୍ରତିଯୋଗିତାରେ ମ୍ୟାଚ୍ ଖେଳୁନାହାନ୍ତି ଏବଂ ନିଜେ ଟ୍ରେନିଂ ନେଉଛନ୍ତି । ଏହି କାରଣରୁ ଭାରତୀୟ କ୍ରିକେଟରେ ଇଶାନ କିଶନଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଛି।

ଫେବୃଆରୀ ୧୬ରୁ ଆରମ୍ଭ ହେବାକୁ ଥିବା ମ୍ୟାଚ୍ରେ ଈଶାନ କିଶନଙ୍କୁ ଭାଗ ନେବାକୁ କୁହାଯାଇଛି । ତେବେ ଈଶାନ କିଶନ ଯେଉଁ ଭଳି ଦକ୍ଷିଣ ଆଫ୍ରିକା ସିରିଜ ଅଧାରୁ ସ୍ୱଦେଶ ଫେରିଥିଲେ ଓ ଏହାପରେ ରଣଜୀ ଟ୍ରଫି ମ୍ୟାଚ୍ଗୁଡ଼ିକରେ ଖେଳିଲେ ନାହିଁ, ତା'କୁ ବିସିସିଆଇ ଗ୍ରହଣ କରିପାରି ନାହିଁ ।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯେଉଁମାନେ ଇଣ୍ଡିଆନ ଟିମରୁ କୌଣସି କାରଣ ପାଇଁ ବାଦ ପଡ଼ୁଛନ୍ତି ସେମାନେ ଅତି ବେଶୀରେ କେବଳ ମୁସ୍ତାକ ଅଲୀ ଟି-୨୦ ଗେମ୍ସ ଖେଳୁଛନ୍ତି। ସେମାନେ ନିଜ ଘରୋଇ ଟିମ ସହ ରଣଜୀ ମ୍ୟାଚ୍ ଖେଳୁ ନାହାନ୍ତି । ସେଭଳି ଖେଳାଳିମାନଙ୍କ ପାଇଁ ବିସିସିଆଇ ନୂଆ ନିୟମ ଆଣିପାରେ । ଯଦି କୌଣସି ଖେଳାଳି ୩ରୁ ୪ଟି ରଣଜୀ ଟ୍ରଫି ନ ଖେଳିବେ, ତା'ହେଲେ ସେମାନଙ୍କୁ ଆଇପିଏଲରେ ଭାଗ ନେବାକୁ ସୁଯୋଗ ମିଳିବ ନାହିଁ।












Click it and Unblock the Notifications