ସଂଶୋଧନ କଲା ବିସିସିଆଇ, ବାରବାଟୀରେ ହେବ ପୁଣି ଅନ୍ତର୍ଜାତୀୟ ମ୍ୟାଚ୍
ବାରବାଟୀକୁ ପୁଣି ଫେରିଛି ଟି-୨୦। ଆସନ୍ତା ଡିସେମ୍ବର ୯ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ। ଏ ନେଇ ବିସିସିଆଇ ପୂର୍ବରୁ ଓସିଏ ସୂଚନା ଦେଇ ସାରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ଖେଳସୂଚୀ ପ୍ରକାଶ କରିଛି। ଆସନ୍ତା ନଭେମ୍ବର ମାସରୁ ଦକ୍ଷିଣ ଆଫ୍ରିକା ଟିମ ଭାରତ ଭ୍ରମଣରେ ଆସିବାକୁ ଥିବା ବେଳେ ଏହି ଗସ୍ତରେ ଉଭୟ ଟିମ ମଧ୍ୟରେ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ବିଶିଷ୍ଟ ଏକ ସିରିଜ ଖେଳାଯିବ। ତେବେ ଏହି ଟି ୨୦ ସିରିଜ ମଧ୍ୟରୁ ପ୍ରଥମ ମ୍ୟାଚଟି ବାରବାଟୀରେ ଖେଳାଯିବ।

ସୂଚନାଯୋଗ୍ୟ, ବାରବାଟୀକୁ ଆଉ ଏକ ଅନ୍ତଜାର୍ତୀୟ ମ୍ୟାଚ ଆୟୋଜନ କରାଇବା ପାଇଁ ଓସିଏ ପକ୍ଷରୁ ବିସିସିଆଇକୁ ନିବେଦନ କରାଯାଇଥିଲା।
ଗତ ଫେବୃଆରୀ ୯ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ସଫଳତାର ସହିତ ଶେଷ ହୋଇଥିଲା। କେବଳ ମ୍ୟାଚ ସମୟରେ ଫ୍ଲଡ ଲାଇଟ ଖରାପ ହେବା ଘଟଣାକୁ ଛାଡିଦେଲେ ବାକି ସବୁକିଛି ଯୋଜନା ମୁତାବକ ଚାଲିଥିଲା।
ସେହିପରି ଦୁଇ ଦେଶ ମଧ୍ୟରେ ତିନୋଟି ଏକଦିବସୀୟ ମ୍ୟାଚ୍ ଖେଳାଯିବ। ନଭେମ୍ବର ୩୦ରେ ରାଞ୍ଚିରେ ପ୍ରଥମ ଏକଦିବସୀୟ , ଡିସେମ୍ବର ୩ରେ ରାୟପୁରରେ ଦ୍ୱିତୀୟ ଏକଦିବସୀୟ, ଡିସେମ୍ବର ୬ରେ ଭାଇଜାଗରେ ତୃତୀୟ ଏକଦିବସୀୟ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।












Click it and Unblock the Notifications