ବିଶ୍ୱକପ ପାଇଁ BCCI ର ନୂଆ ପ୍ଲାନ: ପ୍ରସ୍ତୁତ ହେଉଛି ୧୫ ଜଣିଆ ଲିଷ୍ଟ, ଦେଖନ୍ତୁ, କିଏ କିଏ ପାଇବେ ସ୍ଥାନ ?

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି BCCI ର ନୂଆ ପ୍ଲାନ । ବୋର୍ଡ ପ୍ରସ୍ତୁତ ହେଉଛି ୧୫ ଜଣିଆ ଖେଳାଳିଙ୍କ ତାଲିକା । ବର୍ତ୍ତମାନ ଭାରତୀୟ ଦଳରେ ଅନେକ ଷ୍ଟାର ଖେଳାଳି ସାମିଲ ଥିବା ବେଳେ ବିଶ୍ୱକପ ପାଇଁ କିଛି ଖେଳାଳିଙ୍କୁ ଚୟନ କରିବ ବିସିସିଆଇ ।

ଏହି ତାଲିକାରେ ଅନେକ ଯୁବ ଖେଳାଳି ମଧ୍ୟ ସାମିଲ ଅଛନ୍ତି । ଯେଉଁମାନେ ଭାରତୀୟ ଦଳ ପାଇଁ ବିଶ୍ୱକପରେ ଏଣ୍ଟ୍ରି କରିପାରନ୍ତି । ବିଶ୍ୱକପ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଅଭିଜ୍ଞ ଖେଳାଳିଙ୍କ ଉପରେ ଭାରତର ନଜର ରହିବ । ତେଣୁ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ମହମ୍ମଦ ଶାମି ଏବଂ ରବିନ୍ଦ୍ର ଜାଡେଜା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ପାଇଁ ମୁଖ୍ୟ ଭୂମିକାରେ ନଜର ଆସିବେ ।

BCCI

ଏହାବ୍ୟତୀତ ଦଳର ଅନ୍ୟ ଷ୍ଟାର ଖେଳାଳି ଋଷଭ ପନ୍ତ, ଜସପ୍ରୀତ ବୁମରା, କେଏଲ ରାହୁଲ ଏବଂ ଶ୍ରେୟସ ଆୟର ଆହତ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ଦଳରୁ ବାଦ୍ ପଡ଼ିଛନ୍ତି । ତେବେ ବୁମରା, ରାହୁଲ ଏବଂ ଶ୍ରେୟସ ମୈଦାନକୁ ପେରି ଅଭ୍ୟାସ କରୁଥିବାର ଦେଖିବାକୁ ମିଳିବା ପରେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କୁ ଆଶ୍ୱସ୍ତି ମିଳିଛି । ଏହି ଷ୍ଟାର ଖେଳାଳି ବିଶ୍ୱକପ ପୂର୍ବରୁ କମବ୍ୟାକ କରିପାରନ୍ତି ବୋଲି ଆଶା କରାଯାଉଛି ।

ବର୍ତ୍ତମାନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟ ୱେଷ୍ଟଇଣ୍ଡିଜରେ ପହଞ୍ଚିଛନ୍ତି । ସେ ଅଧିନାୟକ ରୋହିତ ଶର୍ମା ଓ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ଏସିଆ କପରୁ ବିଶ୍ୱକପ ପର୍ଯ୍ୟନ୍ତ ଖେଳାଳିଙ୍କ ଭବିଷ୍ୟତ ବିଷୟରେ ଆଲୋଚନା କରିବେ । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ସୂର୍ଯ୍ୟକୁମାର ଯାଦବ ନିଶ୍ଚିତ ଭାବରେ ଏହି ପ୍ଲାନରେ ଅଛନ୍ତି, କିନ୍ତୁ କେବଳ ବ୍ୟାକଅପ୍ ଖେଳାଳି ଭାବରେ ।

ସେହିପରି ଯଦି ଋଷଭ ପନ୍ତ ବିଶ୍ୱକପ ପାଇଁ ଉପଲବ୍ଧ ନ ହୋଇ ପାରନ୍ତି, କେଏଲ ରାହୁଲ ୱିକେଟ୍ କିପର ଭାବରେ ଖେଳିବା ନିଶ୍ଚିତ । ଏଭଳି ପରିସ୍ଥିତିରେ ଇଶାନ କିଶନ କିମ୍ବା ସଞ୍ଜୁ ସାମସନ ଦ୍ୱିତୀୟ ୱିକେଟ୍ କିପର ଭାବରେ କେବଳ ଏକ ସୁଯୋଗ ପାଇବେ । ୱେଷ୍ଟଇଣ୍ଡିଜ୍ ସିରିଜରେ ଦୁଇ ଜଣଙ୍କ ମଧ୍ୟରୁ ଟିମ୍ ମ୍ୟାନେଜମେଣ୍ଟ କାହାକୁ ସୁଯୋଗ ଦେବ, ତାହା ଦେଖିବାକୁ ପଡ଼ିବ ।

ଅନ୍ୟ ପକ୍ଷରେ ଟିମ ଇଣ୍ଡିଆ ବିଶ୍ୱକପ ପାଇଁ ଶିଖର ଧୱନଙ୍କୁ ରୋହିତଙ୍କ ସାଥୀ ଓପନର ଭାବରେ ସାମିଲ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିସିସିଆଇର ଚୟନରୁ ସେ ଉପରେ ସନ୍ଦେହ ସୃଷ୍ଟି ହେଉଛି । ତେଣୁ ଓପନର ଭାବରେ ଶୁଭମନ ଗିଲ୍ ଭାରତର ପ୍ରଥମ ବିକଳ୍ପ ରହିଛନ୍ତି ଏବଂ ଦ୍ୱିତୀୟରେ ରହିଛନ୍ତି ନବାଗତ ଯଶସ୍ୱୀ ଜଏସ୍ୱାଲ । ତେବେ କେ.ଏଲ ରାହୁଲଙ୍କୁ ଦଳରେ ପଞ୍ଚମ ସ୍ଥାନରେ ଖେଳାଯାଇପାରେ ।

କହିରଖୁ କି, ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟେଷ୍ଟ ସିରିଜ୍ ଆଜି ଶେଷ ହେବ । ଏହା ପରେ ୨୭ ଜୁଲାଇରୁ ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଏକ ଦିନିକିଆ ସିରିଜ୍ ଆରମ୍ଭ ହେବ । ଏହି ସିରିଜ୍ ଅନେକ ଖେଳାଳିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+